ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଉଲିହାତୁ ରେ150ତମ ବିର୍ସା ମୁଣ୍ଡା ଜନ୍ମଦିନ ପାଳିତ

ଉଲିହାତୁ ରେ150ତମ ବିର୍ସା ମୁଣ୍ଡା ଜନ୍ମଦିନ ପାଳିତ 

 ମୟୂରଭଞ୍ଜ – ୧୬/୧୧ ( ମସିହା)ଆଜି ଭଗବାନ ବିର୍ସା ମୁଣ୍ଡା ଜନ୍ମଦିନ ରେ ତାଙ୍କ ନିଜଜନ୍ମମାଟି ଝାରଖଣ୍ଡ ରାଜ୍ୟ ର ରାଞ୍ଚି ପାଖ ଉଲିହାତୁ ଗାଁରେ ତାଙ୍କ 150 ତମ ଜନ୍ମଦିନ ପାଳିତ ଉତ୍ସବ ରେ ବିଜାତଳା ବ୍ଲକ ର ସାମାଜିକ ସଙ୍ଘ ରାମ ଦୋଳି ଯୁବକ ସଂଘ ର ପ୍ରତିଷ୍ଠାତା ସୁରେନ୍ଦ୍ର ମୁଣ୍ଡା ଯୋଗ ଦେଇଥିଲେ lବିର୍ସା ମୁଣ୍ଡା ଭାରତର ଜଣେ ଦେଶପ୍ରେମୀ ସଂଗ୍ରାମୀ ଭାବରେ ଇତିହାସ ରେ ବିଖ୍ୟାତ l ଊନବିଂଶ ଶତାବ୍ଦୀ ରେ ଭାରତ ରେ ଇଂରେଜ ଶାସନ କାଳ ରେ ବିର୍ସା ବିହାର ଓ ଝାରଖଣ୍ଡ ଅଞ୍ଚଳର ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ଏକାଠି କରି ଏକ ବଡ଼ ଧରଣର ବିପ୍ଳବ ଆରମ୍ଭ କରିଥିଲେ l 25 ବର୍ଷ ବୟସର ହେବା ବେଳକୁ ଭାରତର ସ୍ୱାଧୀନତା ସଂଗ୍ରାମର ଇତିହାସରେ ସେ ଏକ ନୂତନ ଫର୍ଦ ଯୋଡିସାରିଥିଲେ l ସେ ନିଜ ଗାଁ ଏବଂ ଅଖାପାଖ ଅଞ୍ଚଳର ଯୁବକ ମାନଙ୍କୁ ଇଂରେଜ ସରକାର ଙ୍କ ବିରୋଧରେ ଲଢ଼ିବାକୁ ସଂଗଠିତ କରିପାରିଥିଲେ l

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ଧିରେ ଧିରେ ଲୋପ ପାଇବାକୁ ବସିଲାଣି କଂସା ବାସନ ଶିଳ୍ପ 

Sunil Chandra Nayak

କାଉଡୋଳା ଗ୍ରାମର ସରକାରୀ ଜମି ଚିହ୍ନଟ ପାଇଁ ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ

masiha

କେନ୍ଦୁବିଲ୍ୱରେ ଶ୍ରୀ ଜୟଦେବ ଜୟନ୍ତୀ କବି ଜୟଦେବ ଆମ ଓଡ଼ିଆ ଅସ୍ମିତାର ଅନ୍ୟତମ ମହାନାୟକ

masiha

Leave a Comment

error: Content is protected !!