ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜଙ୍ଗଲ, ପରିବେଶ ମନ୍ତ୍ରୀଙ୍କ ରାଉରକେଲା ଗସ୍ତ……. ଉଦଘାଟନ କଲେ ନୂତନ ଡିଏଫଓ କାର୍ଯ୍ୟାଳୟ

ଜଙ୍ଗଲ, ପରିବେଶ ମନ୍ତ୍ରୀଙ୍କ ରାଉରକେଲା ଗସ୍ତ…….

ଉଦଘାଟନ କଲେ ନୂତନ ଡିଏଫଓ କାର୍ଯ୍ୟାଳୟ

ରାଉରକେଲା : ଜଙ୍ଗଲ, ପରିବେଶ ଓ ଜଳବାୟୁ ବିଭାଗ ତଥା ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ ଦିନିକିଆ ଗସ୍ତରେ ରାଉରକେଲା ଆସି ନଵନିର୍ମିତ ଡିଏଫଓ ଙ୍କ କାର୍ଯ୍ୟାଳୟ ର ଉଦଘାଟନ କରିଛନ୍ତି l ଏହି ଅବସରରେ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ  ହୋଇଥିଲା l ଏହି କାର୍ଯ୍ୟକ୍ରମରେ ସେ ଯୋଗ ଦେଇ ସମ୍ବୋଦିତ କରି କହିଥିଲେ ଯେ ଗ୍ରାମାଂଚଳର ପ୍ରତ୍ୟେକ ଲୋକଙ୍କ ପାଖରେ  ସରକାରୀ ଯୋଜନା ପହଚିଂବା ସୁନିଶ୍ଚିତ କରିବା ପାଇଁ ସରକାରୀ ବିଭାଗ କୁ ମିଳିମିଶି କାମ କରିବା ଉଚିତ୍ l ଗ୍ରାମାଂଳଳ ରେ ଅନେକ ବ୍ୟକ୍ତିଙ୍କ ପାଖରେ ଶ୍ରମ କାର୍ଡ ନ ଥିବାରୁ ଶ୍ରମ ବିଭାଗ ଦ୍ବାରା ଶ୍ରମିକମାନଙ୍କ ପାଇଁ ଉଦ୍ଦିଷ୍ଟ ଯୋଜନା ର ଲାଭ ପାଉ ନାହାନ୍ତି l ଏଥିପାଇଁ ସଚେତନତା ଆବଶ୍ୟକ ସେ ପ୍ରତ୍ୟୈକ ବ୍ଳକ ରେ ଜାଗ୍ରୁତି କର୍ମଶାଳା କରିବାକୁ କହିଥିଲେ l 

ଏହି ଅବସରରେ ଓଡ଼ିଶା କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଅଧୀନରେ ପଞ୍ଜୀକୃତ ୫୯ ଜଣ ନିର୍ମାଣ ଶ୍ରମିକଙ୍କୁ ସହାୟତା ରାଶି ପ୍ରଦାନ କରିଥିଲେ। ନିର୍ମାଣ ଶ୍ରମିକ କଲ୍ଯାଣ ଯୋଜନା ଅଧିନରେ ୫୯ ଜଣ ନିର୍ମାଣ ଶ୍ରମିକଙ୍କୁ ୬୪ ଲକ୍ଷ ୮୮ହଜାର ୪୦୦ ଟଙ୍କାର ଆର୍ଥିକ ସହାୟତା ରାଶି ପ୍ରଦାନ କରାଯାଇଥିଲା। ସେଥିମଧ୍ୟରୁ ୨୫ ଜଣଙ୍କୁ ମୃତ୍ୟୁକାଳୀନ ଓ  ଅନ୍ତ୍ୟେଷ୍ଟି କ୍ରିୟା ସହାୟତା ରାଶି ଦିଆଯାଇଥିବା ବେଳେ ୨୫ ଜଣଙ୍କୁ ବିବାହ ସହାୟତା ରାଶି, ୭ ଜଣ ମହିଳାଙ୍କୁ ପ୍ରସୂତି କାଳୀନ ସହାୟତା, ୨ ଜଣଙ୍କୁ ଶିକ୍ଷାବୃତ୍ତି ସହାୟତା ରାଶି ପ୍ରଦାନ କରାଯାଇଛି। ଏଥିସହ ଓଡ଼ିଶା କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ତରଫରୁ ୧୦୫ ଓ ଓଡିଶା ଅସଂଠିତ ଶ୍ରମିକ ସାମାଜିକ କଲ୍ୟାଣ ବୋର୍ଡ ଅଧୀନରେ ପଞ୍ଜୀକୃତ ୨ ଜଣ ପଞ୍ଜୀକୃତ ନିର୍ମାଣ ଶ୍ରମିକଙ୍କୁ ଶ୍ରମିକ କାର୍ଡ ପ୍ରଦାନ କରାଯାଇଛି।  ଏତଦ ବ୍ୟତିତ ଶ୍ରୀ ଖୁଣ୍ଟିଆ ଜିଲ୍ଳା ଶ୍ରମ କାର୍ଯ୍ଯାଳୟ ଓ  ରାଉରକେଲା ବନଖଣ୍ଡ କାର୍ଯ୍ୟାଳୟ ର  କାର୍ଯ୍ୟ ସମୀକ୍ଷା କରିଥିଲେ l  ଏହି ଅବସରରେ  ରଘୁନାଥପଲ୍ଳୀ ବିଧାୟକ ଦୁର୍ଗା ତନ୍ତୀ , ଅତିରିକ୍ତ ଜିଲ୍ଲାପାଳ ଓ ଆରଏମସି କମିଶନର ଆଶୁତୋଷ କୁଲକର୍ଣ୍ଣି , ବନଖଣ୍ଡ ଅଧିକାରୀ ଯଶୋବନ୍ତ ସେଠୀ , ଯୁଗ୍ମ ଶ୍ରମ ଆୟୁକ୍ତ ପି ଆର ଜେନା , ଜିଲ୍ଲା ଶ୍ରମ ଅଧିକାରୀ ଦିବ୍ୟ ଜ୍ୟୋତି ନାୟକ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ l

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ସଂକଳ୍ପ ସପ୍ତାହ ର କାର୍ଯ୍ୟକ୍ରମରେ ମନ କିଣିଲା ମାଣ୍ଡିଆ ଖାଦ୍ୟ

masiha

ବିକଶିତ ଗାଁ ବିକଶିତ ଓଡ଼ିଶା ଅନୁଦାନକୁ ନେଇ ଜନ ପ୍ରତିନିଧି ଓ ବ୍ଲକ ପ୍ରଶାସନ ମୁହାଁମୁହିଁ

masiha

ରାୟଗଡ଼ା ଜିଲ୍ଲା ଭାରତୀୟ ମଜଦୂର ସଂଘ ର ଜିଲ୍ଲା ସ୍ତରୀୟ ବୈଠକ 

masiha

Leave a Comment

error: Content is protected !!