ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପଞ୍ଚାୟତ ସ୍ତରିୟ ପରବ ମହତ୍ସବ 

ପଞ୍ଚାୟତ ସ୍ତରିୟ ପରବ ମହତ୍ସବ 

ବନ୍ଧୁଗାଁ ତା, ୧୩/୧୧/୨୪,ଆଜି ନାରାୟଣପାଟଣା ବ୍ଲକ ଠାରେ ପଞ୍ଚାୟତ ସ୍ତରୀୟ ଆଦିବାସୀ ମହୋତ୍ସବ ପରବ ୨୦୨୪ ଉପଲକ୍ଷେ ଆୟୋଜନ କରାଯାଇଥିଲା I ଆଜି ମା ବୁଡି ଠାକୁରାଣୀ ମନ୍ଦିର ଠାରୁ ମସାଲ ଶୋଭାଯାତ୍ରା ହୋଇଥିଲା ଏଥିରେ ମୁଖ୍ୟ ଅତିଥି ଭାବରେ ନାରାୟଣ ପାଟଣା ବ୍ଲକର ଅଧ୍ୟକ୍ଷ ସର ଗଲାଦି ତୀରନାଥ ଓ ବିଡ଼ିଓ ଶ୍ରୀ ପିୟୁଷ ଗୟାଲ ଓ ବ୍ଲକର ମାନ୍ୟଗଣ ବ୍ୟକି ମାନଙ୍କ ଉପସ୍ଥିତରେ ସରକାରୀ ଉଚ୍ଚ ବିଦ୍ୟାଳୟ ନିକଟ ଖେଳ ପଡିଆ ଠାରେ ମସାଲ ପହଂଚିଥିଲା I ମୁଖ୍ୟ ବକ୍ତା ଭାବରେ କୋରାପୁଟ ଜିଲ୍ଲାର ବିଜେଡି ଦଳର ମାନ୍ୟବର ପୂର୍ବତନ ସାଂସଦ ତଥା ଜିଲ୍ଲା ସଭାପତି କୋରାପୁଟ ଶ୍ରୀଯୁକ୍ତ ଝିନ ହିକକା ଏବଂ ସାଥିରେ ପୂର୍ବତନ ସାଂସଦ ପ୍ରାଥୀନି ଶ୍ରୀମତୀ କୌଶଲ୍ୟା ହିକକା ଯୋଗଦେଇ ଆଜିର ପଞ୍ଚାୟତ ସ୍ତରୀୟ ୨୦୨୪ ପରବ ମହୋତ୍ସବ ର ସୁଭ ଉଦ୍ଘାଟନ କରିଥିଲେ I ଉଦ୍ଘାଟନ ପରେ ଛାତ୍ରଛାତ୍ରୀଙ୍କ ପାଇଁ ଯାହା ଖେଳ କୁଦ ଗିତ ନାଚ, ଢେମଶା ଓ ନୃତ୍ୟ ପରିବେଶଣ କରାଯାଇଥିଲା I ପାରମ୍ଫାରିକ ଅନୁଯାଇ ଆଦିବାସୀ ଓ କୋରାପୁଟଆ ନାଚ ଗିତ ଓ ଢେମସାରେ ମଞ୍ଚ ଝୁମି ଉଠିଥିଲା I ଏବଂ ନାରାୟଣପାଟଣା ବ୍ଲକ ଉପାଧ୍ୟକ୍ଷ, ବିଡ଼ିଓ ଓ ପଞ୍ଚାୟତର ସରପଞ୍ଚ ବରିଷ୍ଠ ନେତା ଯୋଗ ଦେଇ କୃତ୍ରି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରିଥିଲେ I ଆଜିର ପରବ ମହୋତ୍ସବର ଆୟୋଜକ ଥିଲେ ପଞ୍ଚାୟତର ପିଓ ଶ୍ରୀ ରମେଶ ତୁଳ ଦାୟୀତ୍ୱ ତୁଳାଇଥିଲେ I 

  ସଞ୍ଜୀବ କୁମାର ବାଙ୍ଗାରୀ ରିପୋର୍ଟର 

Related posts

କେଗାଁ ବିଦେଶୀ ମଦ ଦୋକାନ ସ୍ଥାନାନ୍ତରଣ ପାଇଁ ମହିଳା ସ୍ୱୟଂସହାୟକ ଗୋଷ୍ଠୀ ଓ ଗ୍ରାମବାସୀଙ୍କ ଧାରଣ

କୋକସରାଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ଜନଶୁଣାଣି ଶିବିର ଅନୁଷ୍ଠିତ

Sunil Chandra Nayak

ଦିଗି ଗ୍ରାମରେ ଚର୍ଚ୍ଚ ନିର୍ମାଣ କୁ ଗ୍ରାମବାସୀଙ୍କ ବିରୋଧ : ନିର୍ମାଣ ବନ୍ଦ ପାଇଁ ତେନ୍ତୁଳିଖୁଣ୍ଟି ଥାନାରେ ଏତଲା

masiha

Leave a Comment

error: Content is protected !!