ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମହାଶ୍ୱେତା ପାଣିଗ୍ରାହୀ ଙ୍କ କବିତା ଆସ ପଢ଼ିବା ଅ ଆ

ଆସ ପଢ଼ିବା ଅ ଆ

 

ଅ ରେ ଅମୃତ ମୋ ମାତୃଭାଷା

ଆ ରେ ବେଶୀ ଆଦର ,

ଇ ରେ ଇତର ଭାବିବନି ତା’କୁ

ସେ ଏକା ଆମ ନିଜର।

 

ଈ ରେ ଈଷତ୍ ରଙ୍ଗ ତା ଲାଗିଲେ

ଉ ରେ ହେବନି ଉଣା,

ଋ ରେ ଋଣ ତା ଅଶୁଝା ବଉଳ

ଟଙ୍କା କେ ଷୋହୋଳ ଅଣା।

 

ଏ ରେ ଏମିତି ମହତ୍ ଭାଷା ଯେ

ଜଗତ ଭିତରେ ସାର,

ଐ ରେ ଐକ୍ୟ ଅଟେ ଯା’ର ବଳ

ଅତୀତ ଗାଥା ଯା’ ସାର।

 

ଓ ରେ ଓଡ଼ିଆ ଭାଷା ମୋ ବଢିଆ

ଔ ରେ ଔଷଧ ଭଳି,

ଢୋକଟେ ପିଇଲେ ମୋ ଭାଷାକୋଷ ରୁ

ଯିବୁ କେତେ କୋଶ ଚଳି।

 

ଜଗତ ମହନ୍ତ ଆର୍ତ୍ତତ୍ରାଣ ନାଥ

ଅଟେ ସେ ଓଡ଼ିଆ ପ୍ରାଣ,

ଜଗନ୍ନାଥ ବୋଲି ନାମ ବହିଅଛି

ଜଗତ ଭିତରେ ଜାଣ।

 

ମାଆ ଠାରୁ ବଳି ଆଉ କେ ନିଜର

ମନ ତା ପାଖରେ ବଳେ,

ମାତୃଭାଷା ମାତୃଭୂମି ଠାରୁ ବଳି

ଅଛି କେ ଏ ମହୀ ତଳେ।

 

ମହାଶ୍ୱେତା ପାଣିଗ୍ରାହୀ

ସାଇ ପ୍ରିୟା ନଗର

ରାୟଗଡ଼ା

Related posts

ବାସନ୍ତୀ ଲତା ଜେନା ଙ୍କ କବିତା କଳା ଜହ୍ନ

Sunil Chandra Nayak

ବହୁମୂଖୀ ବନ୍ୟା ବାତ୍ୟା ଆଶ୍ରୟସ୍ଥଳୀ ରେ ତାଲିମ ଶିବିର

Sunil Chandra Nayak

ରାଜୀବ ଲୋଚନ ପାଣିଗ୍ରାହୀ ଙ୍କ କବିତା ଶାରଦୀୟ ଅବକାଶ

Sunil Chandra Nayak

Leave a Comment

error: Content is protected !!