ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କୋକସରା ମେଡିକାଲରେ ଗୋଷ୍ଠୀ ସ୍ତରୀୟ ସ୍ୱାସ୍ଥ୍ୟ ମେଳା

କୋକସରା,୧୯ /୪- କଳାହାଣ୍ଡି ଜିଲ୍ଲା କୋକସରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ମଙ୍ଗଳବାର ଆୟୁଷ୍ମାନ ଭାରତ ଗୋଷ୍ଠୀ ସ୍ତରୀୟ ସ୍ୱାସ୍ଥ୍ୟ ମେଳା ଅନୁଷ୍ଠିତ ହୋଇଯାଇଛି । ଡାକ୍ତର ତତ୍ତ୍ୱଦର୍ଶୀ ଦାସ ତତ୍ତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ । ସମ୍ମାନୀୟ ଅତିଥି ଭାବରେ ସିଡିଏମ୍‌ଓ କସ୍ତୁରୀ ମିଶ୍ର, କୋକସରା ବ୍ଲକ ଅଧ୍ୟକ୍ଷା ରୀତାଞ୍ଜଳୀ ଅଗ୍ରୱାଲ, ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ, ବିଡ଼ିଓ ମନିଷା ଦାସ, କୋକସରା ସରପଞ୍ଚ କିଶୋର ପ୍ରଧାନୀ, ସମିତି ସଭ୍ୟା ଗାୟତ୍ରୀ ପଣ୍ଡା, ଜିଲ୍ଲା ପରିଷଦ ସଭ୍ୟ ତ୍ରିନାଥ ବାଗ ପ୍ରମୁଖ ମଞ୍ଚାସିନ ହୋଇଥିଲେ । ସ୍ୱାସ୍ଥ୍ୟ ମେଳାରେ ୨୧ଟି ବିଭାଗ ପାଇଁ ସ୍ୱତନ୍ତ୍ର ଭାବେ ଷ୍ଟଲ କରାଯାଇଥିଲା । ବ୍ଲକ ର ୨୨ ପଞ୍ଚାୟତ ରୁ ଆସିଥିବା ୫୬୫ ଜଣ ଲୋକଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯାଇଥିଲା । ଏଥିରେ ଆଶା କର୍ମୀ ଓ ମେଡିକାଲ କର୍ମଚାରୀ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ । ସ୍ୱାସ୍ଥ୍ୟ ମେଳା ମଧ୍ୟରେ ଏକ ରକ୍ତଦାନ ଶିବିର ମଧ୍ୟ ଆୟୋଜନ ହୋଇଥିଲା । ଏଥିରେ ସ୍ୱଚ୍ଛାକୃତ ଭାବରେ ରକ୍ତଦାତା ମାନେ ୨୭ ୟୁନିଟ ରକ୍ତ ଦାନ କରିଥିଲେ । ଧର୍ମଗଡ ରକ୍ତ ଭଣ୍ଡାରର ଟେକ୍ନିସିଆନ ମାନେ ରକ୍ତ ସଂଗ୍ରହ କରିଥିଲେ । ଏହାକୁ ସ୍ଥାନୀୟ ପଞ୍ଚାୟତ ଡିଗ୍ରୀ କଲେଜ ର ଏନ୍‌ସିସି ଛାତ୍ର ଛାତ୍ରୀ ଓ ଯୁବ ରେଡ୍ କ୍ରସ ସଦସ୍ୟ ମାନେ ସହଯୋଗ କରିଥିଲେ । ଜନସ୍ୱାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ଚିଦାନନ୍ଦ ପଣ୍ଡା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଲଡୁଗାଁ ମାରୱାଡି ଯୁବା ମଞ୍ଚ ପକ୍ଷରୁ ସ୍ୱାସ୍ଥ୍ୟ ମେଳା କୁ ଆସିଥିବା ଲୋକଙ୍କ ପାଇଁ ଥଣ୍ଡା ପାନୀୟ ଜଳ ଓ ଭୋଜନର ବ୍ୟବସ୍ଥା କରିଥିଲେ । ସରକାର ଙ୍କ ଏଭଲି ଏକ ଜନହିତକର କାର୍ଯ୍ୟର ପ୍ରଚାର ପ୍ରସାର ପାଇଁ ଗଣମାଧ୍ୟମର ପ୍ରମୁଖ ଭୂମିକା ରହିଥିବାବେଳେ ସାମ୍ବାଦିକ ମାନଙ୍କୁ ଏଥିରେ ଅଣଦେଖା କରାଯାଇଥିଲା । ବିଭିନ୍ନ ଲୋକଙ୍କ ପାଇ ଚୌକିର ବ୍ୟବସ୍ଥା କରଯାଇଥିବା ବେଳେ ସାମ୍ବାଦିକ ମାନଙ୍କ ପାଇଁ ତାହା ମଧ୍ୟ ନଥିଲା । ଯାହାକୁ ନେଇ ସାମ୍ବାଦିକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ମ ନି ସ

Related posts

ବଢ଼ି ଚାଲିଛି ଲୁଟ ର ରାଜ , ପୋଲିସ ପ୍ରଶାସନ କୁ ଖାତିର ନାହିଁ

Sunil Chandra Nayak

ନବ ନିର୍ବାଚିତ ସରପଂଚ ସଂଘର କର୍ମକର୍ତ୍ତା ଚୟନ

Sunil Chandra Nayak

ୱାଇଏମଏଫଆଇ ପକ୍ଷରୁ ସଙ୍ଗୀତ ଓ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!