ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ପ୍ରଗତି ଉତ୍କଳ ସଂଘ ଆୟୋଜିତ ଷଷ୍ଠ କବାଡି ଟୁର୍ଣ୍ଣାମେଣ୍ଟ ଉଦ୍ଯାପିତ 

ପ୍ରଗତି ଉତ୍କଳ ସଂଘ ଆୟୋଜିତ ଷଷ୍ଠ କବାଡି ଟୁର୍ଣ୍ଣାମେଣ୍ଟ ଉଦ୍ଯାପିତ 

ରାଉରକେଲା: ପ୍ରଗତି ଉତ୍କଳ ସଂଘ ଆୟୋଜିତ ଷଷ୍ଠ ଦ୍ବିଦିବସୀୟ କବାଡି ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି। ଏହି ଉପଲକ୍ଷେ ସଂଘର ସଭାପତି ପ୍ରତାପ କୁମାର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟଅତିଥି ଭାବେ ରାଉରକେଲା ଇସ୍ପାତ କାରଖାନାର ମୁଖ୍ୟ ମହାପ୍ରବନ୍ଧକ ଗିରିଜା ଶଙ୍କର ଦାଶ ଯୋଗ ଦେଇ ପ୍ରତିଯୋଗୀ ମାନଙ୍କୁ ଉତ୍ସାହିତ କରିବା ସହ ଦୀର୍ଘ ଛଅ ବର୍ଷ ଧରି ଏହି ପ୍ରତିଯୋଗୀତା ଆୟୋଜନ କରି ଆସୁଥିବାରୁ ସଂଘର କର୍ମକର୍ତ୍ତା ମାନଙ୍କର ଭୂୟସୀ ପ୍ରଶଂସା କରିଥିଲେ। ଶେଷରେ ବିଭିନ୍ନ ବର୍ଗର ବିଜୟୀ ପ୍ରତିଯୋଗୀ ମାନଙ୍କୁ ଅତିଥି ମାନେ ପ୍ରମାଣପତ୍ର ସହ ଟ୍ରଫି ଏବଂ ନଗଦ ରାସି ପ୍ରଦାନ କରି ପୁରସ୍କୃତ କରିଥିଲେ। ବାଳିକା ବର୍ଗରେ ରାଉରକେଲା ମୁନିସିପାଲ ମହାବିଦ୍ୟାଳୟ ବିଜେତା ଏବଂ ହୃଷିକେଶ ରାୟ ମହାବିଦ୍ୟାଳୟ ଉପବିଜେତା ହୋଇଥିବାବେଳେ ବାଳକ ବିଭାଗରେ ହୃଷୀକେଶ ରାୟ ମହାବିଦ୍ୟାଳୟ ବିଜେତା ଏବଂ ଇସ୍ପାତ କଲେଜ୍ ଉପବିଜେତା ହୋଇଥିଲା। ସାନ୍ତ୍ଵନା ମୂଳକ ପୁରସ୍କାର ରାଜଗାଙ୍ଗପୁରର ଶ୍ରୀ ଅରବିନ୍ଦ ସ୍କୁଲ୍ କୁ ମିଳିଥିଲା। ମ୍ୟାଚ୍ ର ବାଳକ ବିଭାଗରେ ବେଷ୍ଟ ରେଡର୍ ଭାବେ ହୃଷୀକେଶ ରାୟ ମହାବିଦ୍ୟାଳୟର ଦିଲୀପ ଦେହୁରୀ ଏବଂ ବେଷ୍ଟ କ୍ୟାଚର ଭାବେ ଇସ୍ପାତ କଲେଜର ଜିତେଶ କୁମାର , ବାଳିକା ବିଭାଗରେ ବେଷ୍ଟ ରେଡର ଭାବେ ମୁନିସିପାଲ କଲେଜର ସୁମନ ଖାଲକୋ ଏବଂ ବେଷ୍ଟ କ୍ୟାଚର ଭାବେ ହୃଷୀକେଶ ରାୟ ମହାବିଦ୍ୟାଳୟର ରିତିକା ଦଣ୍ଡସେନା ପୁରସ୍କୃତ ହୋଇଥିଲେ। ଏହି ପ୍ରତିଯୋଗୀତାକୁ ଆନ୍ତର୍ଜାତୀୟ ରେଫେରୀ ଅରବିନ୍ଦ ପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଅଶୋକ କୁମାର ରାଉତ, ଆକାଶ ସିନ୍ଦ୍ରିୟା, ବଜରଙ୍ଗ ବାଗ, ସତ୍ୟରଞ୍ଜନ ପଣ୍ଡା ଏବଂ ରାଜେଶ କୁମାର ମଲ୍ଲିକ ପ୍ରମୁଖ ପରିଚାଳନା କରିଥିଲେ। ଏହି ସମସ୍ତ କାର୍ଯ୍ୟକ୍ରମରେ ରାଧାମୋହନ ନାୟକ, ଅଶୋକ କୁମାର ପଟ୍ଟନାୟକ, ବିପିନ ବିହାରୀ ପଟ୍ଟନାୟକ, ଇନ୍ଦ୍ରମଣି ମହାପାତ୍ର, ଧରଣୀଧର ସାମଲ, ପରୀକ୍ଷୀତ ଗୁରୁ, ପ୍ରସନ୍ନ କୁମାର ମହାନ୍ତି, ଶୁଭ୍ରାଂଶୁ ଶେଖର ମହାପାତ୍ର, ସତ୍ୟନାରାୟଣ ଦାଶ, ଅର୍ଜୁନ ଭୂୟାଁ, ପୂର୍ଣ୍ଣଚନ୍ଦ୍ର ଜେନା, ନିରଞ୍ଜନ ପଣ୍ଡା, ପ୍ରଦୀପ କୁମାର ପଟ୍ଟନାୟକ, ରବୀନ୍ଦ୍ର କୁମାର ପଣ୍ଡା ଏବଂ ସିଦ୍ଧିନାଥ ଜ୍ୟୋତିଷୀ ପ୍ରମୁଖ ସହାୟତା କରିଥିଲେ। ଶେଷରେ ଉପସଭାପତି ରଶ୍ମି ରଞ୍ଜନ ବୋଇତାଇ ଧନ୍ୟବାଦ ଅର୍ପଣ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଧର୍ମଗଡ଼ ଏନ୍ଏସି ପକ୍ଷରୁ ପ୍ରଥମ ଥର ପାଇଁ ମହିଳା କ୍ରିକେଟ ପ୍ରତିଯୋଗିତା କେନ୍ଦ୍ରୀୟ ବିଦ୍ୟାଳୟ ଏକାଦଶ ଚମ୍ପିୟାନ

masiha

ନର୍ଲା ଏସକନ୍ କ୍ଲବ ଆନୁକୁଲ୍ୟରେ ଫୁଟବଲ ମ୍ୟାଚ

masiha

ଦେଉଳି ଠାରେ ରାତ୍ରି କାଳୀନ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ 

Sunil Chandra Nayak

Leave a Comment

error: Content is protected !!