ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବ୍ଲକ ସ୍ତରୀୟ ଲୋକ ମହୋତ୍ସବ ମଣ୍ଡେଇ ପାଳନ ନେଇ ପ୍ରସ୍ତୁତି ବୈଠକ 

ବ୍ଲକ ସ୍ତରୀୟ ଲୋକ ମହୋତ୍ସବ ମଣ୍ଡେଇ ପାଳନ ନେଇ ପ୍ରସ୍ତୁତି ବୈଠକ

ଡାବୁଗାଁ, ୨୧/୧୧ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସମ୍ମିଳନୀ କକ୍ଷଠାରେ ବ୍ଲକ ସ୍ତରୀୟ ଲୋକ ମହୋତ୍ସବ ମଣ୍ଡେଇ ପାଳନ ନେଇ ଏକ ପ୍ରସ୍ତୁତି ବୈଠକ ବ୍ଲକ ଅଧ୍ୟକ୍ଷା ବୀଣା ମାଝି ଙ୍କ ଅଧ୍ୟକ୍ଷତାରେ ଗୁରୁବାର ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି | ଏଥିରେ ବିଭିନ୍ନ ପ୍ରକର କମିଟି ଗଠନ, ଦୁଲ୍ଲାରଦେଇ ମନ୍ଦିରରୁ ମଶାଲ ଶୋଭାଯାତ୍ରା ବାହାରି ମଣ୍ଡେଇ ମଞ୍ଚ ପର୍ଯ୍ୟନ୍ତ ଆସିବ, ଭୈରବ ମନ୍ଦିର ସମ୍ମୁଖ ପଡିଆରେ କାର୍ଯ୍ୟକ୍ରମ, ବ୍ଲକ ର ବିଭିନ୍ନ ଗ୍ରାମର ଦେବାଦେବୀ ଙ୍କ ପ୍ରତୀକ ଲାଠି, କୁର୍ଚ୍ଚି ଗୁଡିକୁ ନିମନ୍ତ୍ରଣ, ୧୨ ଟି ପଞ୍ଚାୟତରେ ଥିବା ଆଦିବାସୀ ନୃତ୍ୟ ଦଳ ଗୁଡିକ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବ ଓ କିପରି ବ୍ଲକ ସ୍ତରୀୟ ମଣ୍ଡେଇ କାର୍ଯ୍ୟକ୍ରମ ଶାନ୍ତି ଶୃଙ୍ଖଳା ସହ ପାଳନ କରାଯିବ ନେଇ ଉକ୍ତ ବୈଠକରେ ଆଲୋଚନା କରଯାଇଥିଲା | ଚଳିତ ମାସ ୨୮ ତାରିଖ ଦିନ ବ୍ଲକ ସ୍ତରୀୟ ମଣ୍ଡେଇ ପାଳନ ନେଇ ନିଷ୍ପତି ନିଆଯାଇଥିଲା | ଏହି ବୈଠକରେ ବିଡିଓ ଶରତ ମାଝି, ଏବିଡିଓ ପଦ୍ମନାଭ ତ୍ରିପାଠୀ, ଜିଲା ପରିଷଦ ସଭ୍ୟ ଗୁପ୍ତ ବିଶୋଇ, ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର କୁମାର ମିଶ୍ର, ବ୍ଲକ କଂଗ୍ରେସ ସଭାପତି ଜି. ସାଇ ରାଜୁ, ଭାଜପାର ଜି. ରାଜ ଶେଖର ରାଓ, ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ସନ୍ତୋଷ କୁମାର ସାହୁ, ସହକାରୀ ଯନ୍ତ୍ରୀ ଆନନ୍ଦ ମଣ୍ଡଳ, କନିଷ୍ଠ ଯନ୍ତ୍ରୀ ପ୍ରଶାନ୍ତ କୁମାର ଚୌଧୁରୀ ଓ ଦିଲ୍ଲୀପ ଦୀପକ ମିଶ୍ର, ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ପ୍ରସନ୍ନ କୁମାର ଦଣ୍ଡସେନା, ଓଏଲଏମ ବିପିଏମ ଦିଲ୍ଲୀପ କିଶୋର ନାୟକ, ପଞ୍ଚାୟତ ନିର୍ବାହୀ ଅଧିକାରୀ ଏ.ଡି ପ୍ରସାଦ ଓ ପର୍ଶୁରାମ ମାଳୀ ଓ ସମସ୍ତ ସରପଞ୍ଚ ମାନେ ଉପସ୍ଥିତ ଥିଲେ | ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ପଦ୍ମନାଭ ଭାଲ୍ଲା ପରିଚାଳନା କରିଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଉତ୍କଳ ମିଡ଼ିଆ ସାମ୍ବାଦିକ ସଙ୍ଘ, ରାୟଗଡ ଜିଲ୍ଲା ତରଫରୁ ନୂତନ ବର୍ଷ ୨୦୨୩, ମହା ଆଡମ୍ବରରେ ପାଳିତ

Sunil Chandra Nayak

ଗଛରେ ପିଟି ହେଲା କାର,୧ମୃତ,୫ ଆହତ

Sunil Chandra Nayak

ଉନ୍ନୟନ ପ୍ରକଳ୍ପ କାର୍ଯ୍ୟର ସ୍ଥାନ ନିରୂପଣ ପାଇଁ ଗ୍ରାମସଭା ଜରିଆରେ ବୈଠକ, ଯୋଗଦେଲେ ଜନ ପ୍ରତିନିଧି, ପ୍ରଶାସନିକ ଅଧିକାରୀ ଓ ସଚେତନ ନାଗରିକ

Sunil Chandra Nayak

Leave a Comment

error: Content is protected !!