ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଇନ୍ଦ୍ରାବତୀ ସ୍ଥିତ ସରସ୍ୱତୀ ବିଦ୍ୟା ମନ୍ଦିର ର ବାର୍ଷିକ ଉତ୍ସବ

ଇନ୍ଦ୍ରାବତୀ ସ୍ଥିତ ସରସ୍ୱତୀ ବିଦ୍ୟା ମନ୍ଦିର ର ବାର୍ଷିକ ଉତ୍ସବ

ତେନ୍ତୁଳିଖୁଣ୍ଟି ୨୨/୧୨/୨୩ // ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଇନ୍ଦ୍ରାବତୀ ସ୍ଥିତ ସରସ୍ବତୀ ବିଦ୍ୟା ମନ୍ଦିର ର ବାର୍ଷିକ ଉତ୍ସବ ବିଦ୍ୟାଳୟ ପରିଚାଳନା କମିଟି ଉପସଭାପତି ମୋହନ ମଧୁସୂଦନ ବାଘ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟଅତିଥି ବିଡ଼ିଓ ମନୋଜ କୁମାର ପାଣିଗ୍ରାହୀ ଙ୍କ ଦ୍ଵାରା ପ୍ରଦୀପ ପ୍ରଜ୍ଵଳନ ଓ ଅନୁଷ୍ଠାନ ର ବିଦ୍ୟାର୍ଥୀ ଙ୍କ ଦ୍ଵାରା ପ୍ରାରମ୍ଭିକ ସଙ୍ଗୀତ ଗାନ ସହ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥି ଭାବେ ବିଡ଼ିଓ ପାଣିଗ୍ରାହୀ ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ଶୁଭେନ୍ଦୁ ପଣ୍ଡା ଯୋଗ ଦେଇଥିଲେ। ଇନ୍ଦ୍ରାବତୀ ରେ ବିଦ୍ୟାଳୟ ସ୍ଥାପନା ରେ ପ୍ରମୁଖ ଭୂମିକା ନେଇଥିବା ବ୍ୟକ୍ତିତ୍ୱ ରାମଚନ୍ଦ୍ର ସାହୁ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ପ୍ରାରମ୍ଭ ରେ ପରିଚାଳନା କମିଟି ସମ୍ପାଦକ ବିମଲ ବେହେରା ସ୍ୱାଗତଭାଷଣ ଦେବା ସହ ଅତିଥି ପରିଚୟ ଦେଇଥିଲେ। ପ୍ରଧାନ ଆଚାର୍ଯ୍ୟ ପବିତ୍ର ମୋହନ ସାହୁ ବାର୍ଷିକ ବିବରଣୀ ପାଠ କରିଥିଲେ। ମୁଖ୍ୟ ଅତିଥି ବିଦ୍ୟାଭାରତୀ ଦ୍ୱାରା ପରିଚାଳିତ ସରସ୍ୱତୀ ବିଦ୍ୟମନ୍ଦିର କିଭଳି ଅନ୍ୟ ଶିକ୍ଷାନୁଷ୍ଠାନ ଠାରୁବ ଭିନ୍ନନ ସ୍ୱତନ୍ତ୍ର ନିଜ ଅନୁଭୂତି ଉପସ୍ଥାପନ କରି ଛାତ୍ରଛାତ୍ରୀ କର୍ତ୍ତବ୍ୟ ପରାୟଣ ,ସମାୟାନୁବର୍ତୀ ହେବାକୁ ଆହ୍ୱାନ ଦେଇଥିଲେ। ଛାତ୍ର ଜୀବନ ହେଉଛି ବ୍ରହ୍ମଚର୍ଯ୍ୟ ର ଅଂଶବିଶେଷ ,ଲକ୍ଷ୍ୟ ହାସଲ ପର୍ଯ୍ୟନ୍ତ ନିଜର ସଂଯମତା ବଜାୟ ରଖିବାକୁ ପଡିବ ଏଣୁ ଛାତ୍ରଛାତ୍ରୀ ପାଠ ପଢା ସହ କ୍ରୀଡା ସଂସ୍କୃତି ବିଜ୍ଞାନ କଳା ଆଦି ରେ ନିଜର ସମର୍ଥ୍ୟତା ପରିପ୍ରକାଶ କରିବା ଉଚିତ। ମୋବାଇଲ ରେ କାର୍ଟୁନ ଖେଳ ଆଦି ରେ ମନୋନିବେଶ ନ କରି କମ ବ୍ୟବହାର କରିବା ବିଶେଷ ଭାବେ କେବଳ ଶିକ୍ଷା ପାଇଁ ଯଥାସମ୍ଭବ ବ୍ୟବହାର କରିବାକୁ ଆହ୍ୱାନ କରିଥିଲେ ମୁଖ୍ୟବକ୍ତା। ବିଦ୍ୟାଳୟ ରେ ବିଭିନ୍ନକ୍ରୀଡ଼ା ରେ ଉତ୍ତୀର୍ଣ୍ଣ , ବିଭିନ୍ନ ପ୍ରତିଯୋଗିତା ର କୃତୀ ଛାତ୍ର ଛାତ୍ରୀବ ଙ୍କୁ ଅତିଥି ମାନଙ୍କ ଦ୍ୱାରା ମାନ ପତ୍ର ଓ ପୁରସ୍କାର ବିତରଣ କରଯାଇଥିଲା।ପରେ ଅନୁଷ୍ଠାନ ର ଛାତ୍ର ଛାତ୍ରୀ ଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା। ବିଦ୍ୟାଳୟ ପରିଚାଳନା କମିଟି ର କର୍ମକର୍ତ୍ତା ଓ ସମସ୍ତ ଗୁରୁଜୀ ଓ ଗୁରୁମା ସମେତ ଜଗଦେଵ କେଶରୀ ସାମନ୍ତ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ଭାରତୀୟ କିସାନ ସଂଘ କଟକ ସଦର ଅଂଚଳରେ ପ୍ରଭୁ ବଳଭଦ୍ରଙ୍କ ଜନ୍ମ ଜୟନ୍ତୀ 

Sunil Chandra Nayak

ସମାଜ ସେବୀଙ୍କ ଦେହାନ୍ତ

Sunil Chandra Nayak

ରାଇରଙ୍ଗପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ସମ୍ମିଳନୀ କକ୍ଷରେ ଅଖିଳ ଭାରତୀୟ ଶିକ୍ଷା ସମାଗମ କାର୍ଯ୍ୟକ୍ରମରେ ୧୬୫ ଜଣ ଛାତ୍ରଛାତ୍ରୀଙ୍କୁ ଚଷମା ଓ ପୁସ୍ତକ ବଣ୍ଟନ

Sunil Chandra Nayak

Leave a Comment

error: Content is protected !!