ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମୁଖିଗୁଡା ଇନ୍ଦ୍ରାବତୀ ପ୍ରକଳ୍ପରେ କାର୍ଯ୍ୟରତ ଅଧିକାରୀ ମାନଙ୍କ ଅନୁପସ୍ଥିତତାକୁ ନେଇ ଚାଷୀଙ୍କ ମହଳରେ ଅସନ୍ତୋଷ,

ମୁଖିଗୁଡା ଇନ୍ଦ୍ରାବତୀ ପ୍ରକଳ୍ପରେ କାର୍ଯ୍ୟରତ ଅଧିକାରୀ ମାନଙ୍କ ଅନୁପସ୍ଥିତତାକୁ ନେଇ ଚାଷୀଙ୍କ ମହଳରେ ଅସନ୍ତୋଷ,

ଜାରି ରହିଛି କୋଟି କୋଟି ଟଙ୍କାର କାର୍ଯ୍ୟ,
ବ୍ୟକ୍ତିଗତ ଭାବେ ବ୍ୟବହୃତ ହେଉଛି ସରକାରୀ ଗାଡି,
ସରକାରୀ ବାସଭବନ ରହିଥିବା ସତ୍ତ୍ବେ ସହରରେ ଜମାଇଛନ୍ତି ଆସ୍ଥାନ,

କଳାହାଣ୍ଡି -୨୫/୧୧(ମସିହା) କଳାହାଣ୍ଡି ଜିଲ୍ଲା ମୁଖିଗୁଡା ଇନ୍ଦ୍ରାବତୀ ପ୍ରକଳ୍ପରେ କାର୍ଯ୍ୟରତ କର୍ମଚାରୀ ମାନଙ୍କ ମନୋମୁଖୀ କାର୍ଯ୍ୟରେ ଚାଷୀ ମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇ ଆସୁଛନ୍ତି,ଏଥି ସହିତ ଅନୁପସ୍ଥିତତା ଏ ସମସ୍ୟାକୁ ଦ୍ଵିଗୁଣିତ କରିବାରେ ଲାଗିଛି, ପ୍ରାପ୍ତ ସୁଚନା ମୁତାବକ କୁସୁମ ଖୁଣ୍ଟି ବାମ କେନାଲ ଡିଭିଜନରେ ଅବସ୍ଥାପିତ ଅଧିକ୍ଷଣ ଯନ୍ତ୍ରୀ ତୃପ୍ତ କୁମାର ପାତ୍ର ତାଙ୍କ କାର୍ଯ୍ୟାଳୟର ମୁଖ୍ୟାଳୟରେ ରହୁନଥିବା ଦୀର୍ଘ ବର୍ଷରୁ ଅଭିଯୋଗ ହୋଇ ଆସୁଛି,ସେ ଭବାନୀପାଟଣାରେ ଆସ୍ଥାନ କରିଥିବା ବେଳେ କାର୍ଯ୍ୟାଳୟର ଗାଡିକୁ ବର୍ଷ ବର୍ଷ ଧରି ନିଜସ୍ଵ ଯିବା ଆସିବାରେ ବ୍ୟବହାର କରି ଆସୁଛନ୍ତି, ଚାଷୀ ମାନେ ବିଭିନ୍ନ ସମସ୍ୟା ନେଇ କାର୍ଯ୍ୟାଳୟକୁ ଗଲେ ବାବୁଙ୍କ ଘର ମୁହାଁ ନିତି ଯୋଗୁଁ ଦେଖା ଦର୍ଶନ ମିଳୁନାହିଁ, ଅନ୍ୟପଟେ ବ୍ୟକ୍ତିଗତ ଭାବେ କାର୍ଯ୍ୟାଳୟର ଗାଡିକୁ ବ୍ୟବହାର ହେଉଥିବାରୁ ରାଜକୋଷ ଖାଲି ହେବାରେ ଲାଗିଛି, ସେହିଭଳି ମୁଖିଗୁଡା ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଜଗନ୍ନାଥ ପାଣି ପ୍ରାୟ ସମୟରେ କାର୍ଯ୍ୟାଳୟରେ ଅନୁପସ୍ଥିତ ରହି ଆସୁଛନ୍ତି,ସେ କେଉଁ କାର୍ଯ୍ୟରେ ନିୟୋଜିତ ହୋଇ ଏତେ ବ୍ୟସ୍ତ ରହୁଛନ୍ତି ଯେ ସେ ସର୍ବଦା ଅନୁପସ୍ଥିତ ରହି ଆସୁଛନ୍ତି, ଏନେଇ କାର୍ଯ୍ୟାଳୟର କୌଣସି କର୍ମଚାରୀଙ୍କ ପାଖରେ ତଥ୍ୟ ମିଳିପାରେ ନାହିଁ,ଏହା ସରକାରୀ ନାଁ ବେସରକାରୀ କାର୍ଯ୍ୟରେ ସେ ନିୟୋଜିତ ରହିଛନ୍ତି ଯେ ଖୋଦ ମୂଖ୍ୟ ନିର୍ବାହୀ ଯନ୍ତ୍ରୀଙ୍କ ପାଖରୁ ମଧ୍ୟ ସଠିକ ସୂଚନା ମିଳିପାରେ ନାହିଁ, ବିଡ଼ମ୍ବନାର ବିଷୟ ଏହି ଯେ ଏବେ କେନାଲରେ ଜଳ ସେଚନ ବନ୍ଦ ରହିଥିବା ବେଳେ କୋଟି କୋଟି ଟଙ୍କାର କାର୍ଯ୍ୟ ଆଗେଇ ଚାଲିଛି, ଏମିତି ସମୟରେ ଖୋଦ ଉଚ୍ଚ ପଦସ୍ଥ କର୍ମଚାରୀ ମାନେ ଏଭଳି ଅନୁପସ୍ଥିତ ଓ ମନୋମୁଖୀ କାର୍ଯ୍ୟକଳାପକୁ ଚାଷୀଙ୍କ ମହଳରେ ସହଜରେ ଗ୍ରହଣ କରିପାରୁ ନାହାନ୍ତି,ଏହାର ଉଚ୍ଚସ୍ତରୀୟ ତଦନ୍ତ ସହିତ ଦୃଢ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହେଉଛି, ଅନ୍ୟଥା ବଡ଼ଧରଣର ଆନ୍ଦୋଳନକୁ ଆଡେଇ ଦିଆଯାଇ ନ ପାରେ ।

କଳାହାଣ୍ଡି ରୁ ପରମାନନ୍ଦ ଠାକୁର ଙ୍କ ରିପୋର୍ଟ୍ 

Related posts

କେନ୍ଦ୍ରାଂଚଳ ଉପନିର୍ଦ୍ଦେଶକଙ୍କ ଡିଆଇପିଆର୍‌ଓ କାର୍ଯ୍ୟାଳୟ ପରିଦର୍ଶନ

masiha

୬୫ ଜଣ ଛାତ୍ରଛାତ୍ରୀ, ବିପଦ ସଙ୍କୁଳ ଅବସ୍ତାରେ କୋଠରୀ , ସରପଞ୍ଚଙ୍କୁ ଲିଖିତ ଅଭିଯୋଗ କଲେ ପ୍ରଧାନ ଶିକ୍ଷକ

masiha

ଆୟୁଷ୍ମାନ ଭବ କାର୍ଯ୍ୟକ୍ରମ ର ଅନ୍ତର୍ଗତ ସଂକଳ୍ପ ସପ୍ତାହ

masiha

Leave a Comment

error: Content is protected !!