ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମଗଡ ଜାଗୃତି ଗୃହ-୨ ପରିସରରେ ମିଳିତ ଯୋଗାଭ୍ୟାସ କଲେ ଅନ୍ତେବାସୀ

ଆଜି ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ

ଧର୍ମଗଡ ଜାଗୃତି ଗୃହ-୨ ପରିସରରେ ମିଳିତ ଯୋଗାଭ୍ୟାସ କଲେ ଅନ୍ତେବାସୀ

ଧର୍ମଗଡ ସ୍ଥିତ ଭାରତୀୟ ଆଦିମ ଜାତି ସେବା ସଂଘ ପରିଚାଳିତ ଜାଗୃତି ଗୃହ-୨ ପରିସରରେ ଆନ୍ତରାଷ୍ଟ୍ରୀୟ ଯୋଗ ଦିବସ ଅବସରରେ ଯୋଗାଭ୍ୟାସ କରାଯାଇଥିଲା। ଜାଗୃତି ଗୃହରେ ରହୁଥିବା ୩୫ ଜଣ ଅନ୍ତେବାସୀ ମିଳିତ ଭାବେ ଯୋଗାଭ୍ୟାସ କରିଥଲେ। ଧର୍ମଗଡ ଜାଗୃତି ଗୃହର ପରିଚାଳିକା ନିବେଦିତା ପ୍ରଧାନ, ସଦସ୍ୟା ଗୀତା ପଟ୍ଟନାୟକ, ସହାୟକ କର୍ମଚାରୀ ସରସ୍ଵତୀ ନାଏକ, ବନ୍ଦନା ଗୋମାଣ୍ଡୋ, ସୁଭାଷନି ରାଉତ, ରୋଜାଲିନ ନାଏକ, ଖଦୀ ଭଣ୍ଡାର ପରିଚାଳକ ଦେବରାଜ ମହାନନ୍ଦ ଉକ୍ତ ଯୋଗାଭ୍ୟାସ ରେ ଯୋଗଦେଇ ଅନ୍ତେବାସୀ ମାନଙ୍କ ସହ ଯୋଗଭ୍ୟାସ କରିଥଲେ। 

ଯୋଗ ଏକ ପ୍ରକ୍ରିୟା ଯାହା ଶରୀରକୁ ସୁସ୍ଥ ରଖେ ଓ ଏକାଗ୍ରତା ଆଣେ । ଯୋଗ ଏକ ସାଧନା ଓ ଏକ ଅମୃତମୟ ଜୀବନର ରାହା । ଯୋଗରୁ ସୁସ୍ଥତା ଓ ସାମର୍ଥ୍ୟ ମିଳେ । ଏହା ମନକୁ ଶାନ୍ତ ରଖିବାରେ ମଧ୍ୟ ସାହାଯ୍ୟ କରେ ବୋଲି ସଦସ୍ୟା ଗୀତା ପଟ୍ଟନାୟକ ଅନ୍ତେବାସୀ ମାନଙ୍କୁ ବୁଝାଇଥିଲେ। 

ସୂଚନାଯୋଗ୍ୟ ଯେ,ଆଜି ସାରା ବିଶ୍ବରେ ଯୋଗଦିବସ ପାଳନ କରାଯାଉ ଥିବା ବେଳେ ଓଡ଼ିଶାର ଗାଁଠୁ ସହର, ସବୁଠି ଚାଲିଛି ଯୋଗାଭ୍ୟାସ । ଏହି ଅବସରରେ ଜାଗୃତି ଗୃହ -୨ର ଅନ୍ତେବାସିନୀ ମାନେ ଆଜି ସକାଳ ୫.୩୦ ମିନିଟ ସମୟରେ ମିଳିତ ଭାବେ ଯୋଗଭ୍ୟାସ କରିଛନ୍ତି।

ବିଦ୍ୟାଧର ସାହୁ ଙ୍କ ରିପୋର୍ଟ୍ 

Related posts

ପତଞ୍ଜଳି ଯୋଗ ପରିବାର ଆନୁକୂଲ୍ୟରେ ରଜ ମହୋତ୍ସବ ପାଳିତ

masiha

ମନରେଗା ବ୍ଲକ ସ୍ତରୀୟ ଜନ ଶୁଣାଣୀ ଶିବିର ଅନୁଷ୍ଠିତ

masiha

ବିମ୍ବୋଷ୍ଠୀ ଦେବୀଙ୍କ ଶୋକସଭା 

Sunil Chandra Nayak

Leave a Comment

error: Content is protected !!