ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଜେଡି କର୍ମୀଙ୍କ ନୂଆଖାଇ ଭେଟ ଘାଟ: ବିଧାୟକ ଙ୍କ ବିରୋଧ ରେ ଗର୍ଜିଲେ କର୍ମୀ 

ମ.ରାମପୁର;୨୦/୯(ମସୀହା) କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ମୁଡ଼ିଂ ପଂଚାୟତ ର ଶାନ୍ତିବନ୍ ଠାରେ ପୁରୁଣା ବିଜେଡି କର୍ମୀଙ୍କ ର ଏକ ନୂଆଁଖାଇ ଭେଟଘାଟ କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି l ଏଥିରେ ନର୍ଲା ନିର୍ବାଚନ ମଣ୍ଡଳୀର ନର୍ଲା, କର୍ଲାମୁଣ୍ଡା , ମ.ରାମପୁର ଓ କେସିଙ୍ଗା ବ୍ଲକ ଅଞ୍ଚଳର ପୁରାତନ ବରିଷ୍ଠ ବିଜେଡି କର୍ମୀ ଅଂଶ ଗ୍ରହଣ କରିଥିଲେ l ଏହି ଅବସରରେ ଏକ ସଭା ଆୟୋଜନ କରି ବରିଷ୍ଠ କର୍ମୀମାନେ ନର୍ଲା ବିଧାୟକ ଶ୍ରୀ ସିଂହଙ୍କ ଉପରେ ପ୍ରବଳ ବିଷ଼ୋଦଗାର କରିଥିଲେ l ବିଜେଡି କର୍ମୀ ଙ୍କ ଅସନ୍ତୋଷ ଯେ, କଂଗ୍ରେସ ଦଳରୁ ଆସି ଭୂପିନ୍ଦର ସିଂହ ବିଜୁ ଜନତା ଦଳରେ ଅନୁପ୍ରବେଶ କରି ନର୍ଲା ନିର୍ବାଚନ ମଣ୍ଡଳୀ ରୁ ଦଳର ର ବିଧାୟକ ଟିକେଟ ହାତେଇ ଥିଲେ। ଏହାପରେ ସେ ପୁରୁଣା ବିଜେଡି କର୍ମୀ ଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ସହଯୋଗ କରିବା ପାଇଁ ଅନୁରୋଧ କଲେ ଓ ନିର୍ବାଚନ ସେ ବିଜୟୀ ମଧ୍ୟ ହୋଇଥିଲେ l ସେ ବିଧାୟକ ହେବାପରେ କଂଗ୍ରେସ୍ ଦଳରୁ ଆସିଥିବା ନିଜର ଅନୁଗତ ଙ୍କୁ ଗୁରୁତ୍ବ ଦେଲେ l ସେମାନଙ୍କୁ ଦଳୀୟ କାର୍ଯ୍ୟକ୍ରମ ରେ ଗୁରୁତ୍ବ ଦେବା ସହ ତାଙ୍କୁ ବିଭିନ୍ନ ପଦ ପଦବୀ ରେ ମଧ୍ୟ ଅବସ୍ଥାପିତ କଲେ l କିନ୍ତୁ ପ୍ରକୃତ ତଥା ବରିଷ୍ଠ ବିଜେଡି କର୍ମୀ ଙ୍କୁ ଅଣଦେଖା କଲେ l କିଛି ଭଲମନ୍ଦ ପଚାରିଲେ ନାହିଁ l ଯାହା ଫଳରେ ପୁରାତନ ବିଜେଡି କର୍ମୀ କୋଣଠେଶା ହୋଇଗଲେ l ଏହି ଅସନ୍ତୁଷ୍ଟ କର୍ମୀ ଏକ ଗୋଷ୍ଠୀ ହୋଇ ବିଧାୟକଙ୍କୁ ଆଗାମୀ ଦିନରେ ଘୋର ବିରୋଧ କରିବା ସହିତ ସହଯୋଗ କରିବେ ନାହିଁ ବୋଲି ନୂଆଖାଇ ଭେଟ ଘାଟ ପାଳନ ଅବସରରେ ମତ ବ୍ୟକ୍ତ କଲେ l ବିଧାୟକ ଶ୍ରୀ ସିଂହ ୩ ଗୋଟି ବ୍ଲକ୍ ର ୩ ଜଣ ପୁରୁଣା କଂଗ୍ରେସ କର୍ମୀଙ୍କୁ ଆଣି ପଦ ପଦବୀରେ ଅବସ୍ଥାପିତ କରି ତାଙ୍କରି କଥା ରେ ସେ ପରିଚାଳିତ ହେଉଛନ୍ତି l ସେମାନଙ୍କୁ ହିଁ ବିଧାୟକ ଗୁରୁତ୍ବ ଦେଇ ସମସ୍ତ ଦାୟିତ୍ଵ ଦେଇଥିବା କର୍ମୀ କହିଛନ୍ତି l ଯାହାକୁ ନେଇ ପୁରାତନ ତଥା ବରିଷ୍ଠ କର୍ମୀ କୋଣଠେଶା ହେଇଛନ୍ତି ଏବଂ ସେହି ଅସନ୍ତୋଷ ଗୋଷ୍ଠୀ ଏକ ମେଳି ବାନ୍ଧିଛନ୍ତି l ଆଗାମୀ ଦିନରେ ତାଙ୍କୁ ଅବା ତାଙ୍କ ପରିବାର କେହି ସଦସ୍ୟଙ୍କୁ ବିଜେଡି ଦଳ ପକ୍ଷରୁ ଟିକେଟ ପ୍ରଦାନ କରାଗଲେ , ଏହି ଗୋଷ୍ଠୀ ସାମୁହିକ ଭାବରେ ଘୋର ବିରୋଧ ପ୍ରଦର୍ଶନ କରିବେ ବୋଲି ସଭାରେ ଅନେକ କର୍ମୀ ମତ ବ୍ୟକ୍ତ କରିଛନ୍ତି । ଏହି ଅବସରରେ ଅନୁଷ୍ଠିତ ସଭା କାର୍ଯ୍ୟକୁ କେସିଙ୍ଗା ପୂର୍ବତନ ବ୍ଲକ ଅଧ୍ୟକ୍ଷ ରୋହିତ ଭୋଇ ଅଧ୍ୟକ୍ଷତା କରିଥିବା ବେଳେ ମଞ୍ଚାସୀନ ଅତିଥି ଭାବରେ ପୂର୍ବତନ ଜିଲ୍ଲା ପରିଷଦ ଉପାଧ୍ୟାକ୍ଷ କୀର୍ତ୍ତନ ସାହୁ, ନର୍ଲା ପୂର୍ଵତନ ବ୍ଲକ ଅଧ୍ୟକ୍ଷ ନୀଳମଣି ସାହୁ ,ହୃଦାନନ୍ଦ ସାହୁ, ପବିତ୍ର କୁମାର, ଚନ୍ଦ୍ରମା ଧରୁଆ , ସୂଯ୍ୟକାନ୍ତୀ ପାତ୍ର, ଯୋଗୀନ୍ଦ୍ର ରଣା, ରାଜ କିଶୋର ମାଝୀ ,ଉତ୍ତର ମହଲା , ବରିଷ୍ଠ ଓକିଲ ସପନ ପଟ୍ଟନାୟକ,ହିରେନ୍ଦ୍ର ପ୍ରତାପ ସିଂ ଦେଓ,ମ.ରାମପୁର ପୂର୍ବତନ ସରପଞ୍ଚ ଚିତ୍ତରଞ୍ଜନ ବାଗ ପ୍ରମୁଖ ଉପସ୍ଥିତ ରହିବା ସମେତ ପାଖାପାଖି ୪ ଶହ ବିଜେଡି କର୍ମୀ ଏହି କାର୍ଯ୍ଯ କ୍ରମରେ ସାମିଲ ରହିଥିଲେ l

ମ ରାମପୁର ରୁ ପରମାନନ୍ଦ ବିଶି ଙ୍କ ରିପୋର୍ଟ l

Related posts

ଭାଲୁ ଆକ୍ରମଣରେ ମହିଳା ଗୁରୁତର

Sunil Chandra Nayak

ରାଜପୁର ସରସ୍ବତୁ ଶିଶୁ ବିଦ୍ୟା ମନ୍ଦିର ର ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ

Sunil Chandra Nayak

ଗବେଷକ ଡକ୍ଟର ଅଜିତ ବେହେରାଙ୍କୁ ମୁନିଗୁଡ଼ା ସାହିତ୍ୟ ସମ୍ମାନ

Sunil Chandra Nayak

Leave a Comment

error: Content is protected !!