ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନବରଙ୍ଗପୁର ଠାରେ ଜିଲ୍ଲା ସ୍ତରୀୟ ୮ମ ରାଷ୍ଟ୍ରୀୟ ପୋଷଣ ପକ୍ଷ ୨୦୨୬ ପାଳନ 

ନବରଙ୍ଗପୁର ଠାରେ ଜିଲ୍ଲା ସ୍ତରୀୟ ୮ମ ରାଷ୍ଟ୍ରୀୟ ପୋଷଣ ପକ୍ଷ ୨୦୨୬ ପାଳନ 

ନବରଙ୍ଗପୁର:( ତା ୨୨. ୦୪. ୨୬)(ରବି ନାରାୟଣ ମହାନ୍ତି)ଆଜି ସ୍ଥାନୀୟ ମିଶନ ଶକ୍ତି ସମ୍ମିଳନୀ ଗୃହରେ ଜିଲ୍ଲା ସ୍ତରୀୟ ୮ମ ରାଷ୍ଟ୍ରୀୟ ପୋଷଣ ପକ୍ଷ ୨୦୨୬ ପାଳନ ହୋଇଯାଇଛି I ଏହି କାର୍ଯ୍ୟକ୍ରମରେ ନବରଙ୍ଗପୁର ଜିଲ୍ଲାପାଳ ଡ଼ ମହେଶ୍ୱର ସ୍ୱାଇଁ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଜିଲ୍ଲାରେ ପୋଷଣ ଅଭିଯାନ କିପରି ଠିକ ଭାବରେ ସଫଳ ହୋଇପାରିବ ସେଥିପ୍ରତି ସମସ୍ତେ ସଚେତନ ରହିବା ଓ ନିଜ ଦାୟିତ୍ୱକୁ ସଠିକ୍ ଭାବରେ ନିର୍ବାହ କରିବାକୁ ସମସ୍ତ ସିଡିପିଓ ମାନଙ୍କୁ ନିର୍ଦ୍ଧେଶ ଦେଇଥିଲେ I ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଦ୍ରୌପଦୀ କହଁର ପୋଷଣ ପକ୍ଷ ପାଳନର ମୁଖ୍ୟ ୫ ଟି ବିଷୟ ମା ଓ ଶିଶୁ ର ପୋଷଣ, ମସ୍ତିଷ୍କ ବିକାଶ ପାଇଁ ପ୍ରାରମ୍ଭିକ ଉତ୍ତେଜନା , ପ୍ରାରମ୍ଭିକ ବର୍ଷ ରେ ଖେଳ ଆଧାରିତ ଶିକ୍ଷା,ସ୍କ୍ରିନ୍ ସମୟ କମେଇବାରେ ଅଭିଭାବକ ଓ ସମୁଦାୟ ର ଭୂମିକା, ଶକ୍ତିଶାଳୀ ଅଙ୍ଗନୱାଡି ସମୁଦାୟ ସମର୍ଥନ ସଂଗ୍ରହ ଉପରେ ଗୃହରେ ଅବଗତ କରାଇଥିଲେ।ଅତିରିକ୍ତ ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ ଡ଼ ମଳୟ ତ୍ରିପାଠୀ ଶିଶୁ ଓ ମହିଳା ମାନଙ୍କୁ ଠିକ ସମୟରେ ଆଇଏଫଏ ବଟିକା, ଟୀକାକରଣ ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସମ୍ପର୍କୀୟ ସଚେତନ କରି କୁପୋଷଣକୁ କିପରି ଦୂର କରାଯାଇ ପାରିବ ସେ ବିଷୟରେ ନିଜର ମତ ଉପସ୍ଥାପନ କରିଥିଲେ I ପ୍ରୋଜେକ୍ଟ ଅଫିସର କଳ୍ପନା ମହାକୁଡ଼ ଶିଶୁ ଜନ୍ମର ପ୍ରଥମ ହଜାର ଦିନ ମଧ୍ୟରେ ତା ମସ୍ତିଷ୍କର ବିକାଶ ହୋଇଥାଏ ତେଣୁ ଏହାକୁ କିପରି ଶୂନ୍ୟ ରୁ ଛଅ ବର୍ଷର ଶିଶୁଙ୍କ ଯତ୍ନ ନେବା ସେ ବିଷୟରେ ଗୁରୁତ୍ୱ ଦେବାକୁ ମତ ଉପସ୍ଥାପନ କରିଥିଲେ I ଉପଜିଲ୍ଲାପାଳ ,ନବରଙ୍ଗପୁର ପ୍ରକାଶ କୁମାର ମିଶ୍ର ଏହି ଅବସରରେ ଶପଥ ପାଠ କରାଇଥିଲେ I ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସା ତଥା ଜନ ସ୍ୱାସ୍ଥ୍ୟ ଅଧିକାରୀ ଡ଼ ମଳୟ ପ୍ରଧାନ,ଅଧିକ୍ଷଣ ଯନ୍ତ୍ରୀ ଜିଲ୍ଲା ଜଳ ଓ ପରିମଳ ବିଭାଗ ପ୍ରତୀକ ରାଉତ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁରେଶ ପଟ୍ଟନାୟକ, ସମସ୍ତ ସିଡିପିଓ, ସୁପର ଭାଇଜର, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସତ୍ୟ ନାରାୟଣ ପ୍ରଧାନ, ସମସ୍ତ ଅଙ୍ଗନୱାଡି କର୍ମୀ ଉପସ୍ଥିତ ଥିଲେ I

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ପୁଣି ମାତିଲେ ଦନ୍ତା ହାତୀ : ଘର ଭାଙ୍ଗିବା ସହ ବ୍ୟାପକ ଫସଲ ନଷ୍ଟ କଲେ, ଲୋକେ ଆତଙ୍କିତ

masiha

କଳାହାଣ୍ଡି ଜିଲ୍ଲାରେ ନୀତି ଆୟୋଗର ଆକାଂକ୍ଷି ଜିଲ୍ଲା ଅନ୍ତର୍ଗତ ” ସମ୍ପୂର୍ଣତା ଅଭିଯାନ” ର ଶୁଭାରମ୍ଭ

masiha

ସହକାରୀ ଶିକ୍ଷକ ନିଲମ୍ବିତ:ପ୍ରଧାନ ଶିକ୍ଷକ ଙ୍କ ଦରମା ବନ୍ଦ  (ଶ୍ରେଣୀ ଗୃହରେ ଅଶ୍ଳୀଳ ଭାଷାରେ ଶିକ୍ଷକ ଗାଳିଗୁଲଜ କରିବା ଘଟଣା)

Sunil Chandra Nayak

Leave a Comment

error: Content is protected !!