ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜାନୁୟାରୀ ରେ ଅନ୍ତର୍ଜାତୀୟ ଶ୍ରୀ ଜଗନ୍ନାଥ ଚେତନା ମହୋତ୍ସବ

ଜାନୁୟାରୀ ରେ ଅନ୍ତର୍ଜାତୀୟ ଶ୍ରୀ ଜଗନ୍ନାଥ ଚେତନା ମହୋତ୍ସବ

ଶ୍ରୀ ଜଗନ୍ନାଥ ଚେତନା ଗବେଷଣା ପ୍ରତିଷ୍ଠାନ ଧର୍ମଗଡ ଶାଖା ପକ୍ଷରୁ ଏକ ବୈଠକ…

ଶ୍ରୀ ଜଗନ୍ନାଥ ଚେତନା ଗବେଷଣା ପ୍ରତିଷ୍ଠାନ ଧର୍ମଗଡ ଶାଖା ପକ୍ଷରୁ ଏକ ବୈଠକ ସ୍ଥାନୀୟ ହୋଟେଲ ରୟାଲ ପେଲେସ ଠାରେ ଅନୁଷ୍ଠିତ ହୋଇଯାଇଅଛି। ପ୍ରତିଷ୍ଠାନ ର ରାଜ୍ୟ ସମ୍ପାଦକ ରାଧେ ଶ୍ୟାମ ପଣ୍ଡା ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ ବୈଠକରେ ଶ୍ରୀ ଜଗନ୍ନାଥ ଚେତନା ଗବେଷଣା ପ୍ରତିଷ୍ଠାନ, ପୁରୀ ର ଆଜୀବନ ସଦସ୍ୟ ଆଇନଜୀବୀ ତୁଷାର ରଞ୍ଜନ ପଟ୍ଟଯୋଶୀ,ବିଦ୍ୟାଧର ସାହୁ, ରମେଶ ଚନ୍ଦ୍ର ପଣ୍ଡା, ସୁରେଶ ଚନ୍ଦ୍ର ମୁଣ୍ଡ (ଗାୟତ୍ରି), ସୁକଲାଲ ଅଗ୍ରୱାଲ, ମନୁ ବଗର୍ତ୍ତି, ସୁରେଶ ଚନ୍ଦ୍ର ମୁଣ୍ଡ, ନିରଞ୍ଜନ ମହାପାତ୍ର ଯୋଗ ଦେଇ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ।

ଭୁବନେଶ୍ୱର ସ୍ଥିତ ଆଇଏମଏମଟି ପ୍ରେକ୍ଷାଳୟରେ ଶ୍ରୀ ଜଗନ୍ନାଥ ଚେତନା ଗବେଷଣା ପ୍ରତିଷ୍ଠାନ, ପୁରୀ ପକ୍ଷରୁ ଆସନ୍ତା ୨୦୨୫ ଜାନୁୟାରୀ ୬ ରୁ ୮ ତାରିଖ ପର୍ଯ୍ୟନ୍ତ ଅନ୍ତର୍ଜାତୀୟ ଶ୍ରୀ ଜଗନ୍ନାଥ ଚେତନା ମହୋତ୍ସବ ଅନୁଷ୍ଠିତ ହେବ। ପୁରୀ ଗଜପତି ମହାରାଜାଙ୍କ ପୃଷ୍ଟପୋଷକତା ରେ ଆୟୋଜିତ ହେବାକୁ ଥିବା ଉକ୍ତ ମହୋତ୍ସବରେ ମହାମହିମ ରାଷ୍ଟ୍ରପତି, ଓଡ଼ିଶା ରାଜ୍ୟପାଳ କେନ୍ଦ୍ର ଶିକ୍ଷା ମନ୍ତ୍ରୀ, ଓଡ଼ିଶାର ମୁଖ୍ୟମନ୍ତ୍ରୀ, କେନ୍ଦ୍ର ରେଲ ମନ୍ତ୍ରୀ, କେନ୍ଦ୍ର ଆଦିବାସି ମନ୍ତ୍ରୀ, ରାଜ୍ୟ ଆଇନ ମନ୍ତ୍ରୀ, ରାଜ୍ୟ ସଂସ୍କୃତି ମନ୍ତ୍ରୀ ଓ ଶ୍ରୀ ମନ୍ଦିରର ମୁଖ୍ୟ ପ୍ରଶାସକ ଙ୍କୁ ଆମନ୍ତ୍ରଣ କରାଯାଇଅଛି। ତିନି ଦିନ ବ୍ୟାପୀ ଏହି ମହୋତ୍ସବରେ ସ୍ବାମୀ ମାଧବାନନ୍ଦ ଜି ସରସ୍ଵତୀ, ସ୍ଵାମୀ ପ୍ରଜ୍ଞାନନନ୍ଦ ଜି ସରସ୍ଵତୀ, ସ୍ବାମୀ ସଦାନନ୍ଦ ସରସ୍ଵତୀ, ସ୍ବାମୀ ଶିବାନନ୍ଦ ସରସ୍ଵତୀ ଓ ପ୍ରସିଦ୍ଧ ସାଧୁ ସନ୍ଥ ମାନେ ପ୍ରବଚନ ପ୍ରଦାନ କରିବେ।

ଏନେଇ ଶ୍ରୀ ଜଗନ୍ନାଥ ଚେତନା ଗବେଷଣା ପ୍ରତିଷ୍ଠାନ ଧର୍ମଗଡ ଶାଖା ର ଆଜୀବନ ସଦସ୍ୟ ମାନେ ହେବାକୁ ଥିବା ଅନ୍ତର୍ଜାତୀୟ ଶ୍ରୀ ଜଗନ୍ନାଥ ଚେତନା ମହୋତ୍ସବ ର ବିଭିନ୍ନ ବିଷୟରେ ଆଲେଚନା କରିଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ସମ୍ବିଧାନ ଦିବସ ୨୦୨୫ ଉପଲକ୍ଷେ ସମ୍ବିଧାନ ର ପ୍ରସ୍ତାବନା ପାଠ

Sunil Chandra Nayak

ଉତ୍କଳ ଆଲୁମିନା ଆଦିବାସୀ ମହିଳାଙ୍କ ପାଇଁ ଆନ୍ତର୍ଜାତିକ ମହିଳା ଦିବସ ଆୟୋଜନ କଲା

masiha

ବିଜେପି ମହିଳା ମୋର୍ଚ୍ଚା ତରଫରୁ ନାରୀ ଶକ୍ତି ବନ୍ଦନ ଯାତ୍ରା

masiha

Leave a Comment

error: Content is protected !!