ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଚମେଲୀ ଦେବୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ  “ନୂଆ_ଓ ଯୁବ ଓଡିଶା-ନବୀନ ଓଡିଶା ” କାର୍ଯ୍ୟକ୍ରମ ଉଦଯାପିତ

ଚମେଲୀ ଦେବୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ 

“ନୂଆ_ଓ ଯୁବ ଓଡିଶା-ନବୀନ ଓଡିଶା ” କାର୍ଯ୍ୟକ୍ରମ ଉଦଯାପିତ

ଜୁନାଗଡ଼,୨୦/୧୨(ମ ନି ସ୍)କଳାହାଣ୍ଡି ଜିଲ୍ଲା ଜୁନାଗଡ ସହର ସ୍ଥିତ ଚମେଲୀ ଦେବୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ” ନୂଆ_ଓ ଯୁବ ଓଡିଶା-ନବୀନ ଓଡିଶା ” କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି l

ଓଡ଼ିଶା ସରକାର ଙ୍କ “ନୂଆ ଓ” କାର୍ଯ୍ୟକ୍ରମ ହାତକୁ ନେଇ ଏକ ଅଭିନବ ପଦକ୍ଷେପ ଘୋଷଣା କରିଛନ୍ତି। କ୍ରୀଡ଼ା ପ୍ରତିଯୋଗିତା, ସାଂସ୍କୃତିକ କାର୍ଯ୍ୟକଳାପ ଓ ସମାଜସେବା ଦିଗରେ ଏହି ପଦକ୍ଷେପ ସାରା ରାଜ୍ୟରେ ଆରମ୍ଭ ହୋଇଛି | ଏହି କାର୍ଯ୍ୟକ୍ରମରେ କ୍ରୀଡା ପ୍ରତିଯୋଗିତା, ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶିତ ହେଉଅଛି ଓ ସାମାଜିକ ସେବା ଦିଗରେ ମଧ୍ୟ ଛାତ୍ରୀ ମାନଙ୍କୁ ଉତ୍ସାହିତ କରାଯାଉଛି | ଚଳିତ ମାସ ୪ତାରିଖରୁ ଚାଲିଥିବା ନୂଆ ଓ କାର୍ଯ୍ୟକ୍ରମର ଆଜି ଉଦଯାପନୀ ହୋଇଛି। ମହାବିଦ୍ୟାଳୟ ପରିସରରେ ଆୟୋଜିତ ଏହି ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜୁନାଗଡ ବିଧାୟକ୍ ତଥା ପୂର୍ବ ତନ ମନ୍ତ୍ରୀ କ୍ୟାପଟେନ୍ ଦିବ୍ୟ ଶଙ୍କର ମିଶ୍ର ଯୋଗ ଦେଇଥିବା ବେଳେ,ସମ୍ମାନିତ ଅତିଥି ଭାବେ ବ୍ଲକ ଉପାଧ୍ୟକ୍ଷ ପ୍ରମୋଦ ବେହେରା, ସାମାଜ ସେବି ମାଣିକ ଚାନ୍ଦ ଅଗ୍ରୱାଲ, ଏନ୍ ଏ ସି ଉପାଧ୍ୟକ୍ଷl ହିଁମାଦ୍ରୀ ନାଏକ ବିଶିଷ୍ଟ ଶିକ୍ଷାବିତ୍ ତ୍ରିଲୋଚନ ସିଂ ବେଲଦାର,ସରପଞ୍ଚ ତାରା ରାଇ ଗୁରୁ, ପlରିଷଦ, ହିଁମାଦ୍ରୀ ସିନ୍ଦୁର, କାହ୍ନୁ ବୈଠାରୁ, ଚକ୍ର ବାଗ ପ୍ରମୂଖ ମଞ୍ଚାସୀନ ଥିଲେ l ଚମେଲୀ ଦେବୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଅଧ୍ୟାପିକା ପ୍ରିୟ ମଞ୍ଜରି ପଣ୍ଡା ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଶ୍ଵପତି ମୁଣ୍ଡ ସଭା ପରିଚାଳନା କରିଥିଲେ । ପରିଶେଷରେ ସମସ୍ତ କୃତି ଛାତ୍ରୀ ମାନଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା। ଏହାକୁ ଏହି ବିଦ୍ୟାଳୟ ର ଅଧ୍ୟାପକ ଓ ସମସ୍ତ କର୍ମଚାରୀ ସହୋଯାଗ କରିଥିଲେ l

ଜୁନାଗଡ଼ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ୍ 

Related posts

ପ୍ରାଚୀନ ଶ୍ରୀ କାଳେଶ୍ୱର ଶୈବପୀଠରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସଵ ଅନୁଷ୍ଠିତ

masiha

ମା ଲଙ୍କେଶ୍ୱରୀ ଙ୍କ ଖଣ୍ଡାବସା ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ

Sunil Chandra Nayak

ଆଦିବାସୀ ସମ୍ପ୍ରଦାୟର ମାଝୀ ନାଇକେ ମାନଙ୍କର ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ 

masiha

Leave a Comment

error: Content is protected !!