ଅନ୍ତୋଦୟ ଗୃହ ଯୋଜନାରେ ହିତାଧିକାରୀ ଙ୍କୁ କାର୍ଯ୍ୟାଦେଶ ବାଣ୍ଟିଲେ ବ୍ଲକ ଅଧ୍ୟକ୍ଷା
ବନ୍ଧୁଗାଁ ତା, ୩୦/୩/୨୫,ଆଜି ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ନିକଟ ମିନି ଖେଳ ଷ୍ଟାଡିୟମ ଠାରେ ରାଜ୍ୟ ସରକାରଙ୍କ ପକ୍ଷରୁ ଅନ୍ତୋଦୟ ଗୃହ ଯୋଜନାର ଭରଛୁ ଆଲ ମାଧ୍ୟମରେ ଶୁଭାରମ୍ଭ ଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କରିଛନ୍ତି । ଏହି ସମାରୋହର ଦୃଶ୍ୟକୁ ଅଭାସି ମାଧ୍ୟମରେ ବ୍ଲକ ପରିସରରେ ପ୍ରଦର୍ଶନ କରାଯାଇଥିଲା । ବ୍ଲକ ସ୍ତରୀୟ କାର୍ଯ୍ୟକ୍ରମ କୁ ବନ୍ଧୁଗାଁ ବ୍ଲକ ଅଧ୍ୟକ୍ଷା ଦ୍ଵୀପ ପ୍ରଜ୍ବଳନ କରି ଉଦଘାଟନ କରିଥିବା ବେଳେ ବି ଡି ଓ ଶ୍ରୀମତି ମୀନତି ଯୋଗଦେବ, ତୋହସିଲ ଦାର ଶ୍ରୀମତି ସୋନାଲି ପାତ୍ର,ଉପାଧକ୍ଷା ଗୀତାଞ୍ଜଲି ପିଡ଼ିକା ଜିଲ୍ଲା ବିଜେପି ଦଳର ଜିଲ୍ଲା ସାଧାରଣ ସମ୍ଫାଦକ ସରତ ପାତ୍ର, ବନ୍ଧୁଗାଁ ବ୍ଲକର କଂଗ୍ରେସ ସଭାପତି ଡ଼ି. ଏଙ୍କାଟି,ପ୍ରମୁଖ ଉପସ୍ଥିତ ରହିଥିଲେ। ଅନ୍ତୋଦୟ ଗୃହ ଯୋଜନାରେ ରଙ୍ଗେଇ ବନ୍ଧୁଗାଁ ବ୍ଲକ ପାଇଁ ବହୁ ଗୃହ ଅନୁମୋଦନ ପାଇଥିବା ବେଳେ ଆଜି ବନ୍ଧୁଗାଁ ବ୍ଲକ ଅଧ୍ୟକ୍ଷା ସୁଶ୍ରୀ ଲଷ୍ମୀ ମିଣ୍ୟାକା ଓ ଅନ୍ୟାନ୍ୟ ଅତିଥି ମାନେ ହିତାଧିକାରୀ ଙ୍କୁ କାର୍ଯ୍ୟାଦେଶ ବଣ୍ଟନ କରିଥିଲେ । ଏହି ଯୋଜନାରେ ଭିନ୍ନକ୍ଷମ,ବିଧବା,ଦୁରାରୋଗ୍ୟ ପୀଡ଼ିତ,ସାମାଜିକ ଅନଗ୍ରସର ,ପ୍ରାକୃତିକ ବିପର୍ଯ୍ୟୟ କବଳିତ ପରିବାର,ହାତୀ ଉପଦ୍ରବ ରେ ପୀଡ଼ିତ ଓ ଘରପୋଡି ପରିବାରକୁ ଅଗ୍ରାଧିକାର ଭିତ୍ତିରେ ସାମିଲ କରାଯାଇଥିବା ବ୍ଲକ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ବି ଡି ଓ କାର୍ଯ୍ୟକ୍ରମ ର ପରିଚାଳନା କରିଥିଲେ। ଆଜିର କାର୍ଯ୍ୟକ୍ରମ ରେ ସରପଞ୍ଚ,ସମିତି ସଭ୍ୟ/ସଭ୍ୟା, ଭିଆରପି, ସିଆରପି, ପ୍ରାଣୀ ମିତ୍ର, ବେଙ୍କ ମିତ୍ର, କୃଷି ମିତ୍ର, ଓ ଓଏଲଏମ ବିଭାଗର ସମସ୍ତ କର୍ମୀ ଓ ମିଶନ ଶକ୍ତିର ବିପିଏମ, ଓ ଶିଶୁବିକାଶ ବିଭାଗର ଷ୍ଟାଫ ଓ ବନ୍ଧୁଗାଁ ବ୍ଲକର ସମସ୍ତ ପଞ୍ଚାୟତ ପ୍ରତିନିଧି ଙ୍କ ସମେତ ଦୁଇ ଶହରୁ ଅଧିକ ସାଧାରଣ ଜନତା ଉପସ୍ଥିତ ରହିଥିଲେ ।
——–+-+—–+——-:——–+——
ବନ୍ଧୁଗାଁ ବ୍ଲକରେ ସହିଦ ଲକ୍ଷ୍ମଣ ନାୟକ ଫାଶୀ ଦିବସ ପାଳିତ
ବନ୍ଧୁଗାଁ ତା ୩୦/୩/୨୫ ସ୍ୱାଧୀନତା ସଂଗ୍ରାମୀ ତଥା ଆଦିବାସୀ ନେତା ସହିଦ ଲକ୍ଷ୍ମଣ ନାୟକଙ୍କ ବଳିଦାନ ଦିବସ ପାଳିତ ହୋଇଯାଇଛି। ଚାଷୀ ମୂଲିଆ ଆଦିବାସୀ ସଂଘ ଓଡ଼ିଶା ସହ ଅନୁବନ୍ଧିତ ଅଲ ଇଣ୍ଡିଆ କ୍ଷେତ ମଜଦୂର କିଷାନ ସଭା ଓ ବନ୍ଧୁଗାଁ ବ୍ଲକ ସହିଦ ଲକ୍ଷ୍ମଣ ନାୟକ ସ୍ମୁତି କମିଟିର ଶତାଧିକ ଲୋକଙ୍କ ଯୋଗଦାନ କରି ସଂଗ୍ରାମୀ ସହିଦ ଲକ୍ଷ୍ମଣ ନାୟକଙ୍କ ଫାଶୀ ଦିବସ ପରିପ୍ରେକ୍ଷୀରେ ସଭା ଓ ସଭା ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ କାର୍ଯ୍ୟକ୍ରମରେ ଚାଷୀ ମୂଲିଆ ଆଦିବାସୀ ସଂଘର ଓଡ଼ିଶା ସଭାନେତ୍ରୀ କଣ୍ଡାଗୋରୀ ପାଇଡାମା ସଭାପତିତ୍ବ କରିଥିବା ବେଳେ କୋରାପୁଟ ଜିଲ୍ଲା ଗଣ ସୁରକ୍ଷା ସମିତିର ଦାସୀ ନନ୍ଦବାଲି, ବରିଷ୍ଟ ସାମ୍ବାଦିକ ରବି ପ୍ରଧାନ, ଏ,ଆଇ, ଏମ, କେ, ଏସ ର ରାଜ୍ଯ ନେତା ଶ୍ରୀକାନ୍ତ ମହାନ୍ତି, ହାଲ ବିସ୍ଥାପିତ ମଞ୍ଚ ତ୍ରିଲୋଚନ ଜାନି ମୁଦୁଲି, ମାଳି ପର୍ବତ ମଞ୍ଚ ରୁ ମଙ୍ଗୁଲୁ ଜାନି , ବନ୍ଧୁଗାଁ ବ୍ଲକ ସହିଦ ଲକ୍ଷ୍ମଣ ନାୟକ ସ୍ମୁତି କମିଟିର ଆବାହକ ସୁବାରାଓ କେଣ୍ଡ୍ରୁ କା , କୋରାପୁଟ ଜିଲ୍ଲା ଚାଷୀ ମୂଲିଆ ଆଦିବାସୀ ସଂଘର ମହିଳା ସଭା ନେତ୍ରୀ ପିଡ଼ିକା ସୁରିଆମା, ବ୍ଲକ ସମ୍ବାଦ ପ୍ରତିନିଧି ଉତ୍ତମ ନାୟକ,ରାମସ୍ବାମୀ ପିଡ଼ିକା,ସୁନ୍ଦୁରୁ ପିଡିକା ପ୍ରମୁଖ ଯୋଗ ଦେଇଥିଲେ । ସମସ୍ତ ଅତିଥି ସାନସରପଲ୍ଲୀ ଛୋକ ଠାରେ ଥିବା ସଂଗ୍ରାମୀ ସହିଦ ଲକ୍ଷ୍ମଣ ନାୟକଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିଥିଲେ। ଏହା ପରେ ସଂଗ୍ରାମୀ ସହିଦ ଲକ୍ଷ୍ମଣ ନାୟକଙ୍କ ବଳିଦାନ ସଂପର୍କରେ ସ୍ମରଣ କରି ଗୀତ ଗାନ ସହ ବାଦ୍ୟ ବଜାଇ ଶତାଧିକ ଯୁବକ ଯୁବତୀ ପାରମ୍ପାରିକ ଢେମସା ନାଚ ନାଚି ବ୍ଲକ କାର୍ଯ୍ୟଳୟ ପର୍ଯ୍ୟନ୍ତ ସଭା ଯାତ୍ରା କରି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଆୟୋଜିତ କାର୍ଯ୍ୟକ୍ରମରେ ଉପସ୍ଥିତ ଅତିଥି ମାନଙ୍କ ଦ୍ଵାରା ଲକ୍ଷ୍ମଣ ନାୟକଙ୍କ ଜୀବନୀ,ଦେଶପ୍ରେମ ଏଵଂ ସ୍ୱାଧୀନତା ଆନ୍ଦୋଳନରେ ତାଙ୍କ ପ୍ରମୁଖ ଭୂମିକା ସଂପର୍କ ରେ ଆଲୋକପାତ କରିଥିଲେ। ଏହି ଅବସରରେ ଆୟୋଜିତ ବୈଠକ ରେ ସହିଦ ଲକ୍ଷ୍ମଣ ନାୟକ ଆଦିବାସୀ ଙ୍କ ଅଧିକାରକୁ ନେଇ ଯେଉଁ ଲଢେଇ କରିଥିଲେ ଆଜି ମଧ୍ୟ ସେହି ପୂର୍ବ ଲଢେର ଅଧିକାର ମିଳି ପାରି ନାହିଁ । ଏଥିପାଇଁ ଆମେ ଆମ ଜଳ, ଜମି, ଜଙ୍ଗଲ ଅଧିକାର ପାଇଁ ସଂଗ୍ରାମ କରିବାକୁ ଦାବିକୁ ନେଇ ସହିଦ ଲକ୍ଷ୍ମଣ ନାୟକ ସ୍ମୁତି କମିଟି ତରଫରୁ ରାଜ୍ଯ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।
———-;–+—–+——-+———–+—-+–
ଗନ୍ଧିଆ ମଇଳା ଆବର୍ଜନା କୁଡା କୁଡା ହୋଇ ଜମି ରହିଛି ଥାନା ସାମନ୍ନାରେ
ବନ୍ଧୁଗାଁ ତା, ୨୮/୩/୨୫, ବନ୍ଧୁଗାଁ ସଦର ପଞ୍ଚାୟତର କୋଣେ କୋଣେ ସୋଫା କରିବା ପାଇଁ ଗାଁ ସୋଫେଇଙ୍କୁ ମାସକୁ ବେତନ ଦିଆଯାଇ ରଖା ଯାଇଛି I ଏହି ଗ୍ରାମ ସୋଫେଇ କରୁଥିବା ଲୋକେ ସକାଳ ୫ ଟା ରୁ ଗାଁର ରାସ୍ତା ପାର୍ଶ୍ଵ ସବୁ ନିତି ଝାଡୁକରି ମଇଳା ଆବର୍ଜନା କୁ ରୁଣ୍ଡକରି ନିଆରେ ଜାଳିଥାଆନ୍ତୁ I ଗାଁକୁ ସ୍ୱଚ୍ଛତା ଭାବରେ ପରିବେଶକୁ ରଖିବା ପାଇଁ ଏପଟେ ସରକାରଙ୍କ ଦ୍ୱାରା ଗାଁ ସୋଫେଇ କରୁଥିଲେ ଅନ୍ୟପଟେ ଗାଁରେ ବ୍ରଇଲର କୁକୁଡ଼ା ମାଂସ ବିକ୍ରି କରି ମାଲାମାଲ ହୋଉଥିବା ଛୋଟିଆ ମୋତିଆ ବେପାରି ମାନେ କୁକୁଡ଼ା କାଟି ମାଂସ ବିକ୍ରି କରି ସାରିବା ପରେ ଯେତେ ମହିଳା ବାହାରିଥାଏ କୁକୁଡ଼ା ମାଂସ କାଟୁଥିବା ପ୍ରତ୍ୟକ ଦୁକାନରୁ କୁକୁଡ଼ା ର ପର ଓ ଅନ୍ୟନ୍ୟ ମହିଳା ଜମାକରି ବନ୍ଧୁଗାଁ ଥାନା ସାମନ୍ନା ଠାରେ କୁଡା କୁଡା କରି ମଇଳା ଆବର୍ଜନା ପ୍ରତ୍ୟକ ରାତ୍ରରେ ପକେଇ ଥିବାର ଦେଖିବାକୁ ମିଳିଛି I ଏହିପରି ମଇଳା ଦେଖି ରହିଥିବା ଦେଖି ଗାଁ ସଫେଇ ଲକେ ପାଟିତୁଣ୍ଡ କରୁଥିବାର ମିଳିଥିଲା I ଏଥିପ୍ରତି ପ୍ରଶାସନ ଧ୍ୟାନ ଦେବା ଉଚିତ କି ଗାଁର ଅଳିଆ ସଫା କରିବା ପାଇଁ ଲୋକଙ୍କୁ ନିଯୁକ୍ତି କୋରାଯାଇଥୁବା ସତେ ବି ଲୋକେ ରାସ୍ତା ପାର୍ଶ୍ଵରେ ମନଇଛା ଅଳିଆ ନ ଫିଙ୍ଗି ଗାତରେ କି ଝଲାରେ ନଚେତ ଗୋଟିଏ ସ୍ଥାନରେ ଅଳିଆ ଆବର୍ଜନା ରଖିବା ପାଇଁ ସଚେତନ କୋରାଯାଉ ବଲି ସାଧାରଣ ରେ ଦାବି ହୋଇଛି I ପଞ୍ଚାୟତ ଦ୍ୱାରା ଅନେକ ସ୍ଥାନରେ ଅଳିଆ ଜମା କରି ରଖିବା ପାଇଁ ସ୍ଥାନେ ସ୍ଥାନେ ଡଷ୍ଟ ବିନ ରଖା ଯାଇଅଛି କିନ୍ତୁ କୌଣସି କାମରେ ଆସିଲା ନାହିଁ I ଲୋକେ ଡ଼ଷ୍ଟ ବିନରେ ମଇଳା ନ ପକେଇ ରାସ୍ତା ପାର୍ଶ୍ଵରେ ଫଫାଡି ଦେଉଥିବାରୁ ମହିଳା ଆବର୍ଜନା ରାସ୍ତା ଉପରକୁ ଆସୁଥିବାର ଦେଖିବାକୁ ପାଉଛୁ I
ସଞ୍ଜିବ କୁମାର ବାଙ୍ଗାରୀ ରିପୋର୍ଟର

