ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲାସ୍ତରୀୟ ଅନ୍ତ୍ୟୋଦୟ ଗୃହ ଯୋଜନା ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ

ଜିଲ୍ଲାସ୍ତରୀୟ ଅନ୍ତ୍ୟୋଦୟ ଗୃହ ଯୋଜନା ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ

ଜିଲ୍ଲାରେ ୪୧୧୪ ଜଣ ହିତାଧିକାରୀଙ୍କୁ ଗୃହ ନିର୍ମାଣ କାର୍ଯ୍ୟାଦେଶ ପ୍ରଦାନ

ସୁନ୍ଦରଗଡ଼, ୩୦/୦୩/୨୫: ରାଜ୍ୟ ସରକାର ଆଜି ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ କରିଛନ୍ତି । କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି। 

ଏହି ଯୋଜନା ରେ ଅସହାୟ, ବିଧବା, ପ୍ରାକୃତିକ ବିପର୍ଯ୍ୟୟ ପୀଡିତ, ଦୁଃସାଧ୍ୟ ରୋଗାକ୍ରାନ୍ତ, ଦିବ୍ୟାଙ୍ଗ,ଅତି ଆବଶ୍ୟକ କରୁଥିବା ବ୍ୟକ୍ତି ବିଶେଷଙ୍କୁ ଚିହ୍ନଟ କରି ଗୃହ ଯୋଗାଇ ଦିଆଯିବା ବ୍ୟବସ୍ଥା କରାଯାଇଛି। 

ଆଜି ସଦର ବ୍ଲକ ସ୍ଥିତ କିରେଇ ପଡ଼ିଆଠାରେ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଏବଂ ଏହି ଅବସରରେ କଳାହାଣ୍ଡି ଠାରେ ଆୟୋଜିତ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ କାର୍ଯ୍ୟକ୍ରମର ସିଧା ପ୍ରସାରଣ ଅନୁଷ୍ଠିତ ହୋଇଥିଲା। ଜିଲ୍ଲାପାଳ ଶ୍ରୀ ମନୋଜ ମହାଜନଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମାନ୍ୟବର ବିଧାୟକ, ରଘୁନାଥପାଲି ଶ୍ରୀ ଦୁର୍ଗା ଚରଣ ତନ୍ତୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏଥିରେ ସଦର ବ୍ଲକ ଅଧ୍ୟକ୍ଷ ଶ୍ରୀ ସୁବ୍ରତ ମାଝୀ, ଉପାଧ୍ୟକ୍ଷ ଶ୍ରୀମତୀ ଚନ୍ଦ୍ରମା ମେହେର, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଅଭିମନ୍ୟୁ ମାଝୀ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ ସୁରଞ୍ଜନ ସାହୁ, ସଦର ଗୋଷ୍ଠି ଉନ୍ନୟନ ଅଧିକାରୀ ଶ୍ରୀ ମୋତିଲାଲ ସୁଲିଆ, ତହସିଲଦାର ଶ୍ରୀ କୁଳମଣି ରଣବିଡ଼ା, ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ, ପଞ୍ଚାୟତିରାଜ ଅନୁଷ୍ଠାନ ର ସଭ୍ୟ ସଭ୍ୟା ଏବଂ ବହୁ ସଂଖ୍ୟାରେ ଜନସାଧାରଣ ଏବଂ ହିତାଧିକାରୀ ଉପସ୍ଥିତ ଥିଲେ।

  ଏହି ଯୋଜନା ରେ ୪ ମାସ ଭିତରେ ଗୃହ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେଲେ ୨୦ ହଜାର ଓ ୬ ମାସ ଭିତରେ ଘର ତିଆରି ହେଲେ ୧୦ ହଜାର ଟଙ୍କାର ଆର୍ଥିକ ସହାୟତା ରାଶି ସହାୟତା ଯୋଗାଇ ଦିଆଯିବ । ସେହିପରି ୯୫ ଦିନର ମନରେଗା କାମ ଯୋଗାଇ ଦିଆଯିବ। ବିଦ୍ୟୁତ୍, ପାନୀୟ ଜଳ, ଇନ୍ଧନ ଓ ଶୌଚାଳୟ ଆଦି ପାଇଁ ମଧ୍ୟ ଅନ୍ୟ ଯୋଜନା ମାଧ୍ୟମରେ ସୁବିଧା କରାଯିବାର ବ୍ୟବସ୍ଥା ରହିଛି। ଏହି ଅବସ ରେ ଆଜି ହିତାଧିକାରୀ ମାନଙ୍କୁ ଏହି ଯୋଜନା ଅନ୍ତର୍ଗତ ଗୃହ ନିର୍ମାଣ ପାଇଁ କାର୍ଯ୍ୟାଦେଶ ମଧ୍ୟ ପ୍ରଦାନ କରାଯାଇଥିଲା। ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ ସହିତ ସମସ୍ତ ବ୍ଲକ୍ ମାନଙ୍କ ରେ ମଧ୍ୟ ଏହି ରାଜ୍ୟ ସ୍ତରୀୟ ଅନ୍ତ୍ୟୋଦୟ ଗୃହ ଯୋଜନା ର ଶୁଭ ଉଦ୍ଘାଟନ କାର୍ଯ୍ୟକ୍ରମ ର ସିଧା ପ୍ରସାରଣ ଅନୁଷ୍ଠିତ ହୋଇଥିଲା ଏବଂ ଜିଲ୍ଲାରେ ଏହି ଯୋଜନାରେ ଗୃହ ନିର୍ମାଣ ନିମନ୍ତେ ଆଜି ମୋଟ ୪୧୧୪ ଜଣ ହିତାଧିକାରୀ ମାନଙ୍କୁ କାର୍ଯ୍ୟାଦେଶ ବଣ୍ଟନ କରାଯାଇଅଛି। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

କାର୍ ସହ ସ୍କୁଟି ଧକ୍କା

Sunil Chandra Nayak

ସ୍ବସ୍ତି ସାହିତ୍ୟ ସଂସଦର କଥା କବିତାୟନ ଆସନ୍ତା ୧୧ ଓ ୧୨ତାରିଖରେ

Sunil Chandra Nayak

ଟାଟା ଷ୍ଟିଲ୍ ଫାଉଣ୍ଡେସନ ପକ୍ଷରୁ ବିଶ୍ୱ ଋତୁସ୍ରାବ ସ୍ୱଚ୍ଛତା ଦିବସ ପାଳିତ

masiha

Leave a Comment

error: Content is protected !!