ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ହରିଶ୍ଚନ୍ଦ୍ର ଯୋଜନାରେ ମୃତକ ପରିବାରକୁ ପ୍ରଶାସନର ସହାୟତା 

ହରିଶ୍ଚନ୍ଦ୍ର ଯୋଜନାରେ ମୃତକ ପରିବାରକୁ ପ୍ରଶାସନର ସହାୟତା 

ନବରଙ୍ଗପୁର:(୨/୯/୨୦୨୬)(ରବି ନାରାୟଣ ମହାନ୍ତି)ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ବେଲଗାଁ ପଞ୍ଚାୟତ ଅନ୍ତର୍ଗତ ମହେଣ୍ଡି ଗ୍ରାମର ମହେନ୍ଦ୍ର ଭତ୍ରାଙ୍କ ଗତକାଲି କୋରାପୁଟରେ ମୃତ୍ୟୁ ଘଟିଥିଲା। ତାଙ୍କ ମୃତ୍ୟୁ ପରେ ଆଜି ହରିଶ୍ଚନ୍ଦ୍ର ଯୋଜନା ଅଧୀନରେ ମୃତକଙ୍କ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି।ମହେନ୍ଦ୍ରଙ୍କ ମୃତ୍ୟୁ ଖବର ପାଇ ବେଲଗାଁ ପଞ୍ଚାୟତର ପିଇଓ ମନୁ ରାମ ଭତରା ଓ ଯୋଗାଣ ସହାୟକ ଫୁଳଚIନ୍ଦ ଗୌଡ଼ ମୃତକଙ୍କ ଘରେ ପହଞ୍ଚିଥିଲେ। ସେମାନେ ମୃତକଙ୍କ ପତ୍ନୀ ମାଳତୀ ଭତ୍ରାଙ୍କ ସମେତ ପରିବାର ସଦସ୍ୟଙ୍କୁ ଭେଟି ଶୋକସନ୍ତପ୍ତ ପରିବାର ପ୍ରତି ସମବେଦନା ଜଣାଇଥିଲେ। ପରେ ହରିଶ୍ଚନ୍ଦ୍ର ଯୋଜନାରେ ମିଳୁଥିବା ସହାୟତା ରାଶି ମୃତକଙ୍କ ପରିବାରକୁ ପ୍ରଦାନ କରାଯାଇଥିଲା।ହରିଶ୍ଚନ୍ଦ୍ର ଯୋଜନା ମାଧ୍ୟମରେ ଗରିବ ଓ ଆର୍ଥିକ ଅସହାୟ ପରିବାରଙ୍କୁ ଅନ୍ତ୍ୟେଷ୍ଟିକ୍ରିୟା ସମୟରେ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଥାଏ। ଏହି ସହାୟତା ମିଳିବା ଫଳରେ ମହେନ୍ଦ୍ରଙ୍କ ପରିବାରକୁ ଅନ୍ତିମ କ୍ରିୟା ସମ୍ପନ୍ନ କରିବାରେ କିଛିଟା ସହାୟତା ମିଳିବ ବୋଲି ପରିବାର ପକ୍ଷରୁ କୁହାଯାଇଛି। ତୁରନ୍ତ ସହାୟତା ପ୍ରଦାନ କରାଯାଇଥିବାରୁ ମୃତକଙ୍କ ପରିବାର ପକ୍ଷରୁ ପ୍ରଶାସନ ପ୍ରତି କୃତଜ୍ଞତା ପ୍ରକାଶ କରାଯାଇଛି।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍

Related posts

ଥୁଆମୁଳ ରାମପୁର ବ୍ଳକ ଗାୟତ୍ରୀ ପରିବାରର ସମନ୍ବିୟ କମିଟି ଗଠନ

Sunil Chandra Nayak

କ୍ଷେତ ଓ ଗ୍ରାମୀଣ ଶ୍ରମିକ ୟୁନିୟନ ଏକାଦଶ ରାଜ୍ୟ ସମ୍ମିଳନୀ ଉପଲକ୍ଷେ ଖାଦ୍ୟ, କାମ, ବାସଗୃହ ଓ ସାମାଜିକ ନିରାପତ୍ତା ଦାବିରେ ଲାଲ୍ ପଟୁଆର

ଛଅ ମାସପୂର୍ବରୁ ପାଣିଟାଙ୍କି ଉଦ୍ଘାଟନ , କାର୍ଯ୍ୟକ୍ଷମ ଶୂନ୍ୟ

Sunil Chandra Nayak

Leave a Comment

error: Content is protected !!