ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମ.ରାମପୁର ଶ୍ରୀ ରାମଲୀଳା ନାଟ୍ୟ ମହୋତ୍ସବ: ପ୍ରଥମ ଦିନ ଆଦ୍ୟ କାଣ୍ଡ ଓ ଅଯୋଧ୍ୟାକାଣ୍ଡ ମଂଚସ୍ଥ

ମ.ରାମପୁର:୧୯/୪(ମସୀହା)- ଚଳିତବର୍ଷ ଶ୍ରୀରାମଜୀଉ ସାଂସ୍କୃତିକ ଅନୁଷ୍ଠାନ ମ.ରାମପୁର ଆନୁକୁଲ୍ୟରେ ତିନି ଦିନ ବ୍ୟାପୀ ହେବାକୁ ଥିବା ଶ୍ରୀରାମ ଲୀଳା ନାଟ୍ୟ ମହୋତ୍ସବର ପ୍ରଥମ ରଜନୀ (ସୋମବାର)ରେ ଆଦ୍ୟ କାଣ୍ଡ ଓ ଅଯୋଦ୍ଧାକାଣ୍ଡ ମଂଚସ୍ଥ ହେଇଯାଇଛି । ଅଧ୍ୟାପକ ତଥା ଗବେଷକ ଶୈଳେନ୍ଦ୍ର ଆଚାର୍ଯ୍ୟଙ୍କ ରଚନା ଓ ବଳିଷ୍ଠ ନିର୍ଦ୍ଦେଶନାରେ ଏବଂ ସଭାପତି ଜୀବେଶ କୁମାର ପଣ୍ଡାଙ୍କ ତତ୍ୱାବଧାନରେ ଅତ୍ୟାଧୁନିକ ସାଜସଜ୍ଜା ସହ ସଂପୂର୍ଣ୍ଣ ରାମଲୀଳାର ପ୍ରଥମ ଦିବସରୁ ଦର୍ଶକଙ୍କ ଭିଡ଼ ଦେଖିବାକୁ ମିଳିଥିବାବେଳେ ପ୍ରଥମ ଦିବସ ମଂଚ ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଜିଲ୍ଳା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ ଓ ସମ୍ମାନୀତ ଅତିଥି ଜିଲ୍ଲା କଳାସଂସ୍କୃତି ସଂଘର ସଭାପତି କରୁଣାକର ଦାସ ଯୋଗଦେଇ ଏହି ମହାନସଂସ୍କୃତିର ମହାନତା ସଂପର୍କରେ ସମସ୍ତଙ୍କୁ ସୂଚନା ପ୍ରଦାନ କରିବା ସହ ଏହି ସଂସ୍କୃତି ସବୁଦିନ ପାଇଁ ଜୀବିତ ରହିବ ବୋଲି ମତପ୍ରକାଶ କରିଥିଲେ । ଏହି ଅବସରରେ କଲମପୁର ଗ୍ରାମର ବରିଷ୍ଠ ଅଭିନେତା ନାସିର ମହମ୍ମଦ ଙ୍କୁ ମାନପତ୍ର ଓ ଉପାୟନ ଦେଇ ଅତିଥିମାନେ ସମ୍ବଦ୍ଧିର୍ତ କରିଥିଲେ । ମଞ୍ଚ ପରିଚାଳନା କରିଥିଲେ ନାରାୟଣ ମହଲିକ l ପ୍ରଥମ ରଜନୀରେ ଦସ୍ୟୁ ରତ୍ନାକର,ବାଲ୍ମିକୀ ଚରିତ୍ର,ଶ୍ରବଣ କୁମାରଙ୍କ ପିତୃମାତୃ ଭକ୍ତି,ବେଦମତୀର ଆତ୍ମଦାହ ଓ ଅଯୋଧ୍ୟାକାଣ୍ଡରେ ତାଡ଼କା ବଧ,ଅହଲ୍ୟା ଉଦ୍ଧାର,ନାବିକର ଗଂଗାପାରି,ଶିବଧନୁ ଭଙ୍ଗ, ରାମଲକ୍ଷ୍ମଣ ସୀତାଙ୍କ ବନବାସ ଆଦି ଦୃଶ୍ୟ ଅଭିନୀତ ହେଇଥିଲା । ମୁଖ୍ୟ ଭୁମିକାରେ ରାମ: ଅମନ ରାୟଗୁରୁ, ଲକ୍ଷ୍ମଣ: ଶାଶ୍ୱତ ଦଣ୍ଡିଆ, ସୀତା: ବିପ୍ରବର ଭୋଇ, ରାବଣ:ସାଇପ୍ରସାଦ ମହାରଣା(ବଡ଼)ପ୍ରମୁଖ ନିଛକ ଅଭିନୟ କରୁଥିବା ବେଳେ ସଙ୍ଗୀତ ନିର୍ଦ୍ଦେଶନା ଦେଉଛନ୍ତି ମହେଶ୍ୱରସାହୁ(ଭୁବନେଶ୍ୱର) । କଣ୍ଠ ଦାନ ବରିଷ୍ଠ କଣ୍ଠ ଶିଳ୍ପୀ ସନ୍ତୋଷ କୁମାର ଦୁବେ,ଶିଶୁ କଣ୍ଠଶିଳ୍ପୀ ପିହୁ ପ୍ରିୟଦର୍ଶିନୀ ଦୁବେ,ସରସ୍ୱତୀ ଦାସ,ଧୀରେନ୍ଦ୍ର ମହାନ୍ତି,ସ୍ମୃତିରେଖା ପାଢୀ,ରୁବି ବେହେରା,ତ୍ରିଲୋଚନ ସୁନା,ଜଗମୋହନ ସାହୁ ଓ ବାଦ୍ୟଯନ୍ତ୍ରରେ,ଯୁଧିଷ୍ଟିର ବେହେରା,ଭରତ ରାଉତ,ପ୍ରଶାନ୍ତ, ଦିଲ୍ଲୀପ,ନୀର,କାହ୍ନୁଦାୟିତ୍ୱ ନିର୍ବାହ କରୁଥିବାବେଳେ ରୂପସଜ୍ଜା କରୁଛନ୍ତି ଦୀନବନ୍ଧୁ ମହାରଣା ଓ ମଞ୍ଚ ସାଜସଜ୍ମା ବୀରେନ୍ଦ୍ର ମହାରଣା,କାଲୁ ମହାରଣା ପ୍ରମୁଖ । ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ଶ୍ରୀରାମ ଜୀଉ ଅନୁଷ୍ଠାନର ସଦସ୍ୟବୃନ୍ଦ ସହଯୋଗ କରୁଛନ୍ତି । ମ. ରାମପୁରରୁ ପରାମନନ୍ଦ ବିଶି ଙ୍କ ରିପୋର୍ଟ l

Related posts

ସାହିତ୍ୟ ଅଗଣା

Sunil Chandra Nayak

ଧର୍ମଗଡ଼ ଠାରେ ୮୭ତମ ଓଡିଶା ଦିବସ ପାଳିତ

Sunil Chandra Nayak

ପ୍ରଶାନ୍ତ କୁମାର ଶତପଥୀ ଙ୍କ କବିତା ଗଙ୍ଗା ପାର

Leave a Comment

error: Content is protected !!