ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡିଏଭି ବିଦ୍ୟାଳୟ ରେ ଉତ୍ସବ 

ଡିଏଭି ବିଦ୍ୟାଳୟ ରେ ଉତ୍ସବ 

ରାଉରକେଲା: ଡିଏଭି ବିଦ୍ୟାଳୟ, ସେକ୍ଟର୧୬ ର ପ୍ରାଙ୍ଗଣରେ ପ୍ରଥମ ରୁ ଦଶମ ପର୍ଯ୍ୟନ୍ତ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଏକ ଭାଷା ପ୍ରଦର୍ଶନୀ ଉତ୍ସବ ,ଭାଷା ନିର୍ଵାଚିକା ସଭା ଅଧ୍ୟକ୍ଷା ଜସ୍ପିନ୍ଦର କୈ।ର ଙ୍କ ଅଧ୍ୟକ୍ଷତାରେ ତଥା ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଯାଇଅଛି। ଭାଷା ନିମନ୍ତେ ଓଡ଼ିଆ, ଇଂରାଜୀ ତଥା ହିନ୍ଦୀରେ ଏହି କାର୍ଯ୍ୟକ୍ରମ କରାଯାଇଥିଲା । ଏହି ଭାଷା ପ୍ରଦର୍ଶନୀ ରେ ଶୀର୍ଷକ ଥିଲା, ଭବିଷ୍ୟତ ବିଶ୍ବ ନିମନ୍ତେ ଭାଷାର ଭୂମିକା । ଏଥିରେ ମୁଖ୍ୟ ବକ୍ତାଭାଵେ ଏନ୍ଆଇଟି କ୍ୟାମ୍ପସ ସରକାରୀ ଉଚ୍ଚ ବିଦ୍ୟାଳୟ ର ବରିଷ୍ଠ ଶିକ୍ଷୟିତ୍ରୀ ତଥା ସାହିତ୍ୟିକା ନିରୁପମା ପତି, ଅଞ୍ଜଳି ସାହୁ ଓ ଅଞ୍ଜୁ କକ୍କଡ । ସେମାନେ ଛାତ୍ର ଛାତ୍ରୀ ମାନଙ୍କୁ ଆଲୋଚ୍ୟ ବିଷୟ ରେ ଆଲୋଚନା କରି ଅନେକ ତଥ୍ୟ ପ୍ରଦାନ କରିଥଲେ। ଭାଷା ପ୍ରଦର୍ଶନୀ ରେ ମଧ୍ୟ ୧୦୦ ରୁ ଉର୍ଦ୍ଧ୍ବ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିଲେ। ଇଂରାଜୀ କନ୍କ୍ଲେଭ ରେ ଓଡ଼ିଆ ରେ ଅନ୍ୱେଷା ପରିଡ଼ା ଓ ନନ୍ଦିନୀ ସ୍ବାଇଁ, ଇଂରାଜୀ ରେ ଅର୍ନେଷ ମିଶ୍ର ଓ ଦେବସ୍ମିତା ଦେହୁରୀ, ହିନ୍ଦୀ ରେ ଅଦିତି ଶୁକ୍ଳା ଓ ଆଲିଶ ସାହୁ କବିତା ତଥା ଗଳ୍ପ ପାଠ କରିଥିଲେ। ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ତଥା କର୍ମଚାରୀ ମାନେ ସହଯୋଗ ପ୍ରଦାନ କରିଥଲେ। ଏହିପରି ଶିକ୍ଷଣୀୟ କାର୍ଯ୍ୟକ୍ରମ ଅଭିଭାବକ ତଥା ଶିକ୍ଷାବିତ୍ ଙ୍କ ମହଲରେ ବହୁ ପ୍ରଶଂସନୀୟ ହୋଇ ପାରିଥିଲା। ଆସନ୍ତା ୧୩ ରେ ବିଜ୍ଞାନ ମେଳା ଅନୁଷ୍ଠିତ ହେବାକୁ ଯାଉଅଛି ବୋଲି ଅଧ୍ୟକ୍ଷା ଶ୍ରୀମତୀ କୈ।ର ସୂଚନା ପ୍ରଦାନ କରିଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

Government should take positive steps to make media fearless.

masiha

ବିକଶିତ ଗାଁ ବିକଶିତ ଓଡ଼ିଶା କାର୍ଯ୍ୟକ୍ରମ

masiha

ଚନ୍ଦ୍ର ମଣି ନାଟ୍ୟ ସଂଘ ଶତ ବାର୍ଷିକୀ , ମଞ୍ଚସ୍ଥ ହେବ “ଏଇ ଯେ ସୂର୍ଯ୍ୟ ଉଏଁ” ଓ ” ପରଶୁ ର ଉତ୍ତର ଦାୟିତ୍ଵ”

masiha

Leave a Comment

error: Content is protected !!