ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୁମାରସ୍ବାମୀ ମହୋତ୍ସବ ଉଦଯାପିତ

କୁମାରସ୍ବାମୀ ମହୋତ୍ସବ ଉଦଯାପିତ

ନର୍ଲା,୧୬|୧୧: କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ବୁଢ଼ୀପଦରଠାରେ ଦେବଗିରି ସାଂସ୍କୃତିକ ଅନୁଷ୍ଠାନ ଆନୁକୂଲ୍ୟରେ ଆୟୋଜିତ ୩୨ତମ ରାଜ୍ୟସ୍ତରୀୟ କୁମାରସ୍ବାମୀ ମହୋତ୍ସବ ତଥା ଗୋସିଙ୍ଗ ଦୈତ୍ୟ‌ ଦରବାରର ଉଦଯାପନୀ ସମାରୋହ ଅନୁଷ୍ଠାନର ସଭାପତି ସଞ୍ଜୟ କୁମାର ଧଙ୍ଗଡ଼ାମାଝୀଙ୍କ ପୌରୋହିତ୍ୟରେ ଆୟୋଜିତ ହୋଇଥିବାବେଳେ ମୁଖ୍ୟ ରାଜଅତିଥି ଭାବେ ନର୍ଲା ବିଧାୟିକା ମନୋରମା ମହାନ୍ତି ଯୋଗଦେଇଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ଅଧ୍ୟାପକ ପରମେଶ୍ବର ମୁଣ୍ଡ, ସମ୍ମାନିତ ରାଜଅତିଥି ଭାବେ ବିଶିଷ୍ଟ ସଂସ୍କୃତି ସଂଗଠକ ଜୟନ୍ତ ବେହେରା ମଞ୍ଚାସୀନ ଥିଲେ। ଯୁବ ସାହିତ୍ୟିକ ଡିଲେଶ୍ବର ରଣା ମଞ୍ଚ ପରିଚାଳନା କରିଥିବାବେଳେ ସାଧାରଣ ସଂପାଦକ ସୁନୀଲ କୁମାର ଧଙ୍ଗଡ଼ାମାଝୀ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ସକିତ ରତେଙ୍କୁ ଦେବଗିରି ସମ୍ମାନ, ରଜତ ବଂଶଲଙ୍କୁ ଦେବଗିରି ଯୁବ ସମ୍ମାନ, ସୁଧୀର ମେହେରଙ୍କୁ ଦେବଗିରି ସାହିତ୍ୟ ସମ୍ମାନ, ଭୀମସେନ ସାହୁଙ୍କୁ ଦେବଗିରି ନାଟ୍ୟ ସମ୍ମାନ, ସନ୍ତୋଷ ସିଂହଦେଓଙ୍କୁ ଦେବଗିରି ସାମ୍ବାଦିକତା ସମ୍ମାନ, ପ୍ରଭାସ ଚନ୍ଦ୍ର ମିଶ୍ରଙ୍କୁ ଦେବଗିରି ଗୁରୁ ସମ୍ମାନ, ଧ୍ଯାନାନନ୍ଦ ପଣ୍ଡାଙ୍କୁ ଦେବଗିରି ଲୋକନୃତ୍ୟ ସମ୍ମାନ, ମଧୁସୂଦନ ପ୍ରଧାନଙ୍କୁ ଦେବଗିରି ଶିକ୍ଷା ସମ୍ମାନ, ଦୁଷ୍ମନ୍ତ ମହଲାଙ୍କୁ ଦେବଗିରି ଦେଶସେବା ସମ୍ମାନ, ବାଳକୃଷ୍ଣ ନାଏକଙ୍କୁ ଦେବଗିରି ବାର୍ତ୍ତା ସମ୍ମାନ, ତପନ ଗଉଡ଼ଙ୍କୁ ଦେବଗିରି ପ୍ରତିଭା ସମ୍ମାନ, ହରେକୃଷ୍ଣ ସାହୁଙ୍କୁ ଦେବଗିରି ସେବା ସମ୍ମାନ ଏବଂ ସାଉଲ ମଙ୍ଗରାଜଙ୍କୁ ସ୍ଵତନ୍ତ୍ର ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ସେହିପରି ସ୍ୱାବଲମ୍ବନ କ୍ଷେତ୍ରରେ ବିଶେଷ ଅବଦାନ ପାଇଁ ଦଣ୍ଡପାଟ ଉତ୍ପାଦକ ଗୋଷ୍ଠୀର ସଦସ୍ୟାମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସାନ୍ଧ୍ୟ ଅଧିବେଶନରେ ଆୟୋଜିତ କବିତା ପାଠୋତ୍ସବରେ ଅନେକ କବି ସ୍ବରଚିତ କବିତା ପାଠ କରିଥିବାବେଳେ କବି ଅନୀଲ କୁମାର ସାହୁ ସଂଯୋଜନା କରିଥିଲେ। ଏହି ଅବସରରେ ଘୁମୁରା, ବନାବାଡ଼ି ଖେଳ ସମେତ ରାୟଗଡ଼ା, ସମ୍ବଲପୁର, ବଲାଙ୍ଗୀର, ନୂଆପଡ଼ା, କଳାହାଣ୍ଡି, ନବରଙ୍ଗପୁର ଆଦି ଜିଲ୍ଲାର ଅନେକ କଳାକାର ଯୋଗଦେଇ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ନୃତ୍ୟ ଆସରର ସଂଯୋଜନା କରିଥିଲେ ପଶ୍ଚିମ ଓଡ଼ିଶାର ବିଖ୍ୟାତ ମଞ୍ଚ ପରିଚାଳକ ସୁଧୀର ନାଏକ।

ଦୀପକ ଠାକୁର ଙ୍କ ରିପୋର୍ଟ୍ 

Related posts

ଦୁର୍ନୀତି ବିରୋଧୀ ଅଭିଯାନ ର ଜିଲ୍ଳାସ୍ତରୀୟ ବୈଠକ

ମା ମାଣିକେଶ୍ୱରୀ ବିଶ୍ଵବିଦ୍ୟାଳୟ ରେ ଜାତୀୟ ସେବା ଯୋଜନା ଦିବସ ପାଳିତ

Sunil Chandra Nayak

ଅଗ୍ନିକାଣ୍ଡରେ ଜଳିଗଲା ୩ ବଖରା ଘର ୪ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ସମ୍ପତି ପୋଡ଼ି ପାଉଁଶ

masiha

Leave a Comment

error: Content is protected !!