ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନୂଆପଡ଼ା ଜିଲ୍ଲା କୋମନା ରେ ଧରତି ଆବା ବିର୍ସାମୁଣ୍ଡାଙ୍କ ୧୫୦ ତମ ଜନ୍ମଜୟନ୍ତୀ ମହାସମାରୋହରେ ପାଳିତ 

ନୂଆପଡ଼ା ଜିଲ୍ଲା କୋମନା ରେ ଧରତି ଆବା ବିର୍ସାମୁଣ୍ଡାଙ୍କ ୧୫୦ ତମ ଜନ୍ମଜୟନ୍ତୀ ମହାସମାରୋହରେ ପାଳିତ 

ନୂଆପଡ଼ା, ବିଶିଷ୍ଟ ସ୍ବାଧିନତା ସଂଗ୍ରାମୀ ଧରତି ଆବା ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୦ ତମ ଜନ୍ମ ଜୟନ୍ତୀ ପାଳନ ର ଜିଲ୍ଲା ସ୍ତରୀୟ ସମାରୋହ କୋମନା ବ୍ଲକ୍ ପରିସରରେ ପାଳିତ ହୋଇ ଯାଇଛି l ସମଗ୍ର ଦେଶରେ ଏହି ଦିନକୁ ଜନଜାତିୟ ଗୌରବ ଦିବସ ହିସାବରେ ପାଳନ କରା ଯାଉଛି l ଏହି ଅବସରରେ ସମ୍ମାନୀୟ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବିହାର ଯାମୁଇ ଠାରେ ଏକ ବିଶାଳ ଆଦିବାସୀ ସମାରୋହରେ ଯୋଗଦେଇ ସେମାନଙ୍କ ପାଇଁ ନିର୍ମିତ ୬୦୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଗୁଡ଼ିକର ଉଦ୍ଘାଟନ ଓ ଶିଳାନ୍ୟାସ କରିଛନ୍ତି l ଏବେ ଦେଶରେ ଆଗାମୀ ୫ ବର୍ଷ ଧରି ଧର୍ତୀ ଆବ୍ବା ଜନଜାତି ଗ୍ରାମୀଣ ଉତ୍କର୍ଷ ଅଭିଯାନ ଚାଲିବ l ଏହି ଯୁଗାନ୍ତକାରୀ ଘଟଣାବଳୀର ସମୁଚିତ ପ୍ରଚାର ପ୍ରସାର ପାଇଁ ନୂଆପଡ଼ା ଜିଲ୍ଲା କୋମନା ବ୍ଲକ୍ ପଡ଼ିଆରେ ହଜାର ହଜାର ଆଦିବାସୀ ଏଵଂ ଆଦିମ ଜନଜାତି ମାନଂକ ଏକ ବିଶାଳ ସାଧାରଣ ସଭାର ଆୟୋଜିତ ହୋଇଥିଲା l ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାରୋହରେ ନୂଆପଡ଼ା ବିଧାୟକ ରାଜେନ୍ଦ୍ର ପ୍ରସାଦ ଢୋଲକିଆ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଥିଲେ l ଏହି ସମାରୋହରେ ଜିଲ୍ଲା ମୂଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଉପଜିଲ୍ଲାପାଳ ଯୋଗେନ୍ଦ୍ର ମାଝୀ, ଜିଲ୍ଲା ପରିଷଦ ସଦସ୍ୟ ଭାନୁ ମାଝୀ, ଆଦିବାସୀ ପ୍ରତିନିଧି ହୋମ ସିଂ ମାଝୀ, ଦୃଷ୍ଟି ମାଝୀ, ମୁରଲୀ ଭୋଇ, ସାଂସଦ ପ୍ରତିନିଧି ପ୍ରେମ୍ ଅଗ୍ରୱାଲ ପ୍ରମୁଖ ଯୋଗଦେଇ ମହାତ୍ମା ଗାନ୍ଧୀ ଓ ବିର୍ସା ମୁଣ୍ଡା ଙ୍କ ଫୋଟୋ ଚିତ୍ରରେ ପ୍ରଦୀପ ପ୍ରଜ୍ବଳନ ଓ ପୁଷ୍ପାଞ୍ଜଳୀ ପ୍ରଦାନ କରିଥିଲେ। ଜିଲ୍ଲା ମଙ୍ଗଳ ଅଧିକାରୀ ଦୀପ୍ତିମନ୍ତ ଭୋଇ ଓ କୋମନା ବିଡିଓ ସିତାଂଶୁ ସାମଲ ସମାରୋହ ପରିଚାଳନା କରିଥିଲେ lଏହି ଜନଜାତି ଉତ୍ଥାନ କାର୍ଯ୍ୟକ୍ରମରେ ନୂଆପଡ଼ା ଜିଲ୍ଲାର ଯେଉଁ ଗ୍ରାମରେ ଜନ ସଂଖ୍ୟାର ୫୦ ପ୍ରତିଶତ ରୁ ଅଧିକ ଆଦିବାସୀ ଅଛନ୍ତି । ସେହିପରି ୨୬୦ ଟି ଗ୍ରାମକୁ ସାମିଲ୍ କରାଯାଇଛି l ପର୍ଜାୟକ୍ରମେ ୫ ବର୍ଷ ଧରି ଏହି ବିକାଶ କାର୍ଯ୍ୟକ୍ରମରେ କେନ୍ଦ୍ର ସରକାରଙ୍କ ୧୭ ଟି ମନ୍ତ୍ରାଳୟ ଓ ରାଜ୍ୟର ୧୩ ଟି ମନ୍ତ୍ରାଳୟ ଭାଗନେବେ l କୋମନା ବ୍ଲକ୍ ପଡ଼ିଆରେ ଆୟୋଜିତ ହେଇ ଥିବା ଏଇ ବିଶାଳ ମେଳା ତଥା ସମାରୋହରେ ସ୍ଵାସ୍ଥ୍ୟ ସେବା, ଆୟୁଷ୍ମାନ ଭାରତ ସ୍ଵାସ୍ଥ୍ୟ କାର୍ଡ, ଆଧାର କାର୍ଡ , ପ୍ରଧାନମନ୍ତ୍ରୀ ଜନଧନ ଖାତା, ପିଏମ୍ କିଶାନ୍, ଜାତି ପ୍ରମାଣପତ୍ର, ଖାଉଟି କାର୍ଡ ଇତ୍ୟାଦି ସେବା ଯୋଗାଇଦେବା ପାଇଁ ସମ୍ପୃକ୍ତ ବିଭିନ୍ନ ବିଭାଗ ଷ୍ଟଲ୍ ଖୋଲିଥିଲେ l ଜାମୁଇ ଠାରେ ହେଉଥିବା ପ୍ରଧାନମନ୍ତ୍ରୀ ଙ୍କ ବିଶାଳ କାର୍ଯକ୍ରମର ସିଧାପ୍ରସାରଣ ଏଠାରେ ପ୍ରଦର୍ଶୀତ ହେବା ସହିତ ଚକୋଟିଆ ଭୂଞ୍ଜିଆ ଆଦିବାସି ସଂପ୍ରଦାୟ ନୃତ୍ୟ ପରିବେଷଣ କରିଥିଲେ l ଏହି ଅବସରରେ ସମ୍ମାନୀୟ ବିଧାୟକ, ଜିଲ୍ଲାପାଳ ଓ ଅତିଥି ମାନେ ଜନ ଜାତି ବିକାଶ ର ବାର୍ତ୍ତା ଘରେ ଘରେ ପହଞ୍ଚାଇବା ପାଇଁ ଏକ ପ୍ରଚାର ରଥ କୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ଓ  ଆଦିବାସୀ ପୁରୁଷ ଏବଂ ମହିଳା ମାନଙ୍କୁ ଘର ଡିହ ପଟ୍ଟା ବଣ୍ଟନ କରିଥିଲେ l ସଭାରେ  ଜିଲ୍ଲାର ବିଭିନ୍ନ ଲୋକ ପ୍ରତିନିଧିଙ୍କ ସହିତ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା, ଜିଲ୍ଲା ଶିଳ୍ପକେନ୍ଦ୍ର ମ୍ୟାନେଜର ସମୀର ମୁଦୁଲି, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସଂଗୀତା ପାତ୍ର, ଏଲ ଡି ଏମ୍ ସୀତାରାମ ମେହେର, ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ, ବିଭିନ୍ନ ଗଣ ମାଧ୍ୟମର ପ୍ରତିନିଧି ଯୋଗଦାନ ଦେଇଥିଲେ l କୋମନା ବିଡିଓ ସିତାଂଶୁ ସାମଲ୍ ଧନ୍ୟବାଦ ଅର୍ପଣ କରିଥିଲେ l କାର୍ଯ୍ୟକ୍ରମ ଆୟୋଜନ ରେ ଜିଲ୍ଲା ମଂଗଳ ବିଭାଗ ଓ କୋମନା ବ୍ଲକ ର ସମସ୍ତ ଅଧିକାରୀ ଓ କର୍ମଚାରୀ ସହଯୋଗ କରିଥିଲେ l ସମାବେଶ ତଥା ଶିବିର ର ସଫଳ ଅୟୋଜନ ପାଇଁ ଜିଲ୍ଲାପାଳ ସମସ୍ତ ସମ୍ପୃକ୍ତ ବିଭାଗ ମାନଙ୍କୁ ଧନ୍ୟବାଦ ଜଣାଇ ଆଗମୀ ଦିନରେ ଜିଲ୍ଲା ରେ ଧରତି ଆବା ଜନ ଜାତିୟ ଉନ୍ନତ ଗ୍ରାମ ଅଭିଯାନ କୁ ସଫଳ କରିବା ପାଇଁ ଆହ୍ଵାନ ଦେଇଛନ୍ତି ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ନୟାଗଡ଼ ମହାବିଦ୍ୟାଳୟରେ ରାଜ୍ୟସ୍ତରୀୟ ଓଡ଼ିଆ ଭାଷା ସେମିନାର 

masiha

ପିରବତୀ ମହିଳା କଲେଜରେ ଶିଶୁ ଦିବସ ପାଳିତ

Sunil Chandra Nayak

ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ 

masiha

Leave a Comment

error: Content is protected !!