ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବେଦାନ୍ତ ଟ୍ରେନ ଧକ୍କାରେ ଯୁବକଙ୍କ ଗୋଡ଼ କଟିଲା, ଚନ୍ଦନପୁରରେ ଜନ ଅସନ୍ତୋଷ

ବେଦାନ୍ତ ଟ୍ରେନ ଧକ୍କାରେ ଯୁବକଙ୍କ ଗୋଡ଼ କଟିଲା, ଚନ୍ଦନପୁରରେ ଜନ ଅସନ୍ତୋଷ

ଅସୁରକ୍ଷିତ ହୋଇପଡିଛି ବେଦାନ୍ତର ସୁରକ୍ଷା ବ୍ୟବସ୍ଥା

ଲାଞ୍ଜିଗଡ, ୧୪/୧୧(ମନିସ)-ଆଜି ବଡି ଭୋରରୁ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ନିକଟସ୍ଥ ଚନ୍ଦନପୁରସ୍ଥିତ ବେଦାନ୍ତ ରେଳ ଧାରଣାରେ ଘଟିଛି ଏକ ଅଘଟଣ। ଶୌଚ ପାଇଁ ରେଳ ଧାରଣା ପାଖକୁ ଯାଇଥିବା ବଡ଼ ଜାମକି ହେଜୁ ଗାଁର ଚନ୍ଦ୍ର ମାଝୀ ନାମକ ଜଣେ ଯୁବକଙ୍କ ବାମ ଗୋଡ଼ ସଂପୂର୍ଣ୍ଣ ଭାବେ କଟିଯାଇଛି। ବଡ଼ ଜାମକିହେଜୁ ଗାଁର ଚନ୍ଦ୍ର ନିଜ ବଡ଼ମା ଘର ଚନ୍ଦନପୁର ଗାଁରେ ରହି କୁଲି ମଜୁରୀ କରି ଚଳୁଥିଲେ। ଆଜି ସକାଳୁ ସେ ଟ୍ରେନ ଧାରଣା ପାର ହେଉଥିବାବେଳେ ବେଦାନ୍ତ ପ୍ରକଳ୍ପକୁ ଯାଉଥିବା ଏକ ତାଙ୍କୁ ଧକ୍କା ଦେଇ ଘୋଷାଡ଼ି ନେବାରୁ ତାଙ୍କ ବାମଗୋଡ଼ ଆଣ୍ଠୁ ତଳୁ ସଂପୂର୍ଣ୍ଣ ଭାବେ ଛିଣ୍ଡି ଅଲଗା ହୋଇଯାଇଛି। ପ୍ରଚୁର ରକ୍ତସ୍ରାବ ଯୋଗୁଁ ସେ ଗୁରୁତର ହୋଇପଡିଥିବାବେଳେ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନା ପଠାଇଥିଲେ। ତେବେ ବେଦାନ୍ତ କର୍ତ୍ତୃପକ୍ଷଙ୍କ ଦାୟିତ୍ୱହୀନତା ଯୋଗୁଁ ରେଳ ଧାରଣା ଅସୁରକ୍ଷିତ ହୋଇ ପଡିଥିବାବେଳେ ଆଜି ଏହି ଦୁର୍ଘଟଣା ଘଟିଲା ବୋଲି କୁହାଯାଉଛି। ଏହାକୁ ନେଇ ଚନ୍ଦନପୁର ଗାଁରେ ପ୍ରବଳ ଜନ ଅସନ୍ତୋଷ ଦେଖିବାକୁ ମିଳିଥିବାବେଳେ ବେଦାନ୍ତ କର୍ତ୍ତୃପକ୍ଷ ଜନବସତି ମଧ୍ୟ ଦେଇ ରେଳଧାରଣା ସ୍ଥାପନ କରି ଲୋକଙ୍କୁ ବିପଦ ମୁହଁକୁ ଠେଲି ଦେଇଥିବା ଅଭିଯୋଗ କରି ଉତ୍ୟକ୍ତ ଲୋକେ ରେଳରୋକ କରିଥିଲେ। ଏପରିକି ଦୁର୍ଘଟଣାର ଶିକାର ହୋଇଥିବା ଚନ୍ଦ୍ରଙ୍କ ଚିକିତ୍ସା ଖର୍ଚ୍ଚ ବହନ କରିବା ସହିତ ତାଙ୍କ ପରିବାରକୁ କ୍ଷତିପୂରଣ ଯୋଗାଇଦେବାକୁ ଅଡ଼ି ବସିଥିଲେ।ଏହାକୁ ନେଇ ଚାରିଘଣ୍ଟା ପର୍ଯ୍ୟନ୍ତ ବେଦାନ୍ତ କମ୍ପାନୀ ମଧ୍ୟକୁ ବକ୍ସାଇଟ ଓ ଆଲୁମିନା ପରିବହନ ଠପ ହୋଇଯାଇଥିଲା। ସୂଚନାଯୋଗ୍ୟ, ଶୂନ୍ୟ ଦୁର୍ଘଟଣା ପ୍ରବଣ ବେଦାନ୍ତ ଲିମିଟେଡ଼ରେ ଦିନକୁ ଦିନ ଦୁର୍ଘଟଣା ସଂଖ୍ୟା ବଢ଼ି ଚାଲିଥିବାବେଳେ ସୁରକ୍ଷାରେ ବଡ଼ ଧରଣର ତ୍ରୁଟି ଯୋଗୁଁ ଦୁଇ ସପ୍ତାହ ତଳେ କମ୍ପାନୀ ପରିସରରେ ନିଆଁ ଲାଗି ପ୍ରାୟ ୧୦୦ କୋଟିର କ୍ଷୟକ୍ଷତି ହୋଇଥିଲା। ତେବେ କମ୍ପାନୀର ସୁରକ୍ଷା ବିଭାଗ ଏହି ତ୍ରୁଟିକୁ ଚାପିବାକୁ ଉଦ୍ୟମ କରି ସଫଳ ହୋଇଥିଲା। କମ୍ପାନୀରେ ପ୍ରତିଦିନ ଛୋଟମୋଟ ଅଘଟଣ ଘଟୁଥିବାବେଳେ କମ୍ପାନୀ ଏବେ ଆଉ ସୁରକ୍ଷିତ ହୋଇ ରହିନାହିଁ ବୋଲି ଚର୍ଚ୍ଚା ହେଉଛି। ଏ ସମ୍ପର୍କରେ ପ୍ରତିକ୍ରିୟା ନେବାକୁ ଚେଷ୍ଟା କରାଯାଇଥିଲେ ହେଁ ତାହା ସମ୍ଭବ ହୋଇପାରିନାହିଁ।

ଲାଞ୍ଜିଗଡ ବ୍ଲକରୁ ସୁଶୀଲ କୁମାର ବାଗଙ୍କ ରିପୋର୍ଟ

 

Related posts

ରାଇରଙ୍ଗପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ସମ୍ମିଳନୀ କକ୍ଷରେ ଅଖିଳ ଭାରତୀୟ ଶିକ୍ଷା ସମାଗମ କାର୍ଯ୍ୟକ୍ରମରେ ୧୬୫ ଜଣ ଛାତ୍ରଛାତ୍ରୀଙ୍କୁ ଚଷମା ଓ ପୁସ୍ତକ ବଣ୍ଟନ

Sunil Chandra Nayak

ଆଇନସେବା ପ୍ରାଧିକରଣ ରୟଗଡା ଦ୍ବାରା ଜାତୀୟ ବାଳ ଶ୍ରମିକ ନିଷେଧ ଦିବସ ପାଳିତ

Sunil Chandra Nayak

ନର୍ଲା ବିଧାୟକଙ୍କ ଅପାରଗତାର ପରିଚୟ ପଦାରେ ପଡିଲା

Sunil Chandra Nayak

Leave a Comment

error: Content is protected !!