ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ମନୋରଞ୍ଜନ

“ପ୍ରିୟେ ତୁ ମୋ ସିଏ” ର ଅଡିଓ ଲୋକାର୍ପିତ

“ପ୍ରିୟେ ତୁ ମୋ ସିଏ”

                       ର ଅଡିଓ ଲୋକାର୍ପିତ

ଝିଲିକ ମୋସନ ପିକଚର୍ସ ର ଚତୁର୍ଥ ଅବଦାନ “ପ୍ରିୟେ ତୁ ମୋ ସିଏ” ର‌ ଅଡିଓ ଲୋକାର୍ପିତ ଉତ୍ସବ ଭୁବନେଶ୍ବରସ୍ଥିତ ଏକ ତାରକା ହୋଟେଲ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଚଳଚ୍ଚିତ୍ରର ପ୍ରଯୋଜିକା ଝିଲିକ ଭଟ୍ଟାଚାର୍ଯ୍ୟ ,ନିର୍ଦ୍ଦେଶକ ସୁଧାଂଶୁ ମୋହନ ସାହୁ ,ଅଭିନେତା ଅମ୍ଳାନ,ବବି ମିଶ୍ର,ଅସୀତ ପତି,ଏଲିନା ସାମନ୍ତରାୟ,ସଙ୍ଗୀତ ନିର୍ଦ୍ଦେଶକ ବୈଦନାଥ ଦାସ,କଣ୍ଠଶ୍ଳୀପି ହ୍ୟୁମାନ ସାଗର,ସତ୍ୟଜିତ୍ ପ୍ରଧାନ,ସୁଭାଶିଷ ସାହୁ,କୁଲଦୀପ ପଟ୍ଟନାୟକ,ଆମରା ମ୍ୟୁଜିକ କଣ୍ଟେଟ୍ ପ୍ରୋକରମେଣ୍ଟ ହେଡ୍ ଦେବାଶିଷ ପଣ୍ଡା , ସିନେ କ୍ରିଟିକ୍ସ ଅମୃତ ନନ୍ଦ ,ଓଲିଉଡ୍ କ୍ରିଏଟିଭ୍ ହେଡ୍ ପ୍ରଣୟ ଜେଠୀ ପ୍ରମୁଖ ଉପସ୍ଥିତ ଥିଲେ। 

 ପ୍ରଥମଥର ପାଇଁ ପରଦାକୁ ଆସୁଛନ୍ତି ଅମ୍ଳାନ – ଏଲିନା । ଲଭ କେମେଷ୍ଟ୍ରୀକୁ ନେଇ ହୋଇଛି ନୂଆ ଏକ୍ସପେରିମେଣ୍ଟ୍। ଯେଉଁଥିରେ ସୁପରଷ୍ଟାର ଅମ୍ଳାନ ଓ ଚୁଲବୁଲି ଲୋକପ୍ରିୟ ନାୟିକା ଏଲିନାଙ୍କୁ ଏକାଠି ଦେଖିବାକୁ ମିଳିବ । ଅନେକ ଚଳଚ୍ଚିତ୍ରରେ ନିଜର ନିଖୁଣ ଅଭିନୟର ଯାଦୁ ଦେଖାଇଥିବା ବବି ମିଶ୍ରଙ୍କୁ ମଧ୍ୟ ଏକ ଗୁରୁତ୍ତ୍ୱପୂର୍ଣ ଚରିତ୍ରରେ ଦେଖିବେ ଦର୍ଶକ ।

ପ୍ରେମ ହେଇଯାଏ । କେଉଁଠି, କେମିତି, କେତେବେଳେ.. । ପରିବାରର ଆଭିଜାତ୍ୟ ଆକାଶ- ପାତାଳର ପାର୍ଥକ୍ୟ । ବେଫିକର ହୋଇ ଗରୀବ ପୁଅକୁ ଦିଲ୍ ରେ ଜାଗା ଦେଇଛି ଜମିଦାରୀ ଝିଅ । ଏମିତି କାହିଁକି ହେଲା । କାହିଁକି ଆଭିଜାତ୍ୟରେ ପରିପୂର୍ଣ୍ଣ ଝିଅ ରାସ୍ତା କଡର ପୁଅକୁ ପ୍ରେମିକ ରୂପେ ସ୍ୱୀକାର କଲା ? ନିଆରା ପ୍ରେମ କାହାଣୀର, ନିଛକ ଛବି । ପ୍ରେମ-ପ୍ରତିଶୃତି-ପାଗଲପନର ପ୍ରତିମୂର୍ତ୍ତୀ । ଏମିତି ଏକ ହୃଦୟକୁ ଛୁଇଁଲା ଭଳି କାହାଣୀ ନେଇ ଆସୁଛି ଝିଲିକ ମୋସନ ପିକଚରସ । ଜାହାର ଟାଇଟଲ ରହିଛି ‘ପ୍ରିୟେ ତୁ ମୋ ସିଏ’ । 

କାହାଣୀରେ ଭରି ରହିଛି ଓଡିଆ ଝୁଙ୍କ୍ । ଝିଲ୍ଲିକ ଭଟ୍ଟାଚାର୍ଯ୍ୟ ପ୍ରଯୋଜନା ରେ ନିର୍ମିତ ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ସୁଧାଂଶୁ ମୋହନ ସାହୁ । ନିଛକ ଏକ ଓଡ଼ିଆ ପ୍ରେମ କାହାଣୀର ରଚନା କରିଛନ୍ତି ଜଣାଶୁଣା ଲେଖକ ଶରଣାବିନ୍ଦ ଓଝା । ସଙ୍ଗୀତରେ ସଜାଇଛନ୍ତି ଯୁବ ସଙ୍ଗୀତ ନିର୍ଦ୍ଦେଶକ ତଥା ଅନେକ ହିଟ୍ ଗୀତର ନିର୍ଦ୍ଦେଶକ ବୈଦନାଥ ଦାସ । ଫିଲ୍ମରେ ଅମ୍ଳାନ,ଏଲିନା,ବବି ମିଶ୍ର,ଭୁପତି,ଅସୀତ ପତି,ଇଷା ବେଵର୍ତ୍ତା,ସୋମା ଭୈ।ମିକ,ଛନ୍ଦିତା ପାଢୀ,ଗୁଡ୍ଡୁ,ପ୍ରମୁଖ ଅଭିନୟ କରିଛନ୍ତି। ତେବେ କାହାଣୀର ସ୍ୱତନ୍ତ୍ରତା ହିଁ ବେଶ୍ ଆକୃଷ୍ଟ କରିବ । ଚଳଚ୍ଚିତ୍ରଟି ସମ୍ପୂର୍ଣ୍ଣ ଭାବେ ବାରିପଦାରେ ସୁଟିଂ ହୋଇଥିବାବେଳେ ଗୀତ ଗୁଡିକ ମନାଲୀ ଓ ଚଣ୍ଡିଗଡ଼ରେ ସୁଟିଂ ହୋଇଛି ।

ଝିଲିକ ମୋସନ ପିକଚର ନେଇ ଆସୁଛି ନିଜ ବ୍ୟାନରରେ ଚତୁର୍ଥ ଚଳଚ୍ଚିତ୍ର । ଆଗରୁ ଅଭିନୟ ମାଧ୍ୟମରେ ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇଛନ୍ତି ଝିଲିକ୍ ଭଟ୍ଟାଚାର୍ଯ୍ୟ । ଏବେ ପ୍ରଯୋଜକ ମାଧ୍ୟମରେ ମଧ୍ୟ ସଫଳ ଦିଗରେ ଅଗ୍ରସର। ଝିଳିକଙ୍କ ବ୍ୟାନରରେ ରୁଦ୍ରାଣୀ, କିସମିସ ଏବଂ ତୋର ମୋର କଟି ପରେ ଆସୁଛି ପ୍ରିୟେ ତୁ ମୋ ସିଏ। ସମସ୍ତ ଫିଲ୍ମକୁ ଦର୍ଶକଙ୍କ ମିଳିଛି ଭଲ ରେସପନସ । ଏପ୍ରିଲରେ ଆସୁଥିବା ଏଲିନା – ଆମ୍ଳନଙ୍କ ଯୋଡ଼ିଙ୍କୁ ମଧ୍ୟ ମିଳିବ ଅକୁଣ୍ଠ ଭଲପାଇବା ।

ଅମୃତ ନନ୍ଦ ଙ୍କ ରିପୋର୍ଟ୍ 

Related posts

ସର୍ଗୀ ଫୁଲ ସମ୍ବଲପୁରୀ ଆଲବମ ସୁଟିଙ୍ଗ ଶେଷ- ଅପଲୋଡ଼ ହେବ ୟୁଟୁବ ଦେଭ ମାନସୀ କ୍ରିଏସନ ର ଅପେକ୍ଷା ରେ 

masiha

କଳାହାଣ୍ଡିଆ ଅସ୍ମିତାର ସ୍ବର୍ଣ୍ଣାଭ ସ୍ୱାକ୍ଷର… ୪୬ ବର୍ଷ ପରେ ପୁନଃ ପ୍ରଦର୍ଶନ ହେଲା “ସମର୍ପଣ” ୪୫ କଳାକାର ସମ୍ବର୍ଦ୍ଧିତ

masiha

ଅଧୁରା ପ୍ରେମ କାହାଣୀ ଓଡ଼ିଆ ଚଳଚ୍ଚିତ୍ର ରେ ଶ୍ରୀତମ ଦାସ ଶ୍ରେଷ୍ଟ ଖଳନାୟକ ପୁରସ୍କୃତ

masiha

Leave a Comment

error: Content is protected !!