ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜିଲ୍ଲା ସଂକୃତି ଅଧିକାରୀ ଙ୍କ ମନମୁଖୀ କାର୍ଯ୍ୟ ଓ କଳାକାର ଙ୍କୁ ଅସମ୍ମାନ କରିଥିବା ଯୋଗୁଁ କାର୍ଯ୍ୟାନୁଷ୍ଠାନ ଦାବୀ କଲା ଜିଲ୍ଲା ପାରମ୍ପରିକ ଲୋକକଳା ସଙ୍ଘ

  ଫୁଲବାଣୀ -:  କନ୍ଧମାଳ ଜିଲ୍ଲା ସଂସ୍କୃତି ଅଧିକାରୀ ଙ୍କ ମନମୁଖୀ କାର୍ଯ୍ୟକଳାପ ଓ କଳାକାର ଙ୍କୁ ଅସମ୍ମାନ ବିରୁଦ୍ଧରେ ଆଜି କନ୍ଧମାଳ ଜିଲ୍ଲା ପାରମ୍ପରିକ ଲୋକକଳା ସଙ୍ଘ ପକ୍ଷରୁ ସଙ୍ଘର ଜିଲ୍ଲା ସଭାପତି ଅକ୍ଷୟ କର୍ଣ୍ଣ ଓ ଜିଲ୍ଲା ସାଂସ୍କୃତିକ ସଂଯୋଜକ ଏ ସରୋଜ କୁମାର ପାତ୍ର ସନ୍ତୋଷ ଭାଇ ଙ୍କ ନେତୃତ୍ୱରେ କନ୍ଧମାଳ ଜିଲ୍ଲାର ସମସ୍ତ କଳାକାର ଉପସ୍ଥିତ ରେ ଏକ ବିଶ୍ୱାଳ ସଭାଯାତ୍ରା ଫୁଲବାଣୀ ମାଦିକୁନ୍ଦା ଛକରୁ ବାହାରି ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଠାରେ ପହଞ୍ଚି ଥିଲା।ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ କଳାକାର ମାନେ ସଂସ୍କୃତି ଅଧିକାରୀ ଙ୍କ ବିରୁଦ୍ଧରେ ବିକ୍ଷୋଭ ପ୍ରଦର୍ଶନ କରିଥିବା ବେଳେ ଜିଲ୍ଲା ରେ କଳା ସଂସ୍କୃତି ଉନ୍ନତି ନିମନ୍ତେ ଅହରହ ଉଦ୍ୟମ କରୁଥିବା କିମ୍ବା କଳା ସଂସ୍କୃତି ପାଇଁ କାମ କରୁଥିବା ଜିଲ୍ଲା ଉପ ସଭାପତି ଏବଂ ବ୍ଲକ ଉପସଭାପତି ଙ୍କୁ ଜିଲ୍ଲା ସଂସ୍କୃତି ବିଭାଗ ଅଧିକାରୀ ଶ୍ରୀ ଅକ୍ଷୟ କୁମାର ସେଠୀ ଆଦୌ ସହଯୋଗ କରୁନଥିବା ବେଳେ କର୍ମକର୍ତ୍ତା ମାନଙ୍କୁ ଅଶ୍ଳୀଳ ଭାଷା ରେ ଗାଳି ଗୁଲଜ କରୁଥିବା ସମନ୍ଧେ ଏକ ଅଭିଯୋଗ ପତ୍ର କନ୍ଧମାଳ ଜିଲ୍ଲାପାଳ ଶ୍ରୀ ଆଶିଷ ପାଟିଲ ଈଶ୍ୱର ଙ୍କୁ ଭେଟି ପ୍ରଦାନ କରିଥିଲେ। ତତ ସହିତ ନୂତନ ଭାବେ ଜିଲ୍ଲାରେ ନିଯୁକ୍ତି ପାଇଥିବା ଜିଲ୍ଲାପାଳ ଙ୍କୁ ସଙ୍ଘ ପକ୍ଷରୁ ସଂଘର କଳାକାର ମାନେ ପାରମ୍ପରିକ ନୃତ୍ୟ ଗୀତ ପରିବେଷଣ କରି ସ୍ୱାଗତ କରିବା କୁ ଯାଇଥିବା ବେଳେ ଜିଲ୍ଲା ସଂସ୍କୃତି ବିଭାଗ ଅଧିକାରୀ ଶ୍ରୀ ସେଠୀ କଳାକାର ମାନଙ୍କୁ ଅଫିସ କୁ ଡାକି ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିଥିଲେ। ଯେହେତୁ କଳାକାର ମାନଙ୍କ ପ୍ରତି ଅସମ୍ମାନ ହୋଇଛି। ଗାଁ ଗୁଡିକରେ ଭାଗବତ ଟୁଙ୍ଗୀ ଉନ୍ନତି ନିମନ୍ତେ ଆସୁଥିବା ଅର୍ଥ ଏବଂ ସୁବିଧା ସୁଯୋଗ ସମ୍ପର୍କରେ ଜଣାପଡୁ ନାହିଁ। ଭାଗବତ ଟୁଙ୍ଗୀର ପୁନଃ ଉଦ୍ଧାର କରାଯାଉ। ସରକାର ଙ୍କର ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ପକ୍ଷରୁ କଳାକାର ଚୟନ ପ୍ରକ୍ରିୟା ରେ ସଂକୀର୍ତ୍ତନ ମଣ୍ଡଳୀ ଙ୍କୁ ସୁଯୋଗ ଦିଆଯାଇନାହିଁ। ଅନ୍ୟ ଜିଲ୍ଲା ରେ କଳାକାର ଚୟନ ପ୍ରକ୍ରିୟା ରେ ସୁଯୋଗ ମିଳିଥିବା ବେଳେ କନ୍ଧମାଳ ଜିଲ୍ଲାର କଳାକାର ପ୍ରତି ଅନ୍ୟାୟ କରାଯାଇଛି। ଯାହା ଫଳରେ ବର୍ଷ ବର୍ଷ ଧରି କଳା ସଂସ୍କୃତି କୁ ବଞ୍ଚାଇ ରଖିଥିବା ବହୁ କଳାକାର ଚୟନ ପ୍ରକ୍ରିୟା ରୁ ବଞ୍ଚିତ ରହିଛନ୍ତି। ଚୟନ ପ୍ରକ୍ରିୟା ବେଳେ ସଂସ୍କୃତି ଅଧିକାରୀ କଳାକାର ମାନଙ୍କ ପାଇଁ ଖାଇବା ର ବ୍ୟବସ୍ଥା କରିନଥିବାରୁ କଳାକାର ମାନେ ଭୋକ ଉପାସରେ ଫେରି ଥିଲେ। ପେଷାଦାର କଳାକାର ମାନଙ୍କ ଜୀବିକା ପାଇଁ କଳାକାର ମାନେ ସରକାର ଙ୍କର ଜନସଚେତନତା କାର୍ଯ୍ୟକ୍ରମ ଗୁଡିକ ପଥ ପ୍ରାନ୍ତ ନାଟକ ମାଧ୍ୟମରେ ପରିବେଷଣ କରି ପେଟ ପୋଷିବା ନିମନ୍ତେ ନିୟମ ରହିଥିଲେ ମଧ୍ୟ ସେହି ସୁଯୋଗ ଦିଆଯାଉନାହିଁ। ସେହି କଳାକାର ମାନଙ୍କୁ ସେହି ଜନ ସଚେତନତା କାର୍ଯ୍ୟକ୍ରମ ଦିଆଯାଉ,କଳାକାର ଙ୍କୁ ଅସମ୍ମାନ କରୁଥିବା ଜିଲ୍ଲା ସଂସ୍କୃତି ଅଧିକାରୀ ଙ୍କୁ ତୁରନ୍ତ ଜିଲ୍ଲାରୁ ବଦଳି କରାଯାଉ ଏବଂ କଳାକାର ଚୟନ ପ୍ରକ୍ରିୟା ରୁ ବାଦପଡି ଥିବା ସମସ୍ତ ଲୋକ କଳାକାର ସଂକୀର୍ତ୍ତନ ମଣ୍ଡଳୀ ଦଳକୁ ସାମିଲ କରାଯାଉ,ଏବଂ ଭାଗବତ ଟୁଙ୍ଗୀ ପାଇଁ ପ୍ରଦପ୍ତ ସୁବିଧା ସୁଯୋଗ ଦେବାପାଇଁ ଦାବୀ କରି ଜିଲ୍ଲାପାଳ ଙ୍କୁ ପ୍ରଦାନ କରାଯାଇଥିବା ଅଭିଯୋଗ ପତ୍ରରେ ଉଲ୍ଲେଖ ରହିଛି ।ଉକ୍ତ କାର୍ଯ୍ୟକ୍ରମରେ କଳାକାର ଙ୍କର ସମସ୍ୟା ଗୁଡିକର ସମାଧାନ ନିମନ୍ତେ କନ୍ଧମାଳ ଜିଲ୍ଲା ପାରମ୍ପରିକ ଲୋକ କଳାକାର ସଙ୍ଘ ସମ୍ପାଦକ ପ୍ରଭାତ ବେହେରା, ସଙ୍ଘ ଉପଦେଷ୍ଟା ଆଇନଜୀବୀ ତଥା ସାମ୍ବାଦିକ ସତ୍ୟନାରାୟଣ ବେହେରା, ଓ ସଦାଶିବ ପାତ୍ର ,ବାଲିଗୁଡା ବ୍ଲକ ଉପ ସଭାପତି ତଥା ବରିଷ୍ଠ ସାମ୍ବାଦିକ ପ୍ରମୋଦ ଦଣ୍ଡସେନା, ତୁମୁଡିବନ୍ଧ ଉପସଭାପତି ସଦାନନ୍ଦ ପରାସେଠ, ଫିରିଙ୍ଗିଆ ଉପ ସଭାପତି ଅଚ୍ୟୁତ ବେହେରା, ଟିକାବାଲି ଉପ ସଭାପତି ଶତପଥୀ ପ୍ରଧାନ, ଦାରିଙ୍ଗବାଡି ଉପ ସଭାପତି ଗୋଲକ ମଲ୍ଲିକ,କୋଟଗଡ ଉପ ସଭାପତି ରବିନ୍ଦ୍ର ପ୍ରଧାନ, ଜି.ଉଦୟଗିରି ଉପ ସଭାପତି ଜୁନେସ ପରିଛା, କେ ନୂଆଗାଁ ଉପ ସଭାପତି ତ୍ରିନାଥ ପଣ୍ଡା,ଚକାପାଦ ଉପ ସଭାପତି ଭାଗିରଥି ସାହୁ,ଫୁଲବାଣୀ ଉପ ସଭାପତି ତ୍ରିନାଥ ସାହୁ ପ୍ରମୁଖ ଯୋଗ ଦେଇଥିବା ବେଳେ ଖଜୁରିପଡା ବ୍ଲକ ଆର ନୂଆଗାଁ ଅନ୍ତର୍ଗତ ଖଲିବେରେଣା ବରିଷ୍ଠ ଦଣ୍ଡନାଚ ବିଣାକାର ସରୋଜ ସାହୁ,କନ୍ଧମାଳ ଜିଲ୍ଲା ଖଜୁରିପଡା ଅରାପାଜୁ ଗ୍ରାମର ଖ୍ୟାତନାମା ଓଡ଼ିଶାର ପ୍ରସିଦ୍ଧ ଗଣନାଟ୍ୟ କଳାକାର ପ୍ରକାଶ ଚନ୍ଦ୍ର ନାୟକ,ଚାରିପଡା ଗ୍ରାମର ବିନୋଦ ବିହାରୀ ବେହେରା ଙ୍କ ସହ କନ୍ଧମାଳ ଜିଲ୍ଲାର କୋଣ ଅନୁକୋଣ ରୁ ହଜାର ହଜାର ସଂଖ୍ୟା ରେ କଳାକାର ଆସି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା।

ଫୁଲବାଣୀ ରୁ ବୈଦ୍ୟନାଥ ନାଏକ ଙ୍କ ରିପୋର୍ଟ

Related posts

ମିନାକ୍ଷୀ ଧର ଙ୍କ ଶ୍ରଦ୍ଧାଞ୍ଜଳି ସମାରୋହ ଅନୁଷ୍ଠିତ

ଡୁର୍କାମୁଣ୍ଡା ଗ୍ରାମରେ ଝୁଲନ୍ତା ଅବସ୍ଥାରେ ଯୁବତୀଙ୍କ ଶବ ଉଦ୍ଧାର , ଶବ ବ୍ୟବଚ୍ଛେଦ ଗୃହ ନ ଥିବାରୁ ଲୋକେ ହନ୍ତସନ୍ତ 

ଶିକ୍ଷକ ବଦଳି ପ୍ରତିବାଦରେ ବିଦ୍ୟାଳୟ କାର୍ଯ୍ୟାଳୟ ଆଗରେ ଧାରଣା

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort