ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଭୁ ବିଭୁତି ବିଶ୍ଵଶାନ୍ତି ମହାଯଜ୍ଞ ଆସନ୍ତା ୧୧ ରୁ ୧୫ ପର୍ଯ୍ୟନ୍ତ 

ବିଭୁ ବିଭୁତି ବିଶ୍ଵଶାନ୍ତି ମହାଯଜ୍ଞ ଆସନ୍ତା ୧୧ ରୁ ୧୫ ପର୍ଯ୍ୟନ୍ତ 

ରାଉରକେଲା: ସେକ୍ଟର ୮ ରେ ଥିବା ବିଶ୍ବଭ୍ରାତୃତ୍ବ ଦିବ୍ୟାତ୍ମା ପରିଷଦ ତରଫରୁ ବିଭୁ ବିଭୁତି ବିଶ୍ଵଶାନ୍ତି ମହାଯଜ୍ଞ ସମ୍ପର୍କରେ ଏକ ପ୍ରସ୍ତୁତି ବୈଠକ ସଭାପତି ବ୍ରଜବନ୍ଧୁ ତରାଇ ଓ ମିତାରାଣୀ ତରାଇଙ୍କ ଆବାହକତ୍ଵ ରେ ଅନୁଷ୍ଠିତ ହୋଇଯାଇଛି। ବୈଠକର ନିଷ୍ପତି ଅନୁଯାୟୀ ସେକ୍ଟର ୭ ସ୍ଥିତ ତେନ୍ତୁଳି ଗଛ ପଡ଼ିଆ ଠାରେ ଆସନ୍ତା ୧୧ ତାରିଖ ଦିନ ଯଜ୍ଞ ମଣ୍ଡପ ପ୍ରତିଷ୍ଠା ଓ ଶ୍ରୀକଳସ ଶୋଭାଯାତ୍ରା,୧୨ ତାରିଖ ଦିନ ବିଭିନ୍ନ ପୂଜନ ସହ ଅଖଣ୍ଡ ନାମଯଜ୍ଞ ଓ ସନ୍ଧ୍ୟା ରେ ସତସଙ୍ଗ ମହୋତ୍ସବ, ସ୍ମରଣିକା ଉନ୍ମୋଚନ,ପଠନ ଓ ପୁରୀ ର ପ୍ରବଚକ ସତ୍ୟ ଚୈତନ୍ୟ ଦାସଙ୍କ ଦିବ୍ୟ ପ୍ରବଚନ,୧୩ ତାରିଖ ଦିନ ରୁ ୧୫ ତାରିଖ ପର୍ଯ୍ୟନ୍ତ ପ୍ରାତଃ ମଙ୍ଗଳ ଆଳତି ସହ ବିଭିନ୍ନ ପୂଜାର୍ଚ୍ଚନା ଓ ୧୩ ତାରିଖ ଦିନ ଭୁବନେଶ୍ଵରର କୁନି ପ୍ରବଚକ କେଶବ ଦାସ ଦ୍ବିତୀକୃଷ୍ଣ ଓ ଜଗତସିଂହପୁରରୁ ପ୍ରବଚକ ଦିବାକର ଦାସ ମହାରାଜ ଙ୍କ ଦିବ୍ୟ ପ୍ରବଚନ,୧୪ ତାରିଖ ଦିନ ଢେଙ୍କାନାଳର ମାଳିକା ବିଶେଷଜ୍ଞ ଭକ୍ତି ବିନୋଦ ବିପିନ ବିହାରୀ ସାମଲ ଓ ପରିବ୍ରାଜକ ପ୍ରମୋଦ କୁମାର ପୃଷ୍ଟି ଦିବ୍ୟ ପ୍ରବଚନ ପ୍ରଦାନ କରିବେ। ୧୫ ତାରିଖ ଦିନ ବିଭିନ୍ନ ପୂଜା ସହ ଯଜ୍ଞ ପୂର୍ଣ୍ଣାହୁତି, ଶାନ୍ତି ପାଠ ସହ କାର୍ଯ୍ୟକ୍ରମର ସମାପ୍ତି କରାଯିବ। ଏହି ଅବସରରେ ବିଶେଷ ଆକର୍ଷଣ ରେ କୈବଲ୍ୟ ମଣ୍ଡପ, ଯେଉଁଠାରେ ବିଶ୍ବର ସମସ୍ତ ଧର୍ମ ର ଗୁରୁଙ୍କୁ ପୂଜା କରାଯାଏ ଓ ଶେଷଦିନ ଅଷ୍ଟଧାତୁ ରେ ତିଆରି ହସ୍ତୀ ଦ୍ବାରା ପୂର୍ଣ୍ଣାହୁତି ଓ ଅଖଣ୍ଡ ନାମଯଜ୍ଞ କରାଯିବ । ସୂଚନାଯୋଗ୍ୟ ଯେ ୧୧ ତାରିଖ ରୁ ୧୫ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟହ ଦିବା ୧୨ ଘଟିକା ଓ ରାତ୍ର ସାଢେ ୯ ଟାରେ ପ୍ରସାଦ ସେବନର ପ୍ରସାଦ ବ୍ୟବସ୍ଥା କରାଯାଇଛି। ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଉପଦେଷ୍ଟା ପ୍ରମୋଦ ବେହେରା, ଶଶଧର ମହାନ୍ତି, ବିପିନ ପଟ୍ଟନାୟକ, ମନୋରଞ୍ଜନ, ଉପସଭାପତି ବାଇଧର ପ୍ରଧାନ, ସମ୍ପାଦକ ରଜତ ମହାପାତ୍ର, ତିଳକ ଚନ୍ଦ୍ର ପ୍ରଧାନ, ରମାକାନ୍ତ ସାମଲ, ସିଦ୍ଧାନ୍ତ ଚନ୍ଦ୍ର ଦାସ, ପ୍ରଭାତ ମଲ୍ଲିକ, ରାଜେନ୍ଦ୍ର ନାରାୟଣ ମଲ୍ଲିକ,ମଙ୍ଗଳେଶ୍ବର ପରିଡା, ମୀନାରାଣୀ ତରାଇ, ସ୍ନିଗ୍ଧା ମହାପାତ୍ର,ଭରତ ଦାସ,ଶ୍ରେୟାଂଶି ଦାସ, ଅଜୟ କୁମାର, ଅମିତ କୁମାର,କବିରାଜ ନାୟକ, ଅନ୍ତର୍ଯ୍ୟାମୀ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଦ୍ଵିତୀୟ କୈଳାସ କପିଳାସରେ ପ୍ରଶାସନ ବେହାଲ

Sunil Chandra Nayak

ଧର୍ମଗଡ଼ ଏନ୍ ଏ ସି ପକ୍ଷରୁ ୧୮୦ ଜଣ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ

Sunil Chandra Nayak

ଵାସିଙ୍ଗୀ ଅଂଚଳର ବିଶିଷ୍ଟ ସମାଜସେବୀ/ ଧର୍ମପରାୟଣ ବ୍ୟକ୍ତି ଇଂ ମହେନ୍ଦ୍ର ମହାନ୍ତଙ୍କ ଦେହାନ୍ତ 

masiha

Leave a Comment

error: Content is protected !!