ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗୁରୁ ନାନକ ପବ୍ଲିକ୍‌ ସ୍କୁଲ୍‌ରେ ଜାତୀୟ ପ୍ରେସ ଦିବସ ପାଳନ: ୫୦ରୁ ଅଧିକ ସାମ୍ବାଦିକଙ୍କୁ ସମ୍ବର୍ଦ୍ଧନା

ଗୁରୁ ନାନକ ପବ୍ଲିକ୍‌ ସ୍କୁଲ୍‌ରେ ଜାତୀୟ ପ୍ରେସ ଦିବସ ପାଳନ: ୫୦ରୁ ଅଧିକ ସାମ୍ବାଦିକଙ୍କୁ ସମ୍ବର୍ଦ୍ଧନା

ରାଉରକେଲା: ରାଉରକେଲା ସହରର ଅନ୍ୟତମ ପରିଚିତ ତଥା ସେକ୍ଟର-୨୧ ଥିବା ଗୁରୁ ନାନକ ପବ୍ଲିକ୍‌ ସ୍କୁଲ୍‌ରେ ଜାତୀୟ ପ୍ରେସ ଦିବସ ପାଳନ ହୋଇଯାଇଛି । ଏହି ଅବସରରେ ୫୦ରୁ ଅଧିକ ବିଭିନ୍ନ ବର୍ଗର ସାମ୍ବାଦିକଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି। ସ୍କୁଲ୍‌ ପରିଚାଳନା ସମିତିର କର୍ମକର୍ତ୍ତା ସୁରିନ୍ଦର ସିଂହ ଛାବ୍ରା, ହର୍‌ଦୀପ ସିଂହ ଏବଂ ସ୍କୁଲ୍‌ର ଅଧ୍ୟକ୍ଷା ମନ୍‌ଭିନ କୌରଙ୍କ ଉପସ୍ଥିତିରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ଅବସରରେ ଆୟୋଜିତ ଏକ ସଭାରେ ଉପସ୍ଥିତ ଅତିଥି ଓ ସାମ୍ବାଦିକମାନେ ଜାତୀୟ ପ୍ରେସ୍‌ ଦିବସ ପାଳନ ସମ୍ପର୍କରେ ଆଲୋଚନା କରିଥିଲେ। ବିଶେଷ କରି ସମାଜରେ ଏକ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ସହିତ ସମସ୍ତଙ୍କ ମଧ୍ୟରେ ସମନ୍ୱୟ ଏବଂ ଏକତା ରକ୍ଷା କରି କାର୍ଯ୍ୟ କରିବା ଦିଗରେ ଉଭୟେ ସାମ୍ବାଦିକ ଏବଂ ବିଭିନ୍ନ ବର୍ଗର ବ୍ୟକ୍ତିଙ୍କ ପାରସ୍ପରିକ ସହଯୋଗ ସମ୍ପର୍କରେ ବକ୍ତାମାନେ ମତ ରଖିଥିଲେ। ଏହି ଅବସରରେ ରାଉରକେଲା ସହରରେ କାର୍ଯ୍ୟରତ ବିଭିନ୍ନ ବର୍ଗର ୫୦ରୁ ଅଧିକ ସାମ୍ବାଦିକଙ୍କୁ ସ୍ମାରକୀ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଶିଖ୍‌ ଧର୍ମର ପ୍ରତିଷ୍ଠାତା ତଥା ଧର୍ମଗୁରୁ ନାନକଜୀଙ୍କ ପ୍ରକାଶ ପର୍ବ ପାଳନ ଉପଲକ୍ଷେ ବିଦ୍ୟାଳୟ ପକ୍ଷରୁ ପ୍ରଥମ ଥର ପାଇଁ ଏହିପରି କାର୍ଯ୍ୟକ୍ରମର ଆୟୋଜନଉ ସାମ୍ବାଦିକମାନେ ପ୍ରଶଂସା କରିଥିଲେ। ବିଦ୍ୟାଳୟର ଶିକ୍ଷକ ଗଦାଧର ପାଣିଗ୍ରାହୀଙ୍କ ସଂଯୋଜନାରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ମୀନକେତନ ମହାପାତ୍ର, ରଶ୍ମିରେଖା ଧଳ, ପି ସାଇଜନ୍ୟାଙ୍କ ସମେତ ବିଦ୍ୟାଳୟର ଉପାଧ୍ୟକ୍ଷା ପାପ୍ରିରାୟ ଚୌଧୁରୀ ପ୍ରମୁଖ ଉପସ୍ଥିତ ଥିଲେ। ଏଥିରେ ସମ୍ବାଦିକମାନଙ୍କ ମଧ୍ୟରେ ସଞ୍ଜୀବ ନାୟକ, କୁଞ୍ଜ ବିହାରୀ ରାଉତ, ବିବେକାନନ୍ଦ ଦାସ, ବିରେନ ପତି ସତ୍ୟାନନ୍ଦ ବେହେରା ପ୍ରମୁଖ ବକ୍ତବ୍ୟ ରଖିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଧାନ ବିକ୍ରି କୁ ନେଇ ଚିନ୍ତାରେ ଚାଷୀ ଜିଲ୍ଲାପାଳ ଓ ବିଧାୟକଙ୍କୁ କଲେ ଅଭିଯୋଗ

Sunil Chandra Nayak

ଆଇ ଏସ ଆର ଡି ୱାନ ଷ୍ଟପ ସେଣ୍ଟର ତରଫରୁ ରାଷ୍ଟ୍ରୀୟ ଶିଶୁ ସନ୍ତାନ ଦିବସର ସପ୍ତାହ 

masiha

ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରର ରକ୍ତଦାନ ଶିବିର

masiha

Leave a Comment

error: Content is protected !!