ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବେଦାନ୍ତ ଲିମିଟେଡ ପକ୍ଷରୁ ଦ୍ଵିତୀୟ ପର୍ଯ୍ୟାୟ ମୋତିଆବିନ୍ଦୁ ଚିକିତ୍ସା ଶିବିର 

ବେଦାନ୍ତ ଲିମିଟେଡ ପକ୍ଷରୁ ଦ୍ଵିତୀୟ ପର୍ଯ୍ୟାୟ ମୋତିଆବିନ୍ଦୁ ଚିକିତ୍ସା ଶିବିର 

ଲାଞ୍ଜିଗଡ, ୨୦/୧୧(ମନିସ)-ଲାଞ୍ଜିଗଡସ୍ଥିତ ବେଦାନ୍ତ ଲିମିଟେଡ଼ ସିଏସଆର ବିଭାଗ ତଥା ବେଦାନ୍ତ ହସ୍ପିଟାଲର ମିଳିତ ଉଦ୍ୟମରେ ଆଜି ଦ୍ଵିତୀୟ ପର୍ଯ୍ୟାୟ ମୋତିଆବିନ୍ଦୁ ଚିକିତ୍ସା ଶିବିର ଉଦଘାଟିତ ହୋଇଯାଇଛି। ଏଥିରେ ଜିଲ୍ଲା ପରିଷଦ ସଦସ୍ୟ ପରୀକ୍ଷିତ ନାଏକ, ସିଏସଆର ବିଭାଗ ମୁଖ୍ୟ ଶିଶିର ତରଫଦାର, ବେଦାନ୍ତ ଲିମିଟେଡ଼ ମୁଖ୍ୟ ଚିକିତ୍ସାଧିକାରୀ ଡା. ଅକ୍ଷୟ କୁମାର ସାହୁ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ବେଦାନ୍ତ ହସ୍ପିଟାଲ ମୁଖ୍ୟ ପରିଚାଳନା ଅଧିକାରୀ ଅମର କୁମାର ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି ଶିବିରରେ ୪୪ ଜଣ ରୋଗୀଙ୍କୁ ଚିହ୍ନଟ କରାଯିବା ସହିତ ଅସ୍ତ୍ରୋପଚାର ପାଇଁ ଭବାନୀପାଟଣାସ୍ଥିତ ଶ୍ରୀ ଜଗନ୍ନାଥ ନେତ୍ରାଳୟକୁ ସ୍ଥାନାନ୍ତର କରାଯାଇଥିଲା। ଶିବିର ପରିଚାଳନାରେ ବେଦାନ୍ତ ଲିମିଟେଡ଼ ସିଏସଆର ବିଭାଗ ଓ ବେଦାନ୍ତ ହସ୍ପିଟାଲ କର୍ତ୍ତୃପକ୍ଷ ପ୍ରମୁଖ ସହଯୋଗ କରିଥିଲେ।

ସୁଶିଲ କୁମାର ବାଗ ଙ୍କ ରିପୋର୍ଟ୍ 

Related posts

ବେଦବ୍ୟାସ ପୀଠର ବିକାଶ ହେଉ

Sunil Chandra Nayak

ଆଦିତ୍ୟ ଆଲୁମିନା ରିଫାଇନାରୀ ଓ ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟ ମଧ୍ୟରେ ବୁଝାମଣା ପତ୍ର ସ୍ଵାକ୍ଷର  . କଂସାରିଗୁଡାଠାରେ ପ୍ରତିଷ୍ଠା ହେବ ଅତ୍ୟାଧୁନିକ ପ୍ରାଣୀ ଚିକିତ୍ସାଳୟ 

Sunil Chandra Nayak

ମେରାମଣ୍ଡଳୀ ରେଲୱେ ଷ୍ଟେସନର ରେଲୱେ ଟ୍ରାକ ରୁ ୧୨ ଫୁଟର ଅଜଗର ସାପ ଉଦ୍ଧାର 

Sunil Chandra Nayak

Leave a Comment

error: Content is protected !!