ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଉଲକେଲା ବିଧାୟକ ସାରଦା ନାୟକଙ୍କ ଗାଡ଼ି ଦୁର୍ଘଟଣା: ଅଳ୍ପକେ ବର୍ତ୍ତିଲେ ପି.ଏସ୍.ଓ

କାମାକ୍ଷାନଗର- (ମନିସ )୩୧/୦୩_ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଜାତୀୟ ରାଜପଥ ୫୩ ଚୁଳିଆ ଗ୍ରାମ ନିକଟରେ ରାଉଳକେଲା ବିଧାୟକ ତଥା ପୂର୍ବତନମନ୍ତ୍ରୀ ସାରଦାନାୟକ ଙ୍କ ଫରଚୁନର କାର ଏକ ହାଇଡ୍ରାରା ସାଙ୍ଗରେ ଧକ୍କା ଦେଇଥିବାବେଳେ ବିଧାୟକ ଅଳପକେ ବର୍ତ୍ତିଯାଇଥିବା ସୂଚନା ମିଳିଛି ।(JH 07 K 8475)ଗାଡିରେ ରାଉଲକେଲାରୁ କାମାକ୍ଷାନଗର ଦେଇ ଭୁବନେଶ୍ୱର ଯାଉଥିବା ବେଳେ ଚୁଳିଆ ଛକର ନିକଟରେ ଦୁର୍ଘଟଣା ଘଟିଥିଲା l ଖବର ପାଇ କାମାକ୍ଷାନଗର ବିଧାୟକ ତଥା ଖଣି ଇସ୍ପାତମନ୍ତ୍ରୀ ପ୍ରଫୁଲ ମଲ୍ଲିକ ଙ୍କ ସହାୟତାରେ କାମାକ୍ଷାନଗର ମେଡ଼ିକାଲରେ ପ୍ରାଥମିକ ଚିତ୍କିସା ପରେ ଅନ୍ୟ ଏକ ଗାଡିରେ ଭୁବନେଶ୍ୱର ବାସଗୃହକୁ ଫେରିଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ପୋଲିସ୍‌ ପହଞ୍ଚି ଫରଚୁନ୍‌ର ଓ ହାଇଡ୍ରାରା ଗାଡ଼ିକୁ ଜବତ କରିଛି । ଗାଡ଼ିରେ ତାଙ୍କ ଡ୍ରାଇଭର ଓ ପି.ଏସ୍‌ .ଓ ଓ ବିଧାୟକ ୩ ଜଣଥିଲେ l

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ମିଳିତ ପଞ୍ଚାୟତ ଉଚ୍ଚ ମାଧ୍ୟାମିକ ବିଦ୍ୟାଳୟ ରୁପ୍ରା ଠାରେ ବନ ମହୋତ୍ସବ ପାଳନ ସହିତ ବୃକ୍ଷ ରୋପଣ ଅନୁଷ୍ଠିତ 

Sunil Chandra Nayak

ସରକାରି ଏସ ଏସ ଡି ବାଳିକା ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଉଦଯାପିତ 

masiha

୮୬ ବର୍ଷୀୟା ବୃଦ୍ଧା ମାଆଙ୍କୁ ମାଡମାରି ଘରୁ ତଡିଲା ପୁଅ

masiha

Leave a Comment

error: Content is protected !!