ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କାଉଗୁଡାଠାରେ ବ୍ଲକସ୍ତରୀୟ ବିଜ୍ଞାନମେଳା ଓ ବାଲ ବୈଜ୍ଞାନିକ ସମ୍ମିଳନୀ

କାଉଗୁଡାଠାରେ ବ୍ଲକସ୍ତରୀୟ ବିଜ୍ଞାନମେଳା ଓ ବାଲ ବୈଜ୍ଞାନିକ ସମ୍ମିଳନୀ

ଲାଞ୍ଜିଗଡ, ୧୨/୧୧(ମନିସ)- କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ସ୍କୁଲ ଓ ଗଣଶିକ୍ଷା ବିଭାଗ ତରଫରୁ ଆଜି କାଉଗୁଡା ସରକାରୀ ଉଚ୍ଚ ବିଦ୍ୟାଳୟରେ ବ୍ଲକସ୍ତରୀୟ ବିଜ୍ଞାନମେଳା ଓ ବାଲ ବୈଜ୍ଞାନିକ ସମ୍ମିଳନୀ ତଥା ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ଉଦଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଲାଞ୍ଜିଗଡ଼ ଗୋଷ୍ଠୀ ଶିକ୍ଷାଧିକାରୀ ଆଚାରୀ ଶବର ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ଲାଞ୍ଜିଗଡ଼ ବିଧାୟକଙ୍କ ପ୍ରତିନିଧି ପ୍ରଦୀପ କୁମାର ଘଡେଇ, ବ୍ଲକ ଉପାଧ୍ୟକ୍ଷ ସଞ୍ଜୀବ କୁମାର ନାୟକ, ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଲକ୍ଷ୍ମୀପ୍ରିୟା ମୁଦୁଲି, ଲାଞ୍ଜିଗଡ ରୋଡ଼ ହାଇସ୍କୁଲର ପ୍ରଧାନଶିକ୍ଷକ ତରୁଣ କୁମାର ସାହୁ, ପାଣିମୁଣ୍ଡା ଉନ୍ନୀତ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ବିଶିକେଶନ ସୁନା, ଲାଞ୍ଜିଗଡରୋଡ଼ ସରପଞ୍ଚ ମମତା ଶବର ପ୍ରମୁଖ ମଂଚାସୀନ ଥିଲେ। କାଉଗୁଡା ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁପ୍ରଭା ଦୋରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଘାଟନୀ ସମାରୋହରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ତଥା ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜକ ସୁଢଳଦେବ ମୁଣ୍ଡ ସ୍ୱାଗତ ଅଭିଭାଷଣ ଦେଇଥିବାବେଳେ ଗୋଖରା ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ସୁଧୀର କୁମାର ଧଙ୍ଗଡ଼ାମାଝୀ ସଭା ପରିଚାଳନା କରିଥିଲେ। ସେହିପରି ଉଦଯାପନୀ ଓ ପୁରସ୍କାର ବିତରଣୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ପବିତ୍ର ମୋହନ ସାହୁ ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ବିଜ୍ଞାନ ପରିଦର୍ଶକ ଦୁଷ୍ମନ୍ତ ଶେଖର ପାଢ଼ୀ, ମୋ ସ୍କୁଲ ସଂଯୋଜକ ପ୍ରଶାନ୍ତ ନନ୍ଦ ପ୍ରମୁଖ ଯୋଗ ଦେଇଥିଲେ। ଏଥିରେ ବ୍ଲକର ବିଭିନ୍ନ ସ୍କୁଲରୁ ୪୧ ଗୋଟି ପ୍ରାଥମିକ ବିଦ୍ୟାଳୟସ୍ତରୀୟ ପ୍ରକଳ୍ପ ଓ ୨୭ ଗୋଟି ହାଇସ୍କୁଲସ୍ତରୀୟ ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା। ଏହି ଅବସରରେ ପ୍ରାଥମିକ ସ୍ତରୀୟ ପ୍ରକଳ୍ପର ବିଚାରକ ଭାବେ ଭଟାଙ୍ଗପଦର ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ପ୍ରଜ୍ଞା ପାରମିତା ଶତପଥି, ପାଣିମୁଣ୍ଡା ହାଇସ୍କୁଲର ବିଜ୍ଞାନ ଶିକ୍ଷକ ନୀଳାମ୍ବର ସରାଫ, ଲାଞ୍ଜିଗଡ ରୋଡ଼ ହାଇସ୍କୁଲର ପ୍ରଧାନଶିକ୍ଷକ ସୂରଜ କୁମାର ଦାଶ ଦାୟିତ୍ୱ ତୁଲାଇ ଥିବାବେଳେ ମାଧ୍ୟମିକ ସ୍ତରୀୟ ପ୍ରକଳ୍ପଗୁଡିକର ବିଚାରକ ଭାବେ ବୁଦେଲଗୁମା ହାଇସ୍କୁଲର ଶିକ୍ଷକ କୁବେର ନାଏକ, ଯୋଡ଼ାବନ୍ଧ ହାଇସ୍କୁଲର ଶିକ୍ଷକ ଅତୁଲ୍ୟ ପଧାନ, ଶାନ୍ତପୁର ହାଇସ୍କୁଲର ବିଜ୍ଞାନ ଶିକ୍ଷୟିତ୍ରୀ ଜି. ସ୍ୱାତୀ ଦାୟିତ୍ୱ ତୁଲାଇଥିଲେ। ପୂର୍ବତନ କ୍ଳଷ୍ଟର ସଂଯୋଜକ ଗୁରୁଗୋବିନ୍ଦ ମହାନ୍ତି ସଭା ପରିଚାଳନା ସହିତ ଧନ୍ୟବାଦ ଅର୍ପଣ କରିଥିଲେ। ପୂର୍ବତନ ଏବିଇଓ ପଦ୍ମଲୋଚନ ସୁନା, କ୍ଳଷ୍ଟର ସଂଯୋଜକ ପ୍ରକାଶ ପ୍ରଧାନ, କୁମାର ଗୌରବ ପରିଡ଼ା, ସୌଭାଗ୍ୟ ରଂଜନ ସାହୁ, ଜଳନ୍ଧର ମାଝୀ, ଶ୍ରବଣ କୁମାର ସରାଫ, ଦୁଃଖିଶ୍ୟାମ ବାରିକ, ସଞ୍ଜୀବ କୁମାର ସାହୁ, ଗୁଣମଣି ଭୋଇଙ୍କ ସମେତ ପରମାନନ୍ଦ ସାହୁ, ଗୌର ପଟ୍ଟନାୟକ, ନରେଶ ସାହୁ, ଗୋକୁଳ ପାତ୍ର, ଲମ୍ବୋଦର ସାହୁ, ସନ୍ଦୀପ ମିଶ୍ର, ଜଗନ୍ନାଥ ନାଏକ, କୋକିଳ ଶବର, ପୁଷ୍ପାଞ୍ଜଳି ପଣ୍ଡା, ଅଞ୍ଜଳୀ ସାହୁ, ସବିତା ଜଗତ, ଅରୁଣ ପଣ୍ଡା, ଦୀପକ ଗହୀର, ରଶ୍ମିତା ସାହୁ ବିଜ୍ଞାନ ମେଳା ପରିଚାଳନାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। କ୍ଷୀରାବ୍ଧି ଯୁଆଡ, ସୁନା ମାଝୀ, ସମାଜ ଶବର, ସଂକୀର୍ତ୍ତନ ଶବର, ସୁଦର୍ଶନ ପାତ୍ର ପ୍ରମୁଖ ସହଯୋଗ କରିଥିଲେ।

ଲାଞ୍ଜିଗଡ ବ୍ଲକରୁ ସୁଶୀଲ କୁମାର ବାଗଙ୍କ ରିପୋର୍ଟ

Related posts

ରାଉରକେଲାରେ ମହାବିଷୁବ ସଂକ୍ରାନ୍ତି, ଓଡ଼ିଆ ନବବର୍ଷ ଓ ବାବାସାହେବ ଡ଼ଃ ଆମ୍ବେଦକର ଜୟନ୍ତୀ ପାଳନ.

Sunil Chandra Nayak

କଳିଙ୍ଗ ଗୌରବ ଫାଉଣ୍ଡେସନ ସମ୍ମାନ ପାଇଲେ ବରିଷ୍ଠ ସାମ୍ବାଦିକ ଆରତୀ ଦାସ 

Sunil Chandra Nayak

ଯୁକ୍ତ ଦୁଇ ପରୀକ୍ଷା ମେଧା ବିଦ୍ୟାର୍ଥୀ କୁମାରୀ ଅନନ୍ୟା ପ୍ରଧାନଙ୍କ ସଫଳତା 

Leave a Comment

error: Content is protected !!