ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମୋଟର ସାଇକେଲ ଦୁର୍ଘଟଣା ଯୁବକ ମୃତ 

ମୋଟର ସାଇକେଲ ଦୁର୍ଘଟଣା ଯୁବକ ମୃତ 

ଡ଼ାବୁଗାଁ, ୯/୧୧ (ମ.ନି.ସ.)- ଶନିବାର ନବରଙ୍ଗପୁର ଜିଲା ଡ଼ାବୁଗାଁ ଥାନା ଅଧିନ ନବରଙ୍ଗପୁର – ଡ଼ାବୁଗାଁ ମୁଖ୍ୟରାସ୍ତା ମହେନ୍ଦ୍ରୀ ଛକ ନିକଟରେ ଏକ ମୋଟର ସାଇକଲ ଦୁର୍ଘଟଣା ଘଟି ଜଣେ ଯୁବକ ଙ୍କ ମୃତ୍ୟୁ ଘଟିଛି | ସୂଚନାଯୋଗ୍ୟ:- ଶନିବାର ମଧ୍ୟାନ୍ନ ୧୨ ଘ. ସମୟରେ ନବରଙ୍ଗପୁର ଥାନା ଅଧୀନ ତାରାଗାଁ ନିକଟ ଗୁମାଗୁଡ଼ା ଗ୍ରାମର ଲକ୍ଷ୍ମଣ ନାୟକ (୨୨) ଡ଼ାବୁଗାଁ ଥାନା ଅଧିନ କକଡାଗୁଡ଼ା ଗ୍ରାମ ରେ ଥିବା ନିଜ ଭଉଣୀ ଘରକୁ ଆସି ନିଜ ମୋଟରସାଇକଲ ନଂ ଓଡି ୨୪ ଜେ ୭୭୪୭ ଯୋଗେ ନିଜ ଗ୍ରାମକୁ ଫେରୁଥିବା ସମୟରେ ଡ଼ାବୁଗାଁ- ନବରଙ୍ଗପୁର ରାଜ୍ୟ ରାଜପଥ ୩୯ ଉପରେ ମହେନ୍ଦ୍ରୀ ଛକ ନିକଟରେ ଭାରସାମ୍ୟ ହରାଇ ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣା ଘଟି ଯୁବକ ଜଣଙ୍କ ରାସ୍ତା ଉପରେ ମୁହଁ ମାଡି ପଡି ଯାଇଥିଲେ | ଖବରପାଇ ଡ଼ାବୁଗାଁ ଅଗ୍ନିସମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଲକ୍ଷ୍ମଣ ଙ୍କୁ ଉଦ୍ଧାର କରି ଡ଼ାବୁଗାଁ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଦୃଘଟଣା ସ୍ଥଳରେ ଡ଼ାବୁଗାଁ ଥାନା ଏଏସଆଈ ଚନ୍ଦ୍ର ଶେଖର ହଜାରୀ ପହଞ୍ଚି ଯୁବକର ପରିବାର ଲୋକ ଙ୍କୁ ଖବର ଦେବା ସହ ଦୁର୍ଘଟଣା ଗ୍ରସ୍ତ ମୋଟରସାଇକେଲ ଜବତ କରି ଥାନାକୁ ଆଣିଥିଲେ । ପରେ ମୃତକ ର ପରିବାର ଲୋକେ ଡାବୁଗାଁ ରେ ପହଞ୍ଚିଥିଲେ | ଏନେଇ ମୃତକର ବଡ ଭାଇ ଶଙ୍କର ନାୟକ ଡାବୁଗାଁ ଥାନାରେ ଏତଲା ଦେଇଥିଲେ | ଉକ୍ତ ଏତଲାକୁ ଭିତ୍ତି କରି ଏଏସଆଇ ଗୋପାଳ କୃଷ୍ଣ ହାଲୱା ଡାକ୍ତରଖାନା ରେ ପହଞ୍ଚି ଶବ ଜବତ କରି ପଞ୍ଚନାମା କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ | ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକ ଙ୍କୁ ହସ୍ତାନ୍ତର କରାଯାଇଛି | ଏନେଇ ଥାନା କେସ ନଂ ୨୦୮/ ୨୪ ରେ ଏକ ମାମଲା ରୁଜୁ କରାଯାଇଛି |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଉତ୍କଳମଣି ଗୋପବନ୍ଧୁ ୱେଲେଫେୟାର ଟ୍ରଷ୍ଟ ଆନୁକୂଲ୍ୟରେ ଉତ୍କଳଦିବସ ପାଳନ

Sunil Chandra Nayak

ତୁଜୁଙ୍ଗ ଗ୍ରାମ ରେ ୫୬ତମ ଶ୍ରୀରାମଲୀଳା ମହୋତ୍ସବ ତଥା ସୀତା ବିବାହ ସମ୍ପନ୍ନ

Sunil Chandra Nayak

ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ସଚିବ ରାୟଗଡ ଗସ୍ତ କରି ସୁଭଦ୍ରା ଯୋଜନାର ସମୀକ୍ଷା କଲେ 

masiha

Leave a Comment

error: Content is protected !!