ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଚନ୍ଦାହାଣ୍ଡି ବ୍ଲକଠାରେ ଅତିରିକ୍ତ ଜିଲାପାଳଙ୍କ ଅଧ୍ୟକ୍ଷତାରେ ଏକ ଜନଶୁଣାଣି ଶିବିର ଅନୁଷ୍ଠିତ

ଚନ୍ଦାହାଣ୍ଡି ବ୍ଲକଠାରେ ଅତିରିକ୍ତ ଜିଲାପାଳଙ୍କ ଅଧ୍ୟକ୍ଷତାରେ ଏକ ଜନଶୁଣାଣି ଶିବିର ଅନୁଷ୍ଠିତ

ନବରଙ୍ଗପୁର:(ତା୧୨.୧୧.୨୦୨୪)(ରବିନାରାୟଣମହାନ୍ତି)ଆଜି ଚନ୍ଦାହାଣ୍ଡିବ୍ଲକ ସ୍ଥିତ ପଂଚାୟତ ସମିତି ସମ୍ମିଳନୀ ଗୃହରେ ନବରଙ୍ଗପୁର ଅତିରିକ୍ତ ଜିଲ୍ଲାପାଳ ( ସାଧାରଣ) ମହେଶ୍ୱର ଚନ୍ଦ୍ର ନାୟକଙ୍କ ଅଧ୍ୟକ୍ଷତାରେ ଏକ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି।ଏଥିରେ ସି ଡି ଓ ,ଜିଲ୍ଲା ପରିଷଦ ବିରଞ୍ଚି ନାରାୟଣ ଦରୱାନ,ଉପ ଜିଲ୍ଲାପାଳ,ନବରଙ୍ଗପୁର ପ୍ରକାଶ ମିଶ୍ର , ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବଟକୃଷ୍ଣ ମିଶ୍ର ଏବଂ ବି ଡି ଓ ରାମକୃଷ୍ଣ ନାୟକ ଙ୍କ ସମେତ ବିଭିନ୍ନ ଜିଲ୍ଲା ସ୍ତରୀୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।ଏହି ଜନ ଶୁଣାଣି ଶିବିରରେ ମୋଟ ୫୩ଜଣ ଆବେଦନକାରୀ ନିଜର ଅଭିଯୋଗ ପତ୍ର ଦାଖଲ କରିଥିଲେ। ସେଥିମଧ୍ୟରୁ ୩୯ଟି ବ୍ୟକ୍ତିଗତ ସମସ୍ୟା ଅଭିଯୋଗ ଓ ୧୪ଟି ଗ୍ରାମ୍ୟ ତଥା ସାମୁହିକ ସମସ୍ୟା ସମ୍ମିଳିତ ଥିଲା।ଏହି ଅବସରରେ ସାମାଜିକ ସୁରକ୍ଷା ବିଭାଗ ଦ୍ଵାରା ୧ ଜଣଙ୍କୁ ହୁଇଲ ଚେୟାର ଏବଂ ୩୫ଜଣଙ୍କୁ ମଧୁବାବୁ ପେନସନ ଯୋଜନାର ନୂତନ ସହାୟତା କାର୍ଡ ପ୍ରଦାନ କରଯାଇଥିଲା।

Related posts

ସତୁରି ଦଶକର ବରିଷ୍ଠ କଳାକାର ଙ୍କ ବିୟୋଗରେ ସ୍ମୃତିଚାରଣ ସଭା 

masiha

ନିଆରା ରାକ୍ଷୀ ର ସମ୍ଭାର ,ବିଭିନ୍ନ ମହିଳା ଗୋଷ୍ଠୀ ଦ୍ଵାରା ପ୍ରସ୍ତୁତ ଓ ବିକ୍ରୟ କେନ୍ଦ୍ର ର ଶୁଭାରମ୍ଭ 

Sunil Chandra Nayak

ରାଇରଙ୍ଗପୁର ବ୍ଳକ ସ୍ତରୀୟ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସହାୟତା ବଣ୍ଟନ ଶିବିରରେ ୪୮ ଲକ୍ଷ,୯୫ ହଜାର ଟଙ୍କାର ସହାୟତା ପ୍ରଦାନ 

masiha

Leave a Comment

error: Content is protected !!