ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଗବେଷକ ଡକ୍ଟର ଅଜିତ ବେହେରାଙ୍କୁ ମୁନିଗୁଡ଼ା ସାହିତ୍ୟ ସମ୍ମାନ

 ଭବାନୀପାଟଣା:୧୯/୪- ମ.ନି.ସ:-ରାୟଗଡ଼ ଜିଲ୍ଲାର ମୁନିଗୁଡ଼ା ସାହିତ୍ୟ ସଂସଦ ଦ୍ୱାରା ଆୟୋଜିତ ସାହିତ୍ୟ ସମାବେଶରେ ରାଜ୍ୟସ୍ତରୀୟ କଳା ସାହିତ୍ୟ ଓ ସଂସ୍କତିରେ ଉଲ୍ଳେଖନୀୟ ଅବଦାନ ପାଇଁ ଚଳିତ ବର୍ଷ ବିଶିଷ୍ଟ ଗବେଷକ ଡକ୍ଟର ଅଜିତ କୁମାର ବେହେରାଙ୍କୁ “ମୁନିଗୁଡ଼ା ସାହିତ୍ୟ ସମ୍ମାନ ୨୦୨୨” ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ମାନିତ କରାଯାଇଛି। ଏହି ସମାବେଶରେ ବିଶିଷ୍ଟ ସାହିତ୍ୟିକ ତଥା ବିଡ଼ିଓ ଡକ୍ଟର ଦେବାଶିଷ ଗୌଡ଼ ମୂଖ୍ୟ ଅତିଥି ଭାବେ ଯୋଗଦେଇ ଥିବାବେଳେ ସମ୍ମାନିତ ଅତିଥି ଭାବେ ତହସିଲଦାର ଡକ୍ଟର  ଦିଲୀପ କୁମାର ବେହେରା, ସମାଜସେବୀ ରାମଚନ୍ଦ୍ର ବେହେରା, ଗବେଷକ ଡକ୍ଟର ଗୌରାଙ୍ଗ ଚରଣ ରାଉତ ଅନ୍ଯାନ୍ଯ ଅତିଥି ମାନଙ୍କ ମଧ୍ୟରେ ପ୍ରଫେସର୍ ଡକ୍ଟର ଅଶୋକ କୁମାର ତ୍ରିପାଠୀ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ। ଏଥିରେ ମୁନିଗୁଡ଼ା ମହାବିଦ୍ୟାଳୟର ଅଧ୍ୟକ୍ଷ ହୃଷୀକେଶ ଜାଲି ସଭାପତିତ୍ବ କରିଥିବା ବେଳେ ସଂଘର ସମ୍ପାଦକ ଉତ୍ତମ କୁମାର ଦାସ ମଞ୍ଚ ପରିଚାଳନା କରିଥିଲେ। ଓଡ଼ିଆ ଲୋକ ସାହିତ୍ୟ ସଂସ୍କୃତି ଉପରେ ଗବେଷିତ ଅନେକ ନିବନ୍ଧ ବହୁ ପତ୍ର ପତ୍ରିକାରେ ପ୍ରକାଶିତ ଓ ଆକାଶବାଣୀରେ ପ୍ରଚାରିତ ତାଙ୍କର କବିତା ପୁସ୍ତକ ତୁମେ ଓ ଗବେଷଣମୂଳକ ପୁସ୍ତକ କଳାହାଣ୍ଡିରେ ଲୋକ ବିଶ୍ୱାସ ବହୁ ପାଠକୀୟ ଆଦୃତି ଲାଭ କରିଛି। ସେ କଳାହାଣ୍ଡି ଜିଲ୍ଲାର ଲୋକଦେବତା ଓ ବିଶ୍ୱାସ ଉପରେ ଗବେଷଣା କରି ସମ୍ବଲପୁର ବିଶ୍ଵବିଦ୍ୟାଳୟରୁ ଡକ୍ଟରେଟ୍ ଉପାଧି ପାଇଛନ୍ତି। ପୁଣି ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟରୁ ଫେଲୋସିପ ପାଇଁ କନ୍ଧାନ ଭାଷା ଓ ସାହିତ୍ୟ ଉପରେ ଗବେଷଣା କ୍ଷେତ୍ରରେ ସୁନାମ ଅର୍ଜନ କରିଛନ୍ତି। ସେଥିପାଇଁ ତାଙ୍କୁ ବହୁ ଅନୁଷ୍ଠାନରୁ ପୁରସ୍କାର ଓ ସମ୍ୱର୍ଦ୍ଧନା ଦିଆଯାଇଛି। ସେ ସଂପ୍ରତି କଳାହାଣ୍ଡିର କୁଶୁର୍ଲାରେ ଡିସେମ୍ବର ୭ ୧୯୭୯ରେ ଜନ୍ମ ଗ୍ରହଣ କରିଥିଲେ। ସମ୍ପ୍ରତି ସେ କଶୃପଡ଼ା ମହାବିଦ୍ୟାଳୟରେ ଓଡ଼ିଆ ଅଧ୍ୟାପକ ଭାବରେ କାର୍ଯ୍ୟ କରିବା ସହ ଡି. ଲିଟ୍ ଡିଗ୍ରୀ ପାଇଁ ଗବେଷଣା କରୁଛନ୍ତି।ମ.ନି.ସ

Related posts

ବିଦ୍ୟୁତ୍‌ ପ୍ରଦ୍ଭା ନାୟକ ଙ୍କ କବିତା  ଶ୍ରୀ କୃଷ୍ଣ

Sunil Chandra Nayak

ଝାଡ଼ାବାନ୍ତି ପ୍ରବଣ ଗ୍ରାମ ଅନୁଧ୍ୟାନ କରି ଫେରିଲେ ବିଡ଼ିଓ _ଆଗରୁ ଅନୁଧ୍ୟାନ କରିଥିଲେ ସ୍ବାସ୍ଥ୍ୟ ଅଧିକାରୀ

Sunil Chandra Nayak

ମୃତ ଡ୍ରାଇଭର ସାଥିଙ୍କ ପରିବାରକୁ ଆର୍ଥିକ ସହାୟତା ଦେଲେ କୋକସରା ଡ୍ରାଇଭର ମହାସଂଘର କର୍ମକର୍ତ୍ତା

Sunil Chandra Nayak

Leave a Comment

error: Content is protected !!