ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୩୯ତମ ବର୍ଷାନ୍ତ ‘ର ସମ୍ମାନ ଘୋଷଣା ଗୀତାରାଣୀ, କାଞ୍ଚନ,ଜ୍ୟୋତି ଓ ପ୍ରଶାନ୍ତ ସମ୍ମାନିତ ହେବେ

୩୯ତମ ବର୍ଷାନ୍ତ ‘ର ସମ୍ମାନ ଘୋଷଣା ଗୀତାରାଣୀ, କାଞ୍ଚନ,ଜ୍ୟୋତି ଓ ପ୍ରଶାନ୍ତ ସମ୍ମାନିତ ହେବେ

 ସିମୁଳିଆ, ୧୭/୧୧/୨୪- ଡିସେମ୍ବର ୩୧,ମଙ୍ଗଳବାର ପୂର୍ବାହଣ ୯.୩୦ ଟାରେ ବାଲେଶ୍ଵର ଜିଲ୍ଲା ମାର୍କୋଣା ଡାକବଙ୍ଗଳା ସମ୍ମିଳନୀ କକ୍ଷରେ ରାଜ୍ୟସ୍ତରୀୟ ୩୯ତମ ବର୍ଷାନ୍ତ ସାରସ୍ବତ ସମ୍ମେଳନ ଅନୁଷ୍ଠିତ ହେବ । ଚଳିତ ବର୍ଷର ମର୍ଯ୍ୟାଦାଜନକ ବର୍ଷାନ୍ତ ସାରସ୍ବତ ସମ୍ମାନ ପାଇବେ ବିଶିଷ୍ଟ କବୀ ଗୀତାରାଣୀ ଆଇଚ । କଥାକାର ତଥା ଶିକ୍ଷୟିତ୍ରୀ କାଞ୍ଚନ ମଲ୍ଲିକ୍ ଓ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟର ଓଡିଆ ଭାଷା ସାହିତ୍ୟ ବିଭାଗରେ ଗବେଷଣାରତା ପ୍ରାବନ୍ଧିକା ସୁଶ୍ରୀ ଜ୍ୟୋତି ସାହୁଙ୍କୁ ବର୍ଷାନ୍ତ ପ୍ରତିଭା ସମ୍ମାନ ଓ ଚିତ୍ରଶିଳ୍ପୀ ତଥା ଦକ୍ଷ ଡିଜାଇନର ପ୍ରଶାନ୍ତ ଜେନାଙ୍କୁ ବର୍ଷାନ୍ତ କଳାଶ୍ରୀ ସମ୍ମାନ ପ୍ରଦାନ କରାଯିବ ବୋଲି ମଦର ଟେରେସା ଫିଲାନଥ୍ରୋପିକ ଆସୋସିଏସନର ସଂପାଦକ ତଥା ଓଡିଶା ସାହିତ୍ୟ ଏକାଡେମୀର ପ୍ରାକ୍ତନ ସଦସ୍ୟ କବି ଭରତ ଚନ୍ଦ୍ର ଦାଶ ଏକ ପ୍ରେସ୍ ବିବୃତ୍ତିରେ ଜଣାଇଛନ୍ତି ।   

    ମଦର ଟେରେସା ଫିଲାନଥ୍ରୋପିକ ଆସୋସିଏସନର ଅନନ୍ୟ ସାରସ୍ବତ ସମାରୋହ ବର୍ଷାନ୍ତ ସାରସ୍ବତ ସମ୍ମେଳନ ବିଗତ ୩୯ବର୍ଷ ଧରି ଅନୁଷ୍ଠିତ ହେଉଛି । ଆସନ୍ତା ୩୧ ତାରିଖ, ମଙ୍ଗଳବାର ପୂର୍ବାହଣ ୯.୩୦ ଟାରେ ରାଜ୍ୟସ୍ତରୀୟ କବିତା ପାଠୋତ୍ସବ ଅନୁଷ୍ଠିତ ହେବ । ଅପରାହ୍ଣ ୨.୩୦ ରେ ବର୍ଷାନ୍ତ ସାରସ୍ବତ ସମ୍ମାନ ପ୍ରଦାନ ସହ ଉତ୍ସବରେ ବର୍ଷାନ୍ତର ଷଷ୍ଠ ଶବ୍ଦଅର୍ଘ୍ୟ ” ବର୍ଷାନ୍ତ ” ଲୋକାର୍ପଣ ହେବା ସହ ପ୍ରତିଭା ସମ୍ମାନ ପ୍ରଦାନ କରାଯିବ । ଓଡିଶାର ବହୁ ନବୀନ ପ୍ରବୀଣ କବିମାନେ ସ୍ବରଚିତ କବିତା ପାଠ କରିବା ସହ ବହୁ ବିଶିଷ୍ଟ ବ୍ୟକ୍ତି ଅତିଥିଭାବରେ ଯୋଗଦେବେ ବୋଲି ସଂପାଦକ ଭରତ ଚନ୍ଦ୍ର ଦାଶ ସୂଚନା ଦେଇଛନ୍ତି ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ରାଇରଙ୍ଗପୁର ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟ ପରିସରରେ ଉପଖଣ୍ଡ ସ୍ତରୀୟ ଶିକ୍ଷା ସମୀକ୍ଷା; ଆସ ସ୍କୁଲ ଯିବା ଏକ ପେଡ ମା’ କେ‌ ନାମ ଉପରେ ଗୁରୁତ୍ଵ 

Sunil Chandra Nayak

ଶତାୟୁ,ବି.ବି.ହାଇସ୍କୁଲ,ଢେଙ୍କାନାଳକୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ୨୦୨୩ -୨୪ ପ୍ରଦାନ

masiha

ଧରାକୋଟ ପଞ୍ଚାୟତ ରେ ଜନ ଶୁଣାଣି କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!