ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଦର୍ଶ ଗୁରୁକୁଳ ଶିକ୍ଷା ନିକେତନ ର ପଞ୍ଚମ ବାର୍ଷିକ ଉତ୍ସବ

ଆଦର୍ଶ ଗୁରୁକୁଳ ଶିକ୍ଷା ନିକେତନ ର ପଞ୍ଚମ ବାର୍ଷିକ ଉତ୍ସବ

 ବେଲଗୁଣ୍ଠା, ୩୦/୦୩, ବେଲଗୁଣ୍ଠା ବ୍ଲକ ଅନ୍ତର୍ଗନ ଆଦର୍ଶ ଗୁରୁକୁଳ ଶିକ୍ଷା ନିକେତନ, ନେଟଙ୍ଗା ର “ପଞ୍ଚମ ବାର୍ଷିକ ପ୍ରତିଭା ସମ୍ମାନ” ଉତ୍ସବ ଶିକ୍ଷାବିତ ଗୋବିନ୍ଦ ଚନ୍ଦ୍ର ଲେଙ୍କା ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଅବସର ପ୍ରାପ୍ତ ଅଧ୍ୟକ୍ଷ ଶିବରାମ ପଣ୍ଡା ଯୋଗ ଦେଇ ଶୃଙ୍ଖଳିତ ଭାବରେ ଶିକ୍ଷା ଅର୍ଜନ କଲେ ଏକ ସୁସ୍ଥ ସମାଜ ଟିଏ ଗଠନ ହୋଇପାରିବ ବୋଲି ନିଜ ଅଭିଭାଷଣରେ ପ୍ରକାଶ କରିଥିଲେ। ସମ୍ମାନିତ ଅତିଥି ଭାବେ ଅବସର ପ୍ରାପ୍ତ ଅତିରିକ୍ତ ଗୋଷ୍ଠି ଶିକ୍ଷା ଅଧିକାରୀ ତଥା ଘୁମୁସର ସମ୍ବାଦର ସମ୍ପାଦକ ନେତାଜୀ ବିଷୋୟୀ, ଭାରତୀୟ ଶିକ୍ଷା ବିକାଶ ସଂସ୍ଥାନ ର ସମ୍ପାଦକ ସୂର୍ଯ୍ୟନାରାୟଣ ପାତ୍ର, ଅବସର ପ୍ରାପ୍ତ ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ସାମଲ, ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଗାୟତ୍ରୀ ମିଶ୍ର ଉତ୍ତମ ଛାତ୍ର ଛାତ୍ରୀ ଗଠନ ରେ ମା ମାନଙ୍କର ଭୂମିକା ନିତାନ୍ତ ଆବଶ୍ୟକ ବୋଲି ନିଜ ନିଜ ଅଭିଭାଷଣରେ ଉପସ୍ଥାପନା କରିବା ସହିତ ଶୃଙ୍ଖଳିତ ଛାତ୍ର ଜୀବନର ମାର୍ଗ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମ କୁ ଭଞ୍ଜ ସାହିତ୍ୟ ପରିଷଦର ସଭାପତି ଗୋପାଳ ଚନ୍ଦ୍ର ଲେଙ୍କା ପରିଚାଳନା କରିଥିବା ବେଳେ ଶିକ୍ଷକ ମହେଶ୍ୱର ରାଉତ ଏବଂ ଗାୟତ୍ରୀ ଗୁରୁମା ଅତିଥି ସ୍ବାଗତ ଓ ପରିଚୟ ପ୍ରଦାନ କରିଥିଲେ। ଅତିଥିଙ୍କ ଦ୍ଵାରା ବାର୍ଷିକ କ୍ରୀଡା ଉତ୍ସବ ର ସଫଳ ପ୍ରତିଯୋଗୀ ଏବଂ ଅନ୍ୟାନ୍ୟ ପ୍ରତିଯୋଗିତାରେ ସଫଳତା ପାଇଥିବା କୃତି ପ୍ରତିଯୋଗୀ ମାନଙ୍କୁ ପ୍ରଶଂସା ପତ୍ର ଏବଂ ପୁରସସ୍କୃତ କରାଯାଇଥିଲା ।କୋମଳମତି ଶିଶୁମାନଙ୍କ ସାଂସ୍କୃତିକ କାର୍ଯ୍ୟକ୍ରମ ଦର୍ଶକ ମାନଙ୍କ ମନ ମୋହିଥିଲା। ଭାଗ୍ୟଶାଳୀ ମା ଭାବେ କମଳା ପାତ୍ର ଓ ଭାଗ୍ୟଶାଳୀ ଅଭିଭାବକ ଭାବେ ସଞ୍ଜୟ ସେଠୀ ଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ l ଉତ୍ତମ ଅଭିଭାବକ ଭାବେ ସତ୍ୟନାରାୟଣ ରାଓ ଙ୍କୁ ମୁଖ୍ୟ ଅତିଥି ଙ୍କ ଦ୍ଵାରା ସମ୍ବର୍ଦ୍ଧିତ କରାଯାଇଥିଲା। ଛାତ୍ରୀ ଚିତ୍ରାଲେଖା ଗୌଡ଼ ଙ୍କୁ ଜେଜେମା ଜେଜେ ବାପା ପ୍ରବନ୍ଧ ର ସଫଳ ପ୍ରତିଯୋଗୀ ଭାବେ ଚୟନ କରାଯାଇ ପୁରସ୍କୃତ କରାଯାଇଥିଲା। କାର୍ଯ୍ୟକ୍ରମ ରେ ଅନୁଷ୍ଠାନର ଗାୟତ୍ରୀ ଗୁରୁମାଙ୍କ ସହ ଅନିତା, ସିମିରନ୍, ଝୁମୂରୀ, ସ୍ମୃତି ଗୁରୁମା ଓ ମାଉସୀ ସମ୍ପୂର୍ଣ ସହଯୋଗ କରିଥିଲେ।ଶେଷରେ ଶିକ୍ଷକ ମହେଶ୍ୱର ରାଉତ ଧନ୍ୟବାଦ ଅର୍ପଣ କରିଥିଲେ।

Related posts

ବିଶ୍ଵ ଶାନ୍ତି ଷୋହଲ ପ୍ରହର ନାମ ଯଜ୍ଞ ଉଦଯାପିତ

Sunil Chandra Nayak

ଚାରବାହାଲ ରେ ସେକ୍ଟର ସ୍ତରୀୟ ଆଶା ସଂଘ ଗଠିତ

Sunil Chandra Nayak

ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଚକ୍ଷୁ ଚିକିତ୍ସା ପାଇଁ ନିର୍ମାଣାଧୀନ ଗୃହ କାର୍ଯ୍ୟ ନିମ୍ନମାନର ଓ ବେପରୁଆ କାମ

masiha

Leave a Comment

error: Content is protected !!