ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଉଲକେଲା ବିଧାୟକ ସାରଦା ନାୟକଙ୍କ ଗାଡ଼ି ଦୁର୍ଘଟଣା: ଅଳ୍ପକେ ବର୍ତ୍ତିଲେ ପି.ଏସ୍.ଓ

କାମାକ୍ଷାନଗର- (ମନିସ )୩୧/୦୩_ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଜାତୀୟ ରାଜପଥ ୫୩ ଚୁଳିଆ ଗ୍ରାମ ନିକଟରେ ରାଉଳକେଲା ବିଧାୟକ ତଥା ପୂର୍ବତନମନ୍ତ୍ରୀ ସାରଦାନାୟକ ଙ୍କ ଫରଚୁନର କାର ଏକ ହାଇଡ୍ରାରା ସାଙ୍ଗରେ ଧକ୍କା ଦେଇଥିବାବେଳେ ବିଧାୟକ ଅଳପକେ ବର୍ତ୍ତିଯାଇଥିବା ସୂଚନା ମିଳିଛି ।(JH 07 K 8475)ଗାଡିରେ ରାଉଲକେଲାରୁ କାମାକ୍ଷାନଗର ଦେଇ ଭୁବନେଶ୍ୱର ଯାଉଥିବା ବେଳେ ଚୁଳିଆ ଛକର ନିକଟରେ ଦୁର୍ଘଟଣା ଘଟିଥିଲା l ଖବର ପାଇ କାମାକ୍ଷାନଗର ବିଧାୟକ ତଥା ଖଣି ଇସ୍ପାତମନ୍ତ୍ରୀ ପ୍ରଫୁଲ ମଲ୍ଲିକ ଙ୍କ ସହାୟତାରେ କାମାକ୍ଷାନଗର ମେଡ଼ିକାଲରେ ପ୍ରାଥମିକ ଚିତ୍କିସା ପରେ ଅନ୍ୟ ଏକ ଗାଡିରେ ଭୁବନେଶ୍ୱର ବାସଗୃହକୁ ଫେରିଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ପୋଲିସ୍‌ ପହଞ୍ଚି ଫରଚୁନ୍‌ର ଓ ହାଇଡ୍ରାରା ଗାଡ଼ିକୁ ଜବତ କରିଛି । ଗାଡ଼ିରେ ତାଙ୍କ ଡ୍ରାଇଭର ଓ ପି.ଏସ୍‌ .ଓ ଓ ବିଧାୟକ ୩ ଜଣଥିଲେ l

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ମାଟ୍ରିକ ପରିକ୍ଷାର୍ଥୀଙ୍କ ପ୍ରକାଶ ୨୦୨୬ କାର୍ଯ୍ୟକ୍ରମ ଆୟୋଜିତ

Sunil Chandra Nayak

ଆଦିତ୍ୟ ଆଲୁମିନା ରିଫାଇନେରୀ ରେ ୭୭ତମ ସାଧାରଣତନ୍ତ୍ର ଦିବସ ପାଳନ

Sunil Chandra Nayak

ମୁଖ୍ୟମନ୍ତ୍ରୀ ସଭା ଗୃହ ଉଦଘାଟିତ

masiha

Leave a Comment

error: Content is protected !!