ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଜୁନାଗଡ଼ ଥାନା-  ଜାରିଙ୍ଗ ଠାରେ  ଯୁବତୀଙ୍କୁ ଗଣଦୁଷ୍କର୍ମ ଓ ଭିଡିଓ ଭାଇରାଲ ଘଟଣାର ରାୟ ପ୍ରକାଶ , ୬ ଅଭିଯୁକ୍ତ ଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଲେ ଅତିରକ୍ତ ଜିଲ୍ଲା ଦୌରାଜଜ୍…

ଜୁନାଗଡ଼ ଥାନା-  ଜାରିଙ୍ଗ ଠାରେ  ଯୁବତୀଙ୍କୁ ଗଣଦୁଷ୍କର୍ମ ଓ ଭିଡିଓ ଭାଇରାଲ ଘଟଣାର ରାୟ ପ୍ରକାଶ ,

୬ ଅଭିଯୁକ୍ତ ଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଲେ ଅତିରକ୍ତ ଜିଲ୍ଲା ଦୌରାଜଜ୍…

କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଜାରିଙ୍ଗ ବହୁ ଚର୍ଚ୍ଚିତ ଯୁବତୀଙ୍କୁ ଗଣଦୁଷ୍କର୍ମ ଓ ଭିଡିଓ ଭାଇରାଲ ଘଟଣାରେ ରାୟ ପ୍ରକାଶ । ୬ଜଣ ଅଭିଯୁକ୍ତ କୁ ଆଜୀବନ କାରାଦଣ୍ଡ , ଦଣ୍ଡ ଶୁଣାଇଲେ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ସୁରେଶ ଚନ୍ଦ୍ର ପ୍ରଧାନ l ଅଭିଯୁକ୍ତ ମାନେ ହେଲେ ଲଳିନ୍ଦ୍ର ଶବର, ଲାବଣ୍ୟ ଛତ୍ରିଆ,ଅନିରୁଦ୍ଧ ଛତ୍ରିଆ,ଲୁକୁ ନାଏକ,ଶାନ୍ତ ନାଏକ ଓ ଅମିତ ନାଏକ । ଅନ୍ୟ ୩ଜଣ  ଭିଡ଼ିଓ ଭାଇରାଲ ପାଇଁ ଗିରଫ ହୋଇଥିଲେ। ଗିରଫ ଅଭିଯୁକ୍ତ ହେଲେ ସୟମବର ବାଗ,ଟିକେମନ ପୋଢ଼ ଓ ବିନୋଦ ନାଏକ । ତେବେ ଏହି ୩ଜଣଙ୍କୁ ନିର୍ଦୋଷ ରେ ଖଲାସ କରାଯାଇଛି ।

 ଘଟଣାରେ  ଅଭିଯୁକ୍ତ ମାନଙ୍କୁ ଗିରଫ ପାଇଁ କଳାହାଣ୍ଡି ଜିଲ୍ଲା ତତ୍କାଳିନ ଏସ.ପି ବି.ଗଙ୍ଗାଧର ଘଟଣା ର ତଦନ୍ତ ଦାୟିତ୍ଵ ନେଇଥିଲେ। ଗତ ୨୦୧୯ମସିହା ସେପ୍ଟେମ୍ବର ୧୪ ରିଖ ଅପରାହ୍ନ ୨ଟା ବେଳେ ଜୁନାଗଡ଼ ଥାନା ବକ୍ସିତୁଳସୀପାଳି ( ଜାରିଙ୍ଗ) ଜଙ୍ଗଲ ଠାରେ ଏହି ଘଟଣା ଘଟିଥିଲା । ଏହି ଭିଡିଓ ଭାଇରାଲ ହେବା ପରେ ପୀଡ଼ିତାଙ୍କ ପକ୍ଷରୁ ଜୁନାଗଡ଼ ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା । ଯୁବତୀ ଜଣଙ୍କ ଭବାନୀପାଟଣାରୁ ଅଭିଯୁକ୍ତ ଲଲିନ୍ଦ୍ର ଶବର ସହ ନିଜ ଘରକୁ ଫେରୁଥିବା ବେଳେ ଜାରିଙ୍ଗ ଜଙ୍ଗଲ ନିକଟ ରେ ପୁର୍ବ ରୁ ଜଗି ଥିବା ଅନ୍ୟ ପାଞ୍ଚ ଅଭିଯୁକ୍ତ ମାନେ ପୀଡିତା କୁ ଜଙ୍ଗଲ ଭିତର କୁ ଟେକି ନେଇ ଜଣକ ପରେ ଜଣେ ଦୁଷ୍କର୍ମ କରି ଥିଲେ । ତେବେ ଲୋକ ଲଜ୍ୟା ଭୟ ରେ ପୀଡିତା ଜଣକ ଏହି ଘଟଣା ର ଭିଡ଼ିଓ ଭାଇରଲ ହେବା ପରେ ଜୁନାଗଡ଼ ଥାନା ରେ ଅଭିଯୋଗ କରି ଥିଲେ । ଜୁନାଗଡ଼ ପୁଲିସ କେସ ନଂ: ୨୨୪/୨୦୧୯ ଦଫା ୩୭୬ (ଡି), ୬୬ ଇ, ୬୬ଏ ଆଇ ଟି ଆକ୍ଟ ରେ ମାମଲା ରୁଜୁ ହୋଇ ଥିଲା । ସେତେବେଳେ ଏହି ଘଟଣା ବହୁ ଚର୍ଚ୍ଚିତ ରହିଥିଲା ବେଳେ ଏହାର ଗୁରୁତ୍ଵ କୁ ଉପଲବ୍ଧି କରି ରାଜ୍ୟ ମହିଳା କମିଶନ ମଧ୍ଯ ନିଜ ଆଡୁ ମାମଲା ରୁଜୁ କରି ତଦନ୍ତ କରି ଥିଲେ । କଳାହାଣ୍ଡି ତତ୍କାଳୀନ ଏସପି ମଧ୍ଯ ତତ୍ପରତା ପ୍ରକାଶ କରି ଅଭିଯୁକ୍ତ ମାନଙ୍କୁ ଗିରଫ କରି ଥିଲେ । ଆଜି ଏହି ମାମଲା ର ରାୟ ପ୍ରକାଶ ପାଇଛି । ସରକାରୀ ଓକିଲ ପୂର୍ଣ୍ଣଚନ୍ଦ୍ର ନାଗ ମାମଲା ପରିଚାଳନା କରିଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ପୁଣି ଲାଗିଲା ମାଓବାଦୀ ବ୍ୟାନର ଓ ପୋଷ୍ଟର

ତେନ୍ତୁଳିଖୁଣ୍ଟି ପୋଲିସ : କୁକୁଡ଼ା ଗାଲି ଚଢ଼ାଉ ତିନି ଗିରଫ 2100 ଟଙ୍କା ଓ 5 ସେଟ ଗୋଟି ଓ ତିନି ରସିଦ ଜବତ

Sunil Chandra Nayak

ସ୍ଵାମୀ ଓ ସ୍ତ୍ରୀ ଙ୍କ ଆତ୍ମହତ୍ୟା 

masiha

Leave a Comment

error: Content is protected !!