ଆମ୍ବେଦକର ଓ ମଧୁବାବୁ ମଣ୍ଡଳର ବର୍ଦ୍ଧିତ ମଣ୍ଡଳ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ
ରାଉରକେଲା: ରଘୁନାଥପାଲ୍ଲୀ ବିଧାନସଭା କ୍ଷେତ୍ର ଅନ୍ତର୍ଗତ ମଧୁ ବାବୁ ମଣ୍ଡଳର ବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ସେକ୍ଟର – ୮ ସ୍ଥିତ ଶିବ ମନ୍ଦିର ପ୍ରାଙ୍ଗଣରେ ମଣ୍ଡଳ ସଭାନେତ୍ରୀ ପ୍ରତିମା ରାଉତଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଥିଲା। ସାମୂହିକ ବନ୍ଦେ ମାତରଂ ଗାନ ପରେ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମଣ୍ଡଳ ପ୍ରଭାରୀ ତଥା ପୂର୍ବତନ ଜିଲ୍ଲା ଅଧକ୍ଷ ତଥା ମୁଖ୍ୟଅତିଥି ଜଗବନ୍ଧୁ ବେହେରା, ଜିଲ୍ଲା ମୁଖପାତ୍ର ତଥା ମୁଖ୍ୟବକ୍ତା ଗଙ୍ଗାଧର ଦାଶ, ଜିଲ୍ଲା ଉପସଭାପତି ପ୍ରଫୁଲ୍ଲ କୁମାର ମିଶ୍ର, ଜିଲ୍ଲା ସମ୍ପାଦକ ନମ୍ରତା ବାଗ, ମଣ୍ଡଳ ଉପସଭାପତି ଅଜୟ କୁମାର ରାୟ, ମଣ୍ଡଳ ଯୁବମୋର୍ଚ୍ଚା ସଭାପତି ଅବିନାଶ ଜେନା, ଅଜୟ କୁମାର ପାତ୍ର ପ୍ରମୁଖ ମଞ୍ଚାସୀନ ନେତୃ ବୃନ୍ଦ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଜନ ହିତକାରୀ ଯୋଜନାକୁ ଜନତାଙ୍କ ପାଖରେ ପହଞ୍ଚାଇବା ସହିତ ସଂଗଠନକୁ ସୁଦୃଢ଼ ଓ ଶକ୍ତିଶାଳୀ କରିବା ପାଇଁ ପରାମର୍ଶ ଦେଇଥିଲେ । ମଣ୍ଡଳ ସାଧାରଣ ସମ୍ପାଦକ ପ୍ରଭାସ ରାଉତ ମଞ୍ଚ ପରିଚାଳନା କରିଥିବା ବେଳେ ଅନ୍ୟତମ ସାଧାରଣ ସମ୍ପାଦକ ରବୀନ୍ଦ୍ର ବାରିକ ଧନ୍ୟଵାଦ ଅର୍ପଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବରିଷ୍ଠ ନେତା ମନୋଜ ପଟ୍ଟନାୟକ , ସଂଯୁକ୍ତା ପାତ୍ର, ରାଜଲକ୍ଷ୍ମୀ ପାଣିଗ୍ରାହୀ, କୁମକୁମ୍ ମହାପାତ୍ର, ସରସ୍ୱତୀ ମହାନ୍ତ, ଟିକେଶ୍ୱର ତାଂଡିଆ, ହିମାଂଶୁ ନାୟକ, ରବୀନ୍ଦ୍ର ରାଉତ୍,ପ୍ରତାପ ଦେଓଙ୍କ ସହିତ ବହୁ ସଦସ୍ୟ ଉପସ୍ଥିତ ଥିଲେ।
ସେହିପରି ଆମ୍ବେଦକର ମଣ୍ତଳର ବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ମଣ୍ଡଳ ସଭାପତି ମନୋଜ ସ୍ୱାଇଁଙ୍କ ଅଧକ୍ଷତାରେ ସେକ୍ଟର – ୧୪ ସ୍ଥିତ ଏକଲ ଭଵନ ପରିସରରେ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମଞ୍ଚାସିନ ମୁଖ୍ୟଅତିଥି ଭାବେ ଗଙ୍ଗାଧର ଦାଶ , ଜିଲ୍ଲା ସମ୍ପାଦକ ସନ୍ତୋଷ କୁମାର ବିରାଟ, ବରିଷ୍ଠ ନେତା ରାଜେଶ ପ୍ରସାଦ, ବାବାଜୀ ଚରଣ ସାହୁ ଓ ଏକଲ ଉପସଭାପତି ରାଜକୁମାର ପାଣ୍ଡେ ବକ୍ତବ୍ୟ ପ୍ରଦାନ କରିଥିଲେ। ବୈଠକରେ ସାଧାରଣ ସମ୍ପାଦକ ପ୍ରଭାକର ସାହୁ, ଉପସଭାପତି ଗୌତମ ବାଡା, ଅଜୟ କଂସାରୀ, ଅନନ୍ତ ଦାସ,ବାବୁଲି ବାରିକ, ଅର୍ଚ୍ଚନା ସାହୁ, ବୁଥ ସଭାପତି ଛୋଟୁ ମାହାତୋ, କୁଶବୁ, ଚନ୍ଦ୍ରଶେଖର ପାଇକରାୟ, ଯୋନୀ ରୋବର୍ଟ, ଅମିତ କଲେଟ୍, କେ. ପି. ରାଜେଶ, ମୁନିକ ମାଝୀ, ଅଭିନାଶ ନାୟକ, କରନ ସାହୁ, ଅଜୟ କନଙ୍କ ସହିତ ମଣ୍ଡଳର ବହୁ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।
କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍

