ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବହୁବିଧ ସେବା ପାଇଁ ଅଧ୍ୟାପକ ରଞ୍ଜନ କୁମାର ମହାପାତ୍ରଙ୍କୁ ସବୁଠି ପ୍ରଶଂସା 

ବହୁବିଧ ସେବା ପାଇଁ ଅଧ୍ୟାପକ ରଞ୍ଜନ କୁମାର ମହାପାତ୍ରଙ୍କୁ ସବୁଠି ପ୍ରଶଂସା 

କଟକ : ସମାଜସେବା ବା ଦେଶ ଜାତି ପାଇଁ ତ୍ୟାଗ ମଣିଷକୁ ମହାନ୍ କରି ଗଢ଼ି ତୋଳେ ଆଉ ସବୁଠି ମିଳେ ପ୍ରଶଂସା । ସେମିତି ରକ୍ତଦାନ ଜୀବନ ଦାନ ଆଉ ମହତ୍ ଦାନ । ଏହି ମହାଯଜ୍ଞାରେ ବ୍ରତୀ ଜଣେ ବିଶିଷ୍ଟ ରକ୍ତଦାତା ତଥା ସମାଜସେବୀ ଅଧ୍ୟାପକ ରଞ୍ଜନ କୁମାର ମହାପାତ୍ର ଅନ୍ୟତମ । ପିତା  ସୁରେନ୍ଦ୍ର କୁମାର ମହାପାତ୍ର ଓ ମାତା  ଶାନ୍ତିଲତା ମହାପାତ୍ରଙ୍କ ସୁଯୋଗ୍ୟ ସନ୍ତାନ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଉପକଣ୍ଠ ସୁରେଖଦେଇପୁର ପାଟଣା ଗ୍ରାମରେ ୧୯୯୦ ମସିହାରେ ଜନ୍ମ ଗ୍ରହଣ କରିଛନ୍ତି । ସେ ଆଧ୍ୟାତ୍ମିକ ପୁସ୍ତକ ଅଧ୍ୟୟନକୁ ଭଲ ପାଉଥିବା ବେଳେ  ଦରିଦ୍ର ଅସହାୟ ଲୋକଙ୍କୁ ସାହାଯ୍ୟ କରିବା ସହିତ ରକ୍ତର ଅଭାବ ରୁ ଯେମିତି କାହାର ଜୀବନ ନ ଯାଏ ତା ପ୍ରତି ଧ୍ୟାନ ଦେଉଛନ୍ତି । ସେ ୨୦୧୭ ମସିହାରେ ରେଡ଼କ୍ରସରେ ଯୋଗଦେବା ସହ ଏବଂ ସ୍ବର୍ଗତ ପଦ୍ମଶ୍ରୀ ଡ଼ି.ପ୍ରକାଶ ରାଓଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ରକ୍ତଦାନ ପ୍ରତି ଆଗ୍ରହୀ ହୋଇ ନିଜେ ରକ୍ତଦାନ କରିବା ସହ ଅନ୍ୟମାନଙ୍କୁ ରକ୍ତଦାନ ପ୍ରତି ଉତ୍ସାହିତ କରୁଥିଲେ । ପରବର୍ତ୍ତୀ ସମୟରେ ପଣ୍ଡିତ ବିନୟ ଭୁଷଣ ମିଶ୍ରଙ୍କ ସହଯୋଗ ରେ ଅନ୍ୟ ବନ୍ଧୁ ମାନଙ୍କୁ ନେଇ ୨୦୧୯ ମସିହା ଅପ୍ରେଲ ୧୯ ତାରିଖ “ଦି ବ୍ଲଡ଼୍ ଡ଼ୋନର୍ସ ଓଡ଼ିଶା” ନାମକ ସଂଗଠନ ଗଢ଼ିଥିଲେ । ମହାମାରୀ କରୋନା ସମୟରେ ରକ୍ତଦାନ ଓ ବହୁ ସେବା କରିଥିଲେ । ସେ ୨୦ ଥର ରକ୍ତଦାନ କରିଛନ୍ତି । ସେ ବହୁ ସଂଗଠନ ତରଫରୁ ସମ୍ମାନିତ ।

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାକୁ ଦଇବ ସାହା

Sunil Chandra Nayak

ରାଜ୍ୟସଭା ସାଂସଦ ଯୋଗାଇଦେଲେ ପାଣ୍ଠି  ଗୋପାଳପୁରରେ ଜଳିଲା ହାଇମାଷ୍ଟ ଲାଇଟ

Sunil Chandra Nayak

ଆଇଏଏସ ପରୀକ୍ଷାରେ ୮୦୦ ରେଙ୍କ ରଖି କୋକସରା ବ୍ଲକ ପାଇଁ ଗୌରବ ଆଣିଲେ ସିଦ୍ଧାନ୍ତ ବେଶ୍ରା

masiha

Leave a Comment

error: Content is protected !!