ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡ. ପଦ୍ମଲୋଚନ ରାଉତଙ୍କ ଇଂରାଜୀରେ ଡକ୍ଟରେଟ ଲାଭ

ଡ. ପଦ୍ମଲୋଚନ ରାଉତଙ୍କ ଇଂରାଜୀରେ ଡକ୍ଟରେଟ ଲାଭ

 ମୟୂରଭଞ୍ଜ -୨୧/୧୧ ( ମସିହା)ଅଧ୍ୟାପକ ଡ. ପଦ୍ମଲୋଚନ ରାଉତ ରାୟପୁରସ୍ଥ କଳିଙ୍ଗ ବିଶ୍ଵବିଦ୍ୟାଳୟ ରୁ ଇଂରାଜୀ ସାହିତ୍ୟରେ ସମ୍ମାନ ଜନକ ଉପାଧି ଲାଭ କରିଛନ୍ତି । ସେ ବିଶ୍ଵବିଦ୍ୟାଳୟର ସହଯୋଗୀ ପ୍ରଫେସର ଡ. ଭିନିତା ଦିୱାନଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ପ୍ରସ୍ତୁତ କରିଥିବା Thesis ” The Cultural Identity In The Poetic Works Of Kamala Das and jayanta Mahapatra” ବେଙ୍ଗାଳୁର NIIT ର ଇଂରାଜୀ ପ୍ରଫେସର ଡ. ପାୟେଲ ଦତ୍ତ ଚୌଧୁରୀ ଓ ରାୟପୁରସ୍ଥ ରବିଶଙ୍କର ଶୁକ୍ଳା ବିଶ୍ଵବିଦ୍ୟାଳୟର ଇଂରାଜୀ ପ୍ରଫେସର ଡ. ନିଧି ଗୁପ୍ତା ଙ୍କ ଦ୍ଵାରା ପରୀକ୍ଷିତ ହୋଇ ଉଚ୍ଚ ପ୍ରଶଂସିତ ହୋଇଛି । ଏହା ପୂର୍ବରୁ ଡ. ରାଉତ ଉତ୍କଳ ବିଶ୍ୱିଦ୍ୟାଳୟରୁ ଡ. ହରିଶ୍ଚନ୍ଦ୍ର ବେହେରାଙ୍କ ତତ୍ତ୍ଵାବଧାନରେ ଗବେଷଣା କରି ଓଡ଼ିଆ ସାହିତ୍ୟରେ 2014 ରେ ପିଏଚଡ଼ି ଲାଭ କରିସାରିଛନ୍ତି । ଡ.ରାଉତ ବାଲେଶ୍ଵର ଜିଲ୍ଲାର ବାଳଙ୍ଗ ଗ୍ରାମର ସ୍ବର୍ଗତ ସାଧୁ ରାଉତ ଓ ସ୍ବର୍ଗତା ବାୟାଣୀ ରାଉତଙ୍କ କନିଷ୍ଠ ପୁତ୍ର ଅଟନ୍ତି । ଏହି ସଫଳତା ପାଇଁ ସେ ତାଙ୍କର ମାର୍ଗଦର୍ଶକ, ବିଶ୍ଵବିଦ୍ୟାଳୟ ଇଂରାଜୀ ବିଭାଗର ସମସ୍ତ ଅଧ୍ୟାପକ ଅଧ୍ୟାପିକା, ରିସର୍ଚ୍ଚ ବିଭାଗର ସମସ୍ତ କର୍ମଚାରୀ, ନିଜର ଧର୍ମପତ୍ନୀ ରାଜଲକ୍ଷ୍ମୀ, ଛାତ୍ରଛାତ୍ରୀ, ସମସ୍ତ ଗୁରୁଜନଙ୍କ ସହଯୋଗ, ସାହାଯ୍ୟ ଓ ପରାମର୍ଶ ପାଇଁ ଆନ୍ତରିକ କୃତଜ୍ଞତା ଜଣାଇଛନ୍ତି। ମହାପ୍ରଭୁ ଜଗନ୍ନାଥଙ୍କ କୃପାରୁ ଏହା ସମ୍ଭବ ପର ହୋଇପାରିଛି ବୋଲି ସେ ପ୍ରକାଶ କରିଛନ୍ତି । ଏଠାରେ ପ୍ରକାଶ ଯୋଗ୍ୟକି, ଡ ରାଉତ ଶ୍ରୀ ଜଗନ୍ନାଥ ସଂସ୍କୃତିର ଜଣେ ଗବେଷକ ଓ ପ୍ରବକ୍ତା ଅଟନ୍ତି । ସେ ଏକାଧାରରେ ଜଣେ କବି, ପ୍ରାବନ୍ଧିକ,ଗାଳ୍ପିକ, ସମାଲୋଚକ ଓ ସମୀକ୍ଷକ ଅଟନ୍ତି । ସାହିତ୍ୟ କୃତି ପାଇଁ ସେ ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ସାଂସ୍କୃତିକ ଅନୁଷ୍ଠାନ ଦ୍ଵାରା ସମ୍ମାନିତ ହୋଇଛନ୍ତି ।ବର୍ତ୍ତମାନ ସେ ମାଲକାନଗିରି ଜିଲ୍ଲାର କାଲିମେଳାସ୍ଥ ଗୋପବନ୍ଧୁ ଆଞ୍ଚଳିକ ଡିଗ୍ରୀ ମହାବିଦ୍ୟାଳୟରେ ଇଂରାଜୀ ଅଧ୍ୟାପକ ଭାବରେ କାର୍ଯ୍ୟରତ ଅଛନ୍ତି ।

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

 

        

Related posts

କଳାହାଣ୍ଡି: ପୋଖରୀରେ ଗାଧୋଇବା ବେଳେ ବୁଡିଗଲେ ଦୁଇ ନାବାଳକ, ଉଦ୍ଧାର ହେଲା ମୃତଦେହ

masiha

ବିଶ୍ବକପ୍ ହକି ଟ୍ରଫିକୁ କନକ ମଞ୍ଜରୀ ଇନଷ୍ଟିଚ୍ୟୁଟ ଅଫ୍ ଫାର୍ମାସିଉଟିକାଲ ସାଇନସ୍ ରେ ସମ୍ବର୍ଦ୍ଧନା

Sunil Chandra Nayak

ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ଢେଙ୍କାନାଳ ଜିଲ୍ଲା ପକ୍ଷରୁ ଆନ୍ତର୍ଜାତୀୟ ସମବାୟ ବର୍ଷ – ୨୦୨୫ ପାଳନ ଅବସରରେ ସଫଳ ରକ୍ତଦାନ ଶିବିର ଆୟୋଜିତ

masiha

Leave a Comment

error: Content is protected !!