ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

“ଲୁଚି ବିଭାଗ ଖୋଲି ଦୁର୍ନୀତି କରୁଥିଲେ”ଆରଡିସି ନିର୍ଦ୍ଧେଶକୁ ବେଖାତିର/ ଜିଲ୍ଲା ପ୍ରଶାସନକୁ ଖୋଲା’ଚାଲେଞ୍ଜ-ଯୋଡ଼ା ଡ଼ିଡ଼ିସିଏ

“ଲୁଚି ବିଭାଗ ଖୋଲି ଦୁର୍ନୀତି କରୁଥିଲେ”ଆରଡିସି ନିର୍ଦ୍ଧେଶକୁ ବେଖାତିର/ ଜିଲ୍ଲା ପ୍ରଶାସନକୁ ଖୋଲା’ଚାଲେଞ୍ଜ-ଯୋଡ଼ା ଡ଼ିଡ଼ିସିଏ

ବଡ଼ବିଲ:-ବିଶ୍ୱ’ପ୍ରସିଦ୍ଧ ରାଜ୍ୟର ଯୋଡ଼ା ଏବଂ କୋଇଡା ମଣ୍ଡଳର ହାଏଗ୍ରେଡ଼ ଲୁହାପଥରକୁ ଲୋଗ୍ରେଡ଼ ଡୁପ୍ଲିକେଟ ରିପୋର୍ଟ ଦେଇ ସରକାରଙ୍କ ହଜାର’ହଜାର କୋଟି ଟଙ୍କାର ରାଜସ୍ୱହ୍ରାସ କରୁଥିବା ଯୋଡ଼ା “ଡ଼ିଡ଼ିସିଏ” ଏବେ ପୁଣି ଉତ୍ତରାଞ୍ଚଳ ରାଜସ୍ୱ କମିଶନରଙ୍କ ନିର୍ଦ୍ଧେଶକୁ ବେଖାରି କରି,ଯୋଡ଼ା ଡ଼ିଡ଼ିସିଏ ଆରଡିସି’ଙ୍କ ନିର୍ଦ୍ଧେଶକୁ ପାଳନ ନକରିବା ସହ ଜିଲ୍ଲା ପ୍ରଶାସନକୁ ଖୋଲା ଚାଲେଞ୍ଜ ଦେଇ,ଛୁଟିଦିନରେ ବିନା ସୂଚନାରେ ଲୁଚିକରି ଯୋଡ଼ାସ୍ଥିତ ବିଭାଗ ଖୋଲି ଆଉ’ଏକ ପ୍ରମୁଖ ପ୍ରମାଣ କରିଛି।ତେବେ ରାଜ୍ୟର କେନ୍ଦୁଝର ଜିଲ୍ଲାପ୍ରଶାସନ ଅଧିନସ୍ଥ ଯୋଡ଼ା ଡ଼ିଡ଼ିସିଏ ବିଭାଗର ଦାସମାତ ସୋରେନର ମହାଦୁର୍ନୀତି କଳାସାମ୍ରାଜ୍ୟ ଦିନକୁ’ଦିନ ବ୍ୟାପକ ହେଉଥିବା ବେଳେ ଚାନ୍ଦା ମାଗିବା ଭଳି ଜଘନ୍ୟ କାରନାମାରେ ସଂଶ୍ଲିଷ୍ଠ, ମହାଦୁର୍ନୀତିର ଅସଲମୁଖା ଖୋଲିଯିବା ଭୟରେ ଆରଟିଆଇ ରିପୋର୍ଟ ନଦେବା,ସରକାରଙ୍କ ପାଞ୍ଚକୋଟି ମେସିନକୁ ପକାଇ ରଖି,ଲୁହାପଥର ଗ୍ରେଡ଼ କେଳାଙ୍କାରୀ କରିବା ନିମନ୍ତେ ମାନୁଆଲରେ ପରୀକ୍ଷା କରିବା ଘଟଣା ରାଜ୍ୟ ପାଇଁ ବିପଦ ତଥା ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରୁଥିବା ବେଳେ ରାଜ୍ୟ ଖଣି ଓ ଭୁତତ୍ତ୍ୱ ନିର୍ଦ୍ଧେଶାଳୟରେ ନିଯୋଗ ଥିବା ଯୋଡ଼ା ପ୍ରୟୋଗଶାଳା ନିମନ୍ତେ ଦାୟତ୍ୱବାନ ଅଫିସରକୁ କୌଣସି ଫରକ ପଡୁନଥିବା ବେଳେ ନିଜର ମାସିକିଆ ବଟି ପାଇବା କେବଳ ଶ୍ରେୟ ମୁଖ୍ୟ ପାଲଟିଛି ବୋଲି ବିଭାଗୀୟ ଆଲୋଚନା ଏବଂ ପ୍ରମାଣ ମଧ୍ୟ କରେ।ତେବେ ଘଟଣା ଯାହା ଏଠାରେ ପ୍ରକାଶଯୋଗ୍ୟ ଯେ ଯୋଡ଼ା ପ୍ରୟୋଗଶାଳାର ଡ଼ିଡ଼ିସିଏ ଦାସାମାତ ସୋରେନ ରାଜ୍ୟ ସରକାରଙ୍କ ଘୋଷଣାକୁ ବାରମ୍ବାର ଗୋଡ଼ରେ ଏଡାଇ,ବିଭିର୍ଣ୍ଣ ପର୍ବପାର୍ବଣ ଛୁଟିଦିନ ଏବଂ ମାସର ଦ୍ୱ୍ୱତୀୟ ଏବଂ ଶେଷ ଶନିବାର ବିଭାଗ ଖୋଲିବା ଘଟଣାରେ ସରକାରଙ୍କ ନିର୍ଦ୍ଧେଶକୁ ହାସ୍ୟସ୍ପଦର କାରଣ ପାଲଟିଛି ବୋଲି ଜଣାପଡେ।ତେବେ ଉତ୍ତରାଞ୍ଚଳ ରାଜସ୍ୱ କମିଶନରଙ୍କ(ଆରଡିସି) ନିର୍ଦ୍ଧେଶ ଅନୁସାରେ ଗତ ଗୁରୁବାର ଦିନ ବଡଓଷା ପାଳନ ଅବସରେ ସମଗ୍ର କେନ୍ଦୁଝର ଜିଲ୍ଲାର ସମସ୍ତ ସରକାରୀ ବିଭାଗ ଉକ୍ତ ନିର୍ଦ୍ଧେଶନାମାକୁ ପାଳନ କରୁଥିବା ବେଳେ ଯୋଡ଼ା ପ୍ରୟୋଗଶାଳାର ଡ଼ିଡ଼ିସିଏ ସୋରେନ ଏହି ଦିନ କାହାକୁ କୌଣସି ସୂଚନା ବିନା,ଯାହାର ନାମରେ ଲୁହାପଥର ଗ୍ରେଡ଼ କେଳାଙ୍କାରୀ,କମ୍ପାନୀ କର୍ମଚାରୀ ଠାରୁ ପଇସା ଚାପ ପକାଇବା ଭଳି ଅଭିଯୋଗ ଥିବା ଦୁଇ’ତିନି କର୍ମଚାରୀକୁ ଧରି, ଏହି ଛୁଟିଦିନରେ ବିଭାଗ ଖୋଲି କୌଣସି ଅନୀତିକର କାର୍ଯ୍ୟ ଚଳାଇଥିବା ବେଳେ ଉପର ମହଲାରେ ଥିବା ଖଣି-ଉପନିର୍ଦ୍ଧେଶକ କାର୍ଯ୍ୟାଳୟ (ଡ଼ିଡ଼ିଏମ ଅଫିସ ଯୋଡ଼ା)ସମ୍ପୂର୍ଣ୍ଣ ଆରଡିସି’ଙ୍କ ନିର୍ଦ୍ଧେଶକୁ ପାଳନ କରି ବିଭାଗକୁ ବନ୍ଦ ରଖିଥିବାର ଦୃଶ୍ୟ ଦେଖିବାକୁ ମିଳେ।ତେବେ ଦେଖୁବାକୁ ଗଲେ କ୍ରମାଗତ ଭାବରେ ସରକାରଙ୍କ ଛୁଟିକୁ ସର୍ବହାର କରି,ଡ଼ିଡ଼ିସିଏ ସୋରେନ କେଇ ଅସାଧୁ ଖଣି କମ୍ପାନୀ ତଥା ପ୍ରତିଷ୍ଠିତ ଜେଏସଡ଼ବ୍ଲୁଙ୍କୁ କମ୍ପାନୀକୁ ବାରମ୍ବାର ଭକୁଆ ବନାଇ,ଉକ୍ତ କମ୍ପାନୀ ଜରିଆରେ ଏକ ଲିଖିତ ଚିଠି ଯୋଗେ ଯୋଡ଼ାସ୍ଥିତ ବିଭାଗ ଖୋଲି ହାଏଗ୍ରେଡ଼ ଲୁହାପଥରକୁ ଲୋଗ୍ରେଡ଼ କେଳାଙ୍କାରୀ ରଚିବାକୁ ଏଯାଏ କୌଣସି ଅଫିସର ରୋକିବାରେ ଅସମର୍ଥର କାରଣ ନିଜର ମାସିକିଆ ବଟି ଲୋଭ କେବଳ ମାତ୍ର।ତେବେ ଦେଖାଯାଉ ରାଜ୍ୟ ଖଣି ମୁଖ୍ୟାଳୟର ମୁଣ୍ଡବିନ୍ଧାର କାରଣ ତଥା ମାନ୍ୟବର ସଚିବ ଏବଂ ଖଣି ନିର୍ଦ୍ଧେଶକଙ୍କ ମର୍ଜ୍ୟଦାର କ୍ଷୁର୍ଣ୍ଣର ପ୍ରମୁଖ ତତ୍ତ୍ୱ ଚାନ୍ଦାଖିଆ ଡ଼ିଡ଼ିସିଏ ସୋରେନ ଜିଲ୍ଲାରେ ଗତ ବାରବର୍ଷରୁ ଉର୍ଦ୍ଧ୍ୱଦିନ ଧରି ରହି ତାଣ୍ଡବ ରଚିଥିବାକୁ ଉତ୍ତରାଞ୍ଚଳ ରାଜସ୍ୱ କମିଶନରଙ୍କ ଚିଠି ଜରିଆରେ ମାଫ କରି,ଦିଆଯାଉଛି ‘ନା’ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେଉଛି ଯାହା ଖଣି’ଜିଲ୍ଲା କେନ୍ଦୁଝର ଜିଲ୍ଲା ପ୍ରଶାସନ ଉପରେ ନିର୍ଭର କରୁଥିବାରୁ ଖଣିବାସୀଙ୍କ ନଜର ରହିଥିବାର ଜଣାପଡେ।

ଦେବୀ ଦାସ ସାହୁ ଙ୍କ ରିପୋର୍ଟ୍ 

Related posts

Two day All India Seminar on Trends in Advanced Building Construction and Innovative Building Materials

masiha

କମେବିଟ ଜଙ୍ଗଲର ନିଆଁକୁ ଆୟତ୍ତ କଲେ ବନ କର୍ମଚାରୀ

Sunil Chandra Nayak

ଦଦରା ଜିପ ରେ ସ୍ବାଧିନତା ଦିବସ ପାଳନ କଲା ପ୍ରଶାସନ, ନାହିଁ ଫିଟନେସ 

masiha

Leave a Comment

error: Content is protected !!