ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାୟଗଡ ସମବାୟ ବିଭାଜନ ତରଫରୁ ୭୧ ତମ ନିଖିଳ ଭାରତ ସମବାୟ ସପ୍ତାହ

ରାୟଗଡ ସମବାୟ ବିଭାଜନ ତରଫରୁ ୭୧ ତମ ନିଖିଳ ଭାରତ ସମବାୟ ସପ୍ତାହ

ରାୟଗଡ଼ ଜିଲ୍ଲାରେ ଆଜି ସ୍ଥାନୀୟ ବିଜୁ ପଟନାୟକ ଅଡିଟରିୟମ ରେ ଉତ୍ସାହ ସହକାରେ ପାଳନ କରାଯାଇଛି । ଉକ୍ତ କାର୍ଯକ୍ରମରେ ସର୍ବଶ୍ରୀ ହେମନ୍ତକୁମାର ନାୟକ, ସଭାପତି କୋରାପୁଟ ଜିଲ୍ଲା ସମବାୟ ସଂଘ, କୋରାପୁଟ ସଭାପତିତ୍ଵ କରିଥିବା ବେଳେ ଏହି କାର୍ଯକ୍ରମରେ ଶିବ ପଟନାୟକ , କାଳୀରମ ମାଝୀ , ବସନ୍ତ କୁମାର ଉଲ୍ଲକା , ବନଗଡି ତିରୁପତି ,ଜଗନ୍ନାଥ ନୂଣ୍ଡରୁକା ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲା ବେଳେ ରାୟଗଡ଼ ସ୍ଵୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷା ଡ଼ଃ. ବବିଲତା ଶ୍ରଫ୍ଫ ଓ ଅର୍ଥନୀତି ବିଭାଗର ଅଧ୍ୟାପକ ଶ୍ରୀ ସାଇ ମାଧବ ସମ୍ମାନିତ ବକ୍ତା ଭାବର ଯୋଗ ଦେଇଥିଲେ । “ ସମବାୟ ସମସ୍ତଙ୍କ ଉତ୍ତମ ଭବିଷ୍ୟତ ଗଠନ କରେ “ ଆଲୋଚନା ଚକ୍ର ରେ ଅଂଶ ଗ୍ରହଣ କରି ସମସ୍ତ ଅତିଥି ଓ ବକ୍ତା ନିଜ ନିଜର ବକ୍ତବ୍ୟ ଉପସ୍ଥାପନ କରିଥିଲେ। ସ୍କୁଲ ଓ ମହାବିଦ୍ୟାଳୟ ସ୍ତରୀୟ ବକୃତା ଓ ପ୍ରବନ୍ଧ ପ୍ରତିଯୋଗିତାରେ କୃତକାର୍ଯ ହୋଇଥିବା ଛାତ୍ର ଓ ଛାତ୍ରୀ ଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । ଶ୍ରେଷ୍ଠ ଲ୍ୟାମ୍ପସ ଭାବରେ ରମାନଗୁଡା ଲ୍ୟାମ୍ପସ , ଶ୍ରେଷ୍ଠ ମତ୍ସ୍ୟ ସମବାୟ ସମିତି ଭାବରେ ମା ମଙ୍ଗଳା ମତ୍ସ୍ୟ ସମବାୟ ସମିତି, କେଂଦୁଗୁଡା , ଶ୍ରେଷ୍ଠ RCMS ଭାବରେ ରାୟଗଡା RCMS ଓ ନାଗାବଳୀ କୃଷି ସମବାୟ ସମିତି , ଯେ କେ ପୁର ଙ୍କୁ ଶ୍ରେଷ୍ଠ ଆଗ୍ରୋ ଫୋରେଷ୍ଟ ସମବାୟ ସମିତି ଭାବରେ ପୁରସ୍କୃତ କରାଯାଇଥିଲା । 

ଶ୍ରୀ ସୀତାପତି କରୁଣାକର ମାଝୀ ଉପ ନିବନ୍ଧକ ସମବାୟ ସମିତି ସମୂହ ରାୟଗଡା ଙ୍କ ଆବାହକ ହୋଇଥିବାବେଳେ ଶ୍ରୀ ଭବାନୀ ଶଙ୍କର ଦାସ ଓ ଶିବ ପ୍ରସାଦ ମିଶ୍ର ମଞ୍ଚ ପରିଚାଳନା କରିଥିଲେ। ଏଥିରେ ସମବାୟ ବିଭାଗର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ। 

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଶତାୟୁ,ବି.ବି.ହାଇସ୍କୁଲ,ଢେଙ୍କାନାଳରେ ବର୍ଣ୍ଣାଢ଼୍ୟ ୭୭ତମ ସମର ଶିକ୍ଷାର୍ଥୀ ବାହିନୀ ପକ୍ଷ ଓ ଦିବସ -୨୦୨୫ ପାଳିତ 

Sunil Chandra Nayak

ଡ଼ିଡ଼ିସିଏ ଦୁର୍ନୀତିରେ ରାଜ୍ୟ ଉବୁଟୁବୁ,ବିଦା ହେବ ଅଣଓଡ଼ିଆ ନିର୍ଦ୍ଧେଶକ

masiha

ରାଇରଙ୍ଗପୁରରେ ରାଜ୍ୟ ପଞ୍ଚାୟତ ରାଜ ମନ୍ତ୍ରୀଙ୍କ ବିଭିନ୍ନ ପ୍ରଳ୍ପ ପରିଦର୍ଶନ 

masiha

Leave a Comment

error: Content is protected !!