ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଇନ୍ଦ୍ରାବତୀ ସ୍ଥିତ ସରସ୍ୱତୀ ବିଦ୍ୟା ମନ୍ଦିର ର ବାର୍ଷିକ ଉତ୍ସବ

ଇନ୍ଦ୍ରାବତୀ ସ୍ଥିତ ସରସ୍ୱତୀ ବିଦ୍ୟା ମନ୍ଦିର ର ବାର୍ଷିକ ଉତ୍ସବ

ତେନ୍ତୁଳିଖୁଣ୍ଟି ୨୨/୧୨/୨୩ // ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଇନ୍ଦ୍ରାବତୀ ସ୍ଥିତ ସରସ୍ବତୀ ବିଦ୍ୟା ମନ୍ଦିର ର ବାର୍ଷିକ ଉତ୍ସବ ବିଦ୍ୟାଳୟ ପରିଚାଳନା କମିଟି ଉପସଭାପତି ମୋହନ ମଧୁସୂଦନ ବାଘ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟଅତିଥି ବିଡ଼ିଓ ମନୋଜ କୁମାର ପାଣିଗ୍ରାହୀ ଙ୍କ ଦ୍ଵାରା ପ୍ରଦୀପ ପ୍ରଜ୍ଵଳନ ଓ ଅନୁଷ୍ଠାନ ର ବିଦ୍ୟାର୍ଥୀ ଙ୍କ ଦ୍ଵାରା ପ୍ରାରମ୍ଭିକ ସଙ୍ଗୀତ ଗାନ ସହ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥି ଭାବେ ବିଡ଼ିଓ ପାଣିଗ୍ରାହୀ ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ଶୁଭେନ୍ଦୁ ପଣ୍ଡା ଯୋଗ ଦେଇଥିଲେ। ଇନ୍ଦ୍ରାବତୀ ରେ ବିଦ୍ୟାଳୟ ସ୍ଥାପନା ରେ ପ୍ରମୁଖ ଭୂମିକା ନେଇଥିବା ବ୍ୟକ୍ତିତ୍ୱ ରାମଚନ୍ଦ୍ର ସାହୁ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ପ୍ରାରମ୍ଭ ରେ ପରିଚାଳନା କମିଟି ସମ୍ପାଦକ ବିମଲ ବେହେରା ସ୍ୱାଗତଭାଷଣ ଦେବା ସହ ଅତିଥି ପରିଚୟ ଦେଇଥିଲେ। ପ୍ରଧାନ ଆଚାର୍ଯ୍ୟ ପବିତ୍ର ମୋହନ ସାହୁ ବାର୍ଷିକ ବିବରଣୀ ପାଠ କରିଥିଲେ। ମୁଖ୍ୟ ଅତିଥି ବିଦ୍ୟାଭାରତୀ ଦ୍ୱାରା ପରିଚାଳିତ ସରସ୍ୱତୀ ବିଦ୍ୟମନ୍ଦିର କିଭଳି ଅନ୍ୟ ଶିକ୍ଷାନୁଷ୍ଠାନ ଠାରୁବ ଭିନ୍ନନ ସ୍ୱତନ୍ତ୍ର ନିଜ ଅନୁଭୂତି ଉପସ୍ଥାପନ କରି ଛାତ୍ରଛାତ୍ରୀ କର୍ତ୍ତବ୍ୟ ପରାୟଣ ,ସମାୟାନୁବର୍ତୀ ହେବାକୁ ଆହ୍ୱାନ ଦେଇଥିଲେ। ଛାତ୍ର ଜୀବନ ହେଉଛି ବ୍ରହ୍ମଚର୍ଯ୍ୟ ର ଅଂଶବିଶେଷ ,ଲକ୍ଷ୍ୟ ହାସଲ ପର୍ଯ୍ୟନ୍ତ ନିଜର ସଂଯମତା ବଜାୟ ରଖିବାକୁ ପଡିବ ଏଣୁ ଛାତ୍ରଛାତ୍ରୀ ପାଠ ପଢା ସହ କ୍ରୀଡା ସଂସ୍କୃତି ବିଜ୍ଞାନ କଳା ଆଦି ରେ ନିଜର ସମର୍ଥ୍ୟତା ପରିପ୍ରକାଶ କରିବା ଉଚିତ। ମୋବାଇଲ ରେ କାର୍ଟୁନ ଖେଳ ଆଦି ରେ ମନୋନିବେଶ ନ କରି କମ ବ୍ୟବହାର କରିବା ବିଶେଷ ଭାବେ କେବଳ ଶିକ୍ଷା ପାଇଁ ଯଥାସମ୍ଭବ ବ୍ୟବହାର କରିବାକୁ ଆହ୍ୱାନ କରିଥିଲେ ମୁଖ୍ୟବକ୍ତା। ବିଦ୍ୟାଳୟ ରେ ବିଭିନ୍ନକ୍ରୀଡ଼ା ରେ ଉତ୍ତୀର୍ଣ୍ଣ , ବିଭିନ୍ନ ପ୍ରତିଯୋଗିତା ର କୃତୀ ଛାତ୍ର ଛାତ୍ରୀବ ଙ୍କୁ ଅତିଥି ମାନଙ୍କ ଦ୍ୱାରା ମାନ ପତ୍ର ଓ ପୁରସ୍କାର ବିତରଣ କରଯାଇଥିଲା।ପରେ ଅନୁଷ୍ଠାନ ର ଛାତ୍ର ଛାତ୍ରୀ ଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା। ବିଦ୍ୟାଳୟ ପରିଚାଳନା କମିଟି ର କର୍ମକର୍ତ୍ତା ଓ ସମସ୍ତ ଗୁରୁଜୀ ଓ ଗୁରୁମା ସମେତ ଜଗଦେଵ କେଶରୀ ସାମନ୍ତ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ବଙ୍ଗୀୟ ଦମ୍ପତ୍ତିଙ୍କ ଦ୍ଵାରା ପୋଷ୍ୟ ସନ୍ତାନ ଗ୍ରହଣ 

masiha

ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀଙ୍କ ସୁନ୍ଦରଗଡ଼ ଜିଲ୍ଲା ଗସ୍ତ ଏବଂ ଜିଲ୍ଲା ସ୍ତରୀୟ ଅଧିକାରୀଙ୍କୁ ନେଇ ସମୀକ୍ଷା ବୈଠକ ଅନୁଷ୍ଠିତ

Sunil Chandra Nayak

ସର୍ବକାଳୀନ ଓ ନିରନ୍ତର ସେବାପାଇଁ… ଜୟନ୍ତ ବେହେରା ପାଇଲେ ମହାବୀର ସାଂସ୍କୁତିକ ଅନୁଷ୍ଠାନର ଶ୍ରେଷ୍ଠ ସମ୍ମାନ  ମହାବୀର ସମ୍ମାନ-୨୦୨୩

masiha

Leave a Comment

error: Content is protected !!