ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଜାତୀୟ ଆଇନ ସେବା ଦିବସ, ୨୦୨୪ ପାଳିତ 

ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଜାତୀୟ ଆଇନ ସେବା ଦିବସ, ୨୦୨୪ ପାଳିତ 

ନବରଙ୍ଗପୁର:( ୦୯/୧୧) (ରବି ନାରାୟଣ ମହାନ୍ତି ) ଆଜି ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର ତରଫରୁ ଜିଲ୍ଲା କୋର୍ଟ ପରିସରରେ ଆଇନଜୀବି ଓ ପାରା ଲିଗାଲ ସଦସ୍ୟ ମାନଙ୍କୁ ନେଇ ଜାତୀୟ ଆଇନ ସେବା ଦିବସ, ୨୦୨୪ ପାଳନ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର ଅଧ୍ୟକ୍ଷ ତଥା ଜିଲ୍ଲା ଦୌରାଜର୍ଜ ଶ୍ରୀଯୁକ୍ତ ସୁବ୍ରତ ମହାନ୍ତିଙ୍କ ନିର୍ଦେଶ କ୍ରମେ ଆୟୋଜିତ ହୋଇଥିଲା । ଚଳିତ ବର୍ଷ ଏହି ଦିବସ ପାଳନରେ ପ୍ରସଙ୍ଗ ହେଉଛି “ସମସ୍ତଙ୍କ ପାଇଁ ନ୍ୟାୟ ଆଇନ ସଚେତନତା ମାଧ୍ୟମରେ ନିଷ୍ପେଷିତ ଶ୍ରେଣୀର ସଶକ୍ତି କରଣ”। ଏହି ଶିବିରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର ଅଧ୍ୟକ୍ଷ ତଥା ସମ୍ମାନୀୟ ଜିଲ୍ଲା ଦୌରାଜର୍ଜ ଶ୍ରୀଯୁକ୍ତ ସୁବ୍ରତ ମହାନ୍ତିଙ୍କ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ଦେଶରେ ଯେ କୌଣସି ନାଗରିକ ଯେ କୌଣସି ପୃଷ୍ଟଭୂମିରୁ ଆସିଥାନ୍ତୁ ନା କାହିଁକି, ତାଙ୍କର ପରିଚୟ ଯାହା ହେଉ ନା କାହିଁକି, ପ୍ରତେକଙ୍କୁ ମାଗଣା ଆଇନ ସେବା ସହାୟତା ମିଳିପାରିବ ବୋଲି ସମସ୍ତଙ୍କୁ କହିଥିଲେ ଓ ଏହି ଦିବସର ମହତ୍ଵ ବିଷୟରେ ଓ ବିଭିନ୍ନ ଆଇନ ବିଷୟରେ ସଚେତନ କରିଥିଲେ। ଅନ୍ୟାନ୍ୟ ଅତିଥି ଭାବେ ପରିବାର ବିଚାରବିଭାଗୀୟ ଜର୍ଜ ଶ୍ରୀମତୀ ଲିଲିପ୍ତା ପସାୟତ, ଅତିରିକ୍ତ ଜିଲ୍ଲା ଜର୍ଜ ବିଷ୍ଣୁ ପ୍ରସାଦ ମିଶ୍ର, ଅତିରିକ୍ତ ଜିଲ୍ଲା ଜର୍ଜ (ପୋକସୋ) ବସୁଦେବ ଆଚାର୍ଯ୍ୟ, ମୁଖ୍ୟ ବିଚାର ବିଭାଗୀୟ ଦଣ୍ଡାଧିକାରୀ ଶ୍ରୀମତୀ ସୀମା ତ୍ରିପାଠୀ, ରେଜିଷ୍ଟ୍ରାର ଜିଲ୍ଲାକୋର୍ଟ ସୁକାନ୍ତ କିଶୋର ଜେନା, ବରିଷ୍ଟ ଦେବାନୀ ଜର୍ଜ ମୋନିତା ତ୍ରିପାଠୀ, ବରିଷ୍ଟ ଦେବାନୀ ଜର୍ଜ, ନବରଙ୍ଗପୁର (ମହିଳା କୋର୍ଟ) ସୁଦୀପା ପାତ୍ର ଯୋଗ ଦେଇଥିଲେ । ଜିଲ୍ଲା ଆଇନ ସେବା ପ୍ରାଧିକରଣର ଭାରପ୍ରାପ୍ତ ସଚିବ ସୁକାନ୍ତ କିଶୋର ଜେନା ଓ ଉପଖଣ୍ଡ ବିଚାର ବିଭାଗୀୟ ଦଣ୍ଡାଧିକାରୀ ଶ୍ରୀମତୀ ପ୍ରଜ୍ଞା ପଣ୍ଡା ଆଇନଜୀବି ସଂଘର ସଭାପତି ଶ୍ରୀଯୁକ୍ତ ନରସିଂହନାଥ ତ୍ରିପାଠୀ, ଜିଲ୍ଲା ଆଇନଜୀବୀ ସଂଘ ର ସମ୍ପାଦକ ଶ୍ରୀଯୁକ୍ତ ତପନ ସିଂହ ଓ ବହୁ ଆଇନଜୀବୀ ଯୋଗ ଦେଇଥିଲେ ଓ ରାଷ୍ଟ୍ରୀୟ ଆଇନ ସେବା ଦିବସ, ୨୦୨୪ ବିଷୟରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମ ଜିଲ୍ଲା ଆଇନ ସେବା ପ୍ରାଧିକରଣର ଭାରପ୍ରାପ୍ତ ସଚିବ ଶ୍ରୀଯୁକ୍ତ ସୁକାନ୍ତ କିଶୋର ଜେନା ଙ୍କ ଦ୍ଵାରା ପରିଚାଳନା କରାଯାଇଥିଲା ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନ୍ୟୁଜ 

Related posts

ବମକ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ରୁ ଚାଉଳ ଚୋରି ଘଟଣା: ସ୍କୁଲ ସମ୍ମୁଖରେ ଗ୍ରାମବାସୀଙ୍କ ଧାରଣା 

Sunil Chandra Nayak

ବାଲୁଗାଁ କଲେଜ ଛାତ୍ରୀ ଦୀପ୍ତି : ଅନେକ କଳା ପଦର୍ଶନ କରି ପାଇଛନ୍ତି ପ୍ରଥମ ସ୍ଥାନ !!!

Sunil Chandra Nayak

ବର୍ଣ୍ଣବୋଧ ଶିକ୍ଷା ର ପ୍ରସାର ପାଇଁ ପ୍ରୟାସ ଆରମ୍ଭ କଲେ ଶ୍ରୀ ଜଗନ୍ନାଥ ଟ୍ରଷ୍ଟ 

Sunil Chandra Nayak

Leave a Comment

error: Content is protected !!