ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବ୍ଲକ ସ୍ତରୀୟ ଚକ୍ଷୁ ପରୀକ୍ଷଣ ପ୍ରଶିକ୍ଷଣ କାର୍ମଶାଳା ଅନୁଷ୍ଠିତ

ବ୍ଲକ ସ୍ତରୀୟ ଚକ୍ଷୁ ପରୀକ୍ଷଣ ପ୍ରଶିକ୍ଷଣ କାର୍ମଶାଳା ଅନୁଷ୍ଠିତ 

 ଭବାନୀପାଟଣା ସ୍ଥିତ ସ୍ଥାନୀୟ ବ୍ରଜମୋହନ ହାଇସ୍କୁଲ ସ୍ଥିତ ସଂଟିନାରୀ ହଲ ଠାରେ ସଦର ବ୍ଲକ ଅଧିନସ୍ଥ ବିଦ୍ୟାଳୟର ସମସ୍ତ ପ୍ରଧାନ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ନେଇ ଓଡିଶା ସରକାରଙ୍କ “ସୁରେନ୍ଦ୍ର ସାଏ ଦିବ୍ୟ ଦୃଷ୍ଟି ଯୋଜନା “ନାମକ ଏକ ବ୍ଲକ ସ୍ତରୀୟ ଚକ୍ଷୁ ପରୀକ୍ଷଣ ପ୍ରଶିକ୍ଷଣ କାର୍ମଶାଳା ଅନୁଷ୍ଠିତ ହୋଇଯାଇଛି।ପ୍ରତ୍ୟେକ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ଙ୍କୁ ଚକ୍ଷୁ ଦୃଷ୍ଟି ପରୀକ୍ଷା କରିବା ନିମନ୍ତେ ଉଦିଷ୍ଟ ପ୍ରଶିକ୍ଷଣ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତଥା ସଦର ବ୍ଲକ ଶିକ୍ଷା ଅଧିକାରୀ ଙ୍କ ମିଳିତ ଉଦ୍ୟମରେ ଆୟୋଜିତ ଏହି କାର୍ମଶାଳା ରେ ମୁଖ୍ୟ ଅତିଥି ଭାବରେ ଭବାନୀପାଟଣା ବ୍ଲକ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ହୃଷିକେଶ ନାଏକ , ମୁଖ୍ୟ ବକ୍ତା ତଥା ପ୍ରଶିକ୍ଷକ ଡ୍ର.ଲଳିତ କୁମାର ପଟ୍ଟନାୟକ ,ରିଷିଗାଁ ସି. ଆର. ସି.ସି.ବୈକୁଣ୍ଠ ବେମାଲ ,ମେଡିକାଲ ଅଫିସର ଡ଼.ସେଫାଳି ସାହୁ,ପବ୍ଲିକ ହେଲଥ ଏକ୍ସଟେନସନ ଅଫିସର ଜି. ନାଗମଣି ,ବି.ଆର. ଟି. ରଂଜନ କୁମାର ମେହେର ପ୍ରମୁଖ ମଞ୍ଚସିନ ହୋଇଥିଲେ । ପ୍ରଶିକ୍ଷକ ଡ଼. ଲଳିତ କୁମାର ପଟ୍ଟନାୟକ ଉପସ୍ଥିତ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କୁ ଙ୍ବିଦ୍ୟାଳୟ ସ୍ତରରେ ଦ୍ରୁଷ୍ଟି ପରୀକ୍ଷା କରିବାର ପ୍ରସ୍ତୁତି, ପ୍ରକ୍ରିୟା, ବ୍ୟବସ୍ଥା, ଛିନ୍ନଟିକରଣ ,ଏବଂ ତତ ସମ୍ମମଧିୟ ତଥ୍ୟ ପ୍ରଦାନ ନିମନ୍ତେ ଆବଶ୍ୟକତା ଉପରେ ସବିଶେଷ ଆଲୋଚନା ମାଧ୍ୟମରେ ଉପସ୍ଥାପନ କରିଥିଲେ।ମଞ୍ଚସିନ ସମସ୍ତ ଅତିଥି ବୃନ୍ଦ ଛାତ୍ର ଛାତ୍ରୀଙ୍କ ଦୃଷ୍ଟି ପରୀକ୍ଷାର ଉଦ୍ଦେଶ୍ୟ ଏବଂ ଆବଶ୍ୟକ ପଦକ୍ଷେପ ସମ୍ୱନ୍ଧରେ ଗୁରୁତ୍ୱ ଆରୋପ କରି ଥିଲେ । ଉକ୍ତ ପ୍ରଶିକ୍ଷଣ ସଭାରେ ସି.ଆର. ସି.ସି. ବୈକୁଣ୍ଠ ବେମାଲ ସଭା କାର୍ଯ୍ୟ ପରିଚାଳନା କରିଥିଲେ ଏବଂ ଜିଲ୍ଲା ଅନ୍ତରନିବେସି ସାଧନ କେନ୍ଦ୍ର ର କର୍ମଚାରୀ ସଂଯିବ କୁମାର ସାହୁ,ନବୀନ କୁମାର ବାଗ,ନରେଶ ବାଗ ,ଅର୍ଜୁନଯୁଗୁଣିଆ,ସି.ଆର.ସି.ସି.ପ୍ରଫୁଲ୍ଲ ଠାକୁର ,ମହମ୍ମଦ ଜକୀର ପ୍ରମୁଖ ସହଯୋଗ କରିଥିଲେ ।ଛାତ୍ରଛାତ୍ରୀଙ୍କ ଉଜ୍ଜ୍ବଳ ଭବିଷ୍ୟତ କାମନା ପୂର୍ବକ , ବି.ଆର. ଟି.ରଂଜନ କୁମାର ମେହେର ଧନ୍ୟବାଦ ଅର୍ପଣ କଲାପରେ ପ୍ରଶିକ୍ଷଣ ସମାପ୍ତି ଘୋଷଣା କରିଥିଲେ।

ରଜନୀ କାନ୍ତ ସମର୍ଲିଆ ଙ୍କ ରିପୋର୍ଟ୍ 

Related posts

ଦରବାର ସାହିତ୍ୟ ସଂସଦ ତରଫରୁ ମହିଳା ସସସ୍ତ୍ରୀକରଣ ଓ କୃଷି ଭିତ୍ତିକ ତାଲିମ ଶିବିର ଅନୁଷ୍ଠିତ 

masiha

ପେଞ୍ଜୋରାଣୀ ପତ୍ରିକାର ଉନ୍ମୋଚନ ଓ କବିତା ଆସର

Sunil Chandra Nayak

ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନଙ୍କ ପଞ୍ଚାୟତ ସ୍ତରୀୟ ସଚେତନତା କାର୍ଯ୍ୟକ୍ରମ  

Sunil Chandra Nayak

Leave a Comment

error: Content is protected !!