ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଳିଙ୍ଗ ମିଡ଼ିଆ ସର୍ଭିସେସର ୧୪ତମ ବ୍ୟାଚ ସମାବର୍ତ୍ତନ ଏବଂ କଳିଙ୍ଗ ମିଡ଼ିଆ ସମ୍ମାନ ସମର୍ଦ୍ଧନା ସମାରୋହ ଅନୁଷ୍ଠିତ

କଳିଙ୍ଗ ମିଡ଼ିଆ ସର୍ଭିସେସର ୧୪ତମ ବ୍ୟାଚ ସମାବର୍ତ୍ତନ ଏବଂ କଳିଙ୍ଗ ମିଡ଼ିଆ ସମ୍ମାନ ସମର୍ଦ୍ଧନା ସମାରୋହ ଅନୁଷ୍ଠିତ

ନବରଙ୍ଗପୁର :(୯|୧୧)(ରବି ନାରାୟଣ ମହାନ୍ତି)ଆଜି ଭୁବନେଶ୍ୱର ସ୍ଥିତ ଗ୍ଲୋବାଲ ଇନଷ୍ଟିଚ୍ୟୁଟ ଅଫ ଇଂଜିନିୟରିଂ ଆଣ୍ଡ ମ୍ୟାନେଜମେଣ୍ଟ ପରିସରରେ କଳିଙ୍ଗ ମିଡ଼ିଆ ସର୍ଭିସେସର ୧୪ତମ ବ୍ୟାଚ ସମାବର୍ତ୍ତନ ଏବଂ କଳିଙ୍ଗ ମିଡ଼ିଆ ସମ୍ମାନ ସମର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀ ବ୍ରଜ କିଶୋର ତ୍ରିପାଠୀ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିବା ବେଳେ ମୁଖ୍ୟଅତିଥି ଭାବରେ ବାର୍ଷିଆନ ସାମ୍ବାଦିକ ଶ୍ରୀ ପ୍ରଦୋଷ ପଟ୍ଟନାୟକ ଯୋଗଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ଖ୍ୟାତନାମ ସାମ୍ବାଦିକ ଶ୍ରୀରାମ ଦାସ ଯୋଗଦେଇ ଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ଭାବେ ଦୈନିକ ଖବରକାଗଜ ପ୍ରତିଦିନର ସମ୍ପାଦକ ସୁଧୀର କୁମାର ପଣ୍ଡା,ବରିଷ୍ଠ ସାମ୍ବାଦିକ ବାପି ମିଶ୍ର, ଅନୁଷ୍ଠିନର ସଭାପତି ତଥା ବରିଷ୍ଠ ଆଇନଜୀବି ଗୋକୁଳାନନ୍ଦ ପଟ୍ଟନାୟକ ପ୍ରମୁଖ ଯୋଗଦେଇଥିଲେ । ପ୍ରାରମ୍ଭରେ କାର୍ଯ୍ୟକ୍ରମକୁ କଳିଙ୍ଗ ମିଡ଼ିଆର ନିର୍ଦେଶକ ତଥା ସମ୍ପାଦକ ଡ଼. ମହେଶ୍ବର ଅତିଥିଙ୍କ ପରିଚୟ ଦେଇଥିବା ବେଳେ ସାମ୍ବାଦିକତା ଅଧ୍ୟାପକ ଜ୍ଞାନ ଚାନ୍ଦ ମଲ୍ଲିକ, ଗୋପବନ୍ଧୁ ଦାସ, ଦୀପକ ବରାଳ, ସ୍ନେହାଞ୍ଜଳି ସେଠି, ନମିତା ନାୟକ ପ୍ରମୁଖ ମଞ୍ଚ ପରିଚାଳନା କରିଥିଲେ l ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ଅତିଥି ସମାଜରେ ଗଣମାଧ୍ୟମର ଭୂମିକା ଗୋଟିଏ ସାମ୍ବାଦିକର କାର୍ଯ୍ୟଶୈଳୀ ଉପରେ କଳିଙ୍ଗ ମିଡ଼ିଆର ସମସ୍ତ ଛାତ୍ରଛାତ୍ରୀ ଙ୍କୁ ବୁଝାଇଥିଲେ ।ତତ୍ ସହିତ କାର୍ଯ୍ୟକ୍ରମ ବାଲେଶ୍ଵର ରେ କାର୍ଯ୍ୟରତ ସାମ୍ବାଦିକ ସୁମନ ପରିଡ଼ା ,ଭୁବନେଶ୍ୱରର ସାମ୍ବାଦିକ ଡ଼ଃ ମାଧବାନନ୍ଦ ବେହୁରା ,ଶିକ୍ଷାବିତ୍ ସରୋଜ କାନ୍ତ ସାହୁ , ସାମ୍ବାଦିକ ସୁଧୀର କୁମାର ମିଶ୍ର , ଭବାନୀପାଟଣା ସାମ୍ବାଦିକ ସନ୍ତୋଷ ସିଂ ଦେଓ ,ନିଆଳିର ସାମ୍ବାଦିକ ମଧୁସ୍ମିତା ସାହୁ ,ସମାଜସେବୀ ଗଣେଶ ପରିଡ଼ା ,ବ୍ରହ୍ମପୁରର ସାମ୍ବାଦିକ ଅନନ୍ତ ନାରାୟଣ ମହାନ୍ତିଙ୍କୁ କଳିଙ୍ଗ ମିଡ଼ିଆ ସମ୍ମାନ ୨୦୨୪ରେ ସମ୍ମାନିତ କରାଯାଇଥିଲା ।ଏହା ବ୍ୟତୀତ କଳିଙ୍ଗ ମିଡ଼ିଆରେ ଅଧ୍ୟୟନରତ ସମସ୍ତ ଛାତ୍ରଛାତ୍ରୀ ଙ୍କୁ ସମ୍ମାନିତ କରି ସାମ୍ବାଦିକତା କ୍ଷେତ୍ରରେ ଆଗକୁ ବଢିବା ପାଇଁ ଉତ୍ସାହିତ କରାଯାଇଥିଲା । ଏଥିରେ ଓଡିଶାର ୭୦ ଜଣ ସାମ୍ବାଦିକ ଯୋଗାଯୋଗ ଦେଇଥିଲେ l ଶେଷରେ ଵିନତୀ ନାୟକ ଧନ୍ୟବାଦ ଦେଇଥିଲେ l

Related posts

ଆବାସ ଗୃହରୁ ବଞ୍ଚିତ ତୁଳସୀ ରାମ ନାଏକଙ୍କ ପରିବାର, ମାଟି କୁଡିଆ ଛାତ ତଳେ ୫/୭ ଜଣ ପରିବାରର ସଦସ୍ୟ

Sunil Chandra Nayak

ସ୍ୱାୟତ୍ତ ଶାସନ ଦିବସରେ ନୂଆପଡ଼ା ଏନ୍‌ଏସିକୁ ମିଳିଲା ‘ବେଷ୍ଟ ପରଫର୍ମିଂ ୟୁଏଲ୍‌ବି’ ପୁରସ୍କାର ମୁଖ୍ୟମନ୍ତ୍ରୀଙ୍କଠାରୁ ମିଳିଲା ୨ କୋଟି ଟଙ୍କାର ପୁରସ୍କାର, ଜ଼ିଲ୍ଲା ପାଇଁ ଆଉ ଏକ ମାଇଲ୍‌ଖୁଣ୍ଟ

Sunil Chandra Nayak

ଝାରକଟା ଶାଖା ଡାକଘର ଭବିଷ୍ୟତ ଅନ୍ଧାରରେ 

masiha

Leave a Comment

error: Content is protected !!