ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଚନ୍ଦାହାଣ୍ଡି ବ୍ଲକଠାରେ ଅତିରିକ୍ତ ଜିଲାପାଳଙ୍କ ଅଧ୍ୟକ୍ଷତାରେ ଏକ ଜନଶୁଣାଣି ଶିବିର ଅନୁଷ୍ଠିତ

ଚନ୍ଦାହାଣ୍ଡି ବ୍ଲକଠାରେ ଅତିରିକ୍ତ ଜିଲାପାଳଙ୍କ ଅଧ୍ୟକ୍ଷତାରେ ଏକ ଜନଶୁଣାଣି ଶିବିର ଅନୁଷ୍ଠିତ

ନବରଙ୍ଗପୁର:(ତା୧୨.୧୧.୨୦୨୪)(ରବିନାରାୟଣମହାନ୍ତି)ଆଜି ଚନ୍ଦାହାଣ୍ଡିବ୍ଲକ ସ୍ଥିତ ପଂଚାୟତ ସମିତି ସମ୍ମିଳନୀ ଗୃହରେ ନବରଙ୍ଗପୁର ଅତିରିକ୍ତ ଜିଲ୍ଲାପାଳ ( ସାଧାରଣ) ମହେଶ୍ୱର ଚନ୍ଦ୍ର ନାୟକଙ୍କ ଅଧ୍ୟକ୍ଷତାରେ ଏକ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି।ଏଥିରେ ସି ଡି ଓ ,ଜିଲ୍ଲା ପରିଷଦ ବିରଞ୍ଚି ନାରାୟଣ ଦରୱାନ,ଉପ ଜିଲ୍ଲାପାଳ,ନବରଙ୍ଗପୁର ପ୍ରକାଶ ମିଶ୍ର , ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବଟକୃଷ୍ଣ ମିଶ୍ର ଏବଂ ବି ଡି ଓ ରାମକୃଷ୍ଣ ନାୟକ ଙ୍କ ସମେତ ବିଭିନ୍ନ ଜିଲ୍ଲା ସ୍ତରୀୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।ଏହି ଜନ ଶୁଣାଣି ଶିବିରରେ ମୋଟ ୫୩ଜଣ ଆବେଦନକାରୀ ନିଜର ଅଭିଯୋଗ ପତ୍ର ଦାଖଲ କରିଥିଲେ। ସେଥିମଧ୍ୟରୁ ୩୯ଟି ବ୍ୟକ୍ତିଗତ ସମସ୍ୟା ଅଭିଯୋଗ ଓ ୧୪ଟି ଗ୍ରାମ୍ୟ ତଥା ସାମୁହିକ ସମସ୍ୟା ସମ୍ମିଳିତ ଥିଲା।ଏହି ଅବସରରେ ସାମାଜିକ ସୁରକ୍ଷା ବିଭାଗ ଦ୍ଵାରା ୧ ଜଣଙ୍କୁ ହୁଇଲ ଚେୟାର ଏବଂ ୩୫ଜଣଙ୍କୁ ମଧୁବାବୁ ପେନସନ ଯୋଜନାର ନୂତନ ସହାୟତା କାର୍ଡ ପ୍ରଦାନ କରଯାଇଥିଲା।

Related posts

ମୃତ୍ତିକା ସଂରକ୍ଷଣ ନିର୍ଦ୍ଦେଶକଙ୍କ ଦୁଇଦିନିଆ କଳାହାଣ୍ଡି ଗସ୍ତ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ସମୀକ୍ଷା ସହ କ୍ଷେତ୍ର ପରିଦର୍ଶନ

Sunil Chandra Nayak

ଓଡିଶା ପତ୍ରକାର ସଂଘ ଓ ସାଇପ୍ରିୟା ମଝିଘରିଆଣି ପୂଜା କମିଟି ପକ୍ଷରୁ ମାଁ ମାଇଁ ବୃକ୍ଷଟିଏ କାର୍ଯ୍ଯକ୍ରମ ଅନୁଷ୍ଠିତ

masiha

ବଜରଙ୍ଗ କ୍ଲବ୍, ମହିମାଗାଦି, ଢେଙ୍କାନାଳ ତରଫରୁ ଫୁଲୱାମା ଆକ୍ରମଣ ରେ ସହୀଦ ହୋଇଥିବା ଯବାନଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

Sunil Chandra Nayak

Leave a Comment

error: Content is protected !!