ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜ଼ିଲ୍ଲା ଅଦାଲତ ନବରଙ୍ଗପୁର ଦ୍ୱାରା ଚିତ୍ରାଙ୍କନ ପ୍ରତିଯୋଗିତ

ଜ଼ିଲ୍ଲା ଅଦାଲତ ନବରଙ୍ଗପୁର ଦ୍ୱାରା ଚିତ୍ରାଙ୍କନ ପ୍ରତିଯୋଗିତ

ନବରଙ୍ଗପୁର:( ତା ୧୦.୧୧.୨୦୨୪)(ରବି ନାରାୟଣ ମହାନ୍ତି) ଓଡିଶା ଉଚ୍ଚ ନ୍ୟାୟାଳୟ କଟକଙ୍କ ଆଦେଶ କ୍ରମେ ନୂତନ ଜ଼ିଲ୍ଲା କୋର୍ଟ ପରିସରରେ ଜ଼ିଲ୍ଲାର ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଆସନ୍ତା ଶିଶୁ ଦିବସ-୨୦୨୪କୁ ନେଇ ଏକ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହେଇଯାଇଛି। ଚଳିତ ବର୍ଷ “ଦିବ୍ୟାଙ୍ଗ ପିଲାଙ୍କ ଅଧିକାର” ବିଷୟକୁ ନେଇ ପ୍ରତିଯୋଗିତା ଆୟୋଜିତ ହୋଇଥିଲାI ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜ଼ିଲ୍ଲା ଜର୍ଜ ଶ୍ରୀଯୁକ୍ତ ସୁବ୍ରତ ମହାନ୍ତି ଯୋଗଦାନ କରିଥିଲେ I ଅନ୍ୟାନ ଅତିଥି ରୂପେ ଅତିରିକ୍ତ ଜିଲ୍ଲା ଜର୍ଜ ବିଷ୍ଣୁ ପ୍ରସାଦ ମିଶ୍ର, ମୁଖ୍ୟ ବିଚାର ବିଭାଗୀୟ ଦଣ୍ଡାଧିକାରି ଶ୍ରୀମତୀ ସୀମା ତ୍ରିପାଠୀ, ରେଜିଷ୍ଟ୍ରାର ଜିଲ୍ଲାକୋର୍ଟ ସୁକାନ୍ତ କିଶୋର ଜେନା, ବରିଷ୍ଟ ଦେବାନୀ ଜର୍ଜ, ନବରଙ୍ଗପୁର (ମହିଳା କୋର୍ଟ) ସୁଦୀପା ପାତ୍ର, ବିଚାର ବିଭାଗୀୟ ଦଣ୍ଡାଧିକାରୀ ଶ୍ରୀମତୀ ପ୍ରଜ୍ଞା ପଣ୍ଡା, ଆଇନଜୀବି ସଂଘର ସଭାପତି ଶ୍ରୀଯୁକ୍ତ ନରସିଂହନାଥ ତ୍ରିପାଠୀ ଯୋଗଦାନ କରିଥିଲେ I ଏହି ପ୍ରତିଯୋଗିତା ରେ ପ୍ରତିଯୋଗୀଙ୍କୁ ଟ୍ରଫି ଏବଂ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା I ଏହି ଚିତ୍ରାଙ୍କନ ପ୍ରତିଯୋଗିତାରେ କେନ୍ଦ୍ରୀୟ ବିଦ୍ୟାଳୟର ନରେଶ ବିଶୋଇ ପ୍ରଥମ, ବାପୁଜୀ ପବ୍ଲିକ ସ୍କୁଲର ସାନଭି ପ୍ରଜ୍ଞା ସାହୁ ଦ୍ଵିତୀୟ ଏବଂ କେନ୍ଦ୍ରୀୟ ବିଦ୍ୟାଳୟ, ନବରଂଗପୁରର ଈଭା ମିଶ୍ର ତୃତୀୟ ସ୍ଥାନ ଅଧିକାର କରିଥିଲେ I ଏହି କାର୍ଯ୍ୟକ୍ରମ ଜ଼ିଲ୍ଲା ଅଦାଲତ ନବରଙ୍ଗପୁର ଦ୍ୱାରା ପରିଚାଳନା କରାଯାଇଥିଲା ।

Related posts

ଭାରତୀୟ ବାରିକ ସମାଜ ରାଉରକେଲା ଶାଖା ଦ୍ୱାରା ସେବା କାର୍ଯ୍ୟକ୍ରମ 

ଗ୍ରାମରେ ପହଂଚି ପାରିଲାନି ଆମ୍ବୁଲାନ୍ସ |ଜମିହୁଡ଼ାରେ ୨କିଲୋମିଟର ଚାଲି ଆମ୍ବୁଲାନ୍ସ ନିକଟରେ ପହଂଚିଲେ ଗର୍ଭବତୀ 

masiha

ବନ୍ଧୁଗାଁ ଥାନା ଦ୍ୱାରା ଚଳାଚଳ କରୁଥିବା ଯାନବାହାନ ଯାଞ୍ଚ ନଅ ହଜାର ଆଦାୟ

Sunil Chandra Nayak

Leave a Comment

error: Content is protected !!