ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପାରାଦୀପ କଳିଙ୍ଗ ବାଲିଯାତ୍ରା ମହୋତ୍ସବ ରେ ଓଡ଼ିଶୀ ନୃତ୍ୟରେ ଝୁମିଲେ ଦର୍ଶକ

ପାରାଦୀପ କଳିଙ୍ଗ ବାଲିଯାତ୍ରା ମହୋତ୍ସବ ରେ ଓଡ଼ିଶୀ ନୃତ୍ୟରେ ଝୁମିଲେ ଦର୍ଶକ

ପାରାଦୀପ:-ପାରାଦ୍ୱୀପ ଠାରେ ଆରମ୍ଭ ହୋଇସାରିଛି କଳିଙ୍ଗ ବାଲିଯାତ୍ରା ମହୋତ୍ସବ । ଏହି ମହୋତ୍ସବକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦଘାଟନ କରିଛନ୍ତି ।

କଳିଙ୍ଗ ନୌବାଣିଜ୍ୟର ପରମ୍ପରା ଭିତ୍ତିକ କାର୍ଯ୍ୟକ୍ରମ ମଧ୍ୟ ହାତକୁ ନିଆ ଯାଇଛି । କଟକ ଐତିହାସିକ ବାଲିଯାତ୍ରା ଓ ଗୋପାଳପୁର ମହୋତ୍ସବ ଭଳି ପାରାଦ୍ୱୀପ କଳିଙ୍ଗ ବାଲିଯାତ୍ରାକୁ ସେହିଭଳି ଢଙ୍ଗରେ ପାଳିତ ହେଉଛି | ବାଲିଯାତ୍ରା ଦେଖିବାକୁ ଆସୁଥିବା ଦର୍ଶକଙ୍କ ପାଇଁ ସନ୍ଧ୍ୟାରେ ବଲିଉଡ ଓ ଓଲିଉଡ଼ କଳାକାରଙ୍କୁ ନିମନ୍ତ୍ରଣ କରାଯାଇଛି । ରାଜ୍ୟ ଓ ରାଜ୍ୟ ବାହାରୁ ବିଭିନ୍ନ କଳାକାରଙ୍କୁ ଆମନ୍ତ୍ରଣ ମଧ୍ୟ କରାଯାଇଛି । ଲୋକନୃତ୍ୟ, ସହିତ ଓଡ଼ିଶାର କଳା ସଂସ୍କୃତି, ଓ ପରମ୍ପରାକୁ ନେଇ ବିଭିନ୍ନ କାର୍ଯ୍ୟକ୍ରମ ହେଉଛି ।

ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଅଂଶ ଗ୍ରହଣ କଳିଙ୍ଗାୟନ ତୌର୍ୟତ୍ରିକମ ର ଓଡ଼ିଶୀ ନୃତ୍ୟାଙ୍ଗନା ମାନେ ନିଜ ନିଜ ର ନୃତ୍ୟ ପରିବେଷଣ କରିଥିଲେ। କଳିଙ୍ଗାୟନ ତୌର୍ୟତ୍ରିକମ ନୃତ୍ୟାଙ୍ଗନା ମାନଙ୍କ ନୃତ୍ୟ ରେ ଝୁମିଥିଲେ ଦର୍ଶକ।

ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମ ଗୁରୁ ଶ୍ରୀମତି ପୁଷ୍ପିତା ମିଶ୍ର ଓ ଅନୁଷ୍ଠାନ ର ପ୍ରିନ୍ସିପାଲ୍ ଗୁରୁ ମିତା ଦାସ ଙ୍କ ନିର୍ଦ୍ଦେଶନା ରେ କଳିଙ୍ଗାୟନ ତୌର୍ୟତ୍ରିକମ ନୃତ୍ୟ ଅନୁଷ୍ଠାନ ର ନୃତ୍ୟାଙ୍ଗନା ମନେ ନିଜ ନିଜ ନୃତ୍ୟ ପରିବେଷଣ କରି ଦର୍ଶକ ମାନଙ୍କ ମନ ମୋହି ଥିଲେ।

ସତିଶ କୁମାର ଦାଶ ଙ୍କ ରିପୋର୍ଟ୍ 

Related posts

ବାଇକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ

Sunil Chandra Nayak

ବିଭିନ୍ନ ଦାବି ନେଇ ଓଡ଼ିଶା ଆଦିବାସୀ ମଞ୍ଚ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଲା

masiha

ଚିଲିକା ତରାପି ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟର ଶତବାର୍ଷିକୀ ପାଳନରେ ମୁଖ୍ୟ ଅତିଥି ଭାବେ ଯୋଗଦେଲେ ଓଡିଶା ମହାମହିମ ରାଜ୍ୟପାଳ ପ୍ରଫେସର ଶ୍ରୀ ଗଣେଶୀ ଲାଲ

Sunil Chandra Nayak

Leave a Comment

error: Content is protected !!