ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲା କ୍ରୀଡା ସଂଘ ପକ୍ଷରୁ ଫୁଟବଲ ରେଫରି ଚୟନ ପରୀକ୍ଷା 

ଜିଲ୍ଲା କ୍ରୀଡା ସଂଘ ପକ୍ଷରୁ ଫୁଟବଲ ରେଫରି ଚୟନ ପରୀକ୍ଷା 

ନବରଙ୍ଗପୁର:(୨୬|୧୧)(ରବି ନାରାୟଣ ମହାନ୍ତି) ନବରଙ୍ଗପୁର ଜିଲ୍ଲା କ୍ରୀଡା ସଂଘ ଆନୁକୂଲ୍ୟରେ ଉମରକୋଟ ସ୍ଥିତ ବିଜୁ ପଟ୍ଟନାୟକ ଷ୍ଟାଡିୟମ ପରିସରରେ ଫୁଟବଲ ରେଫରୀ ଚୟନ ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା କ୍ରୀଡା ସଂଘ ତରଫରୁ ବରିଷ୍ଠ ରେଫେରୀ ଦୁର୍ଗା ମାଧବ ନାୟକ ଉକ୍ତ ପରୀକ୍ଷା ପରିଚାଳନା କରିଥିଲେ। ଉକ୍ତ ଚୟନ ପରୀକ୍ଷା ରେ ୨୬ ଜଣ ପୁରୁଷ ଏବଂ ୪ ଜଣ ମହିଳା କ୍ରୀଡାବିତ୍ ଯୋଗ ଦେଇ ପରୀକ୍ଷା ଦେଇଥିଲେ। ଉକ୍ତ ପରୀକ୍ଷାର ଫଳ ଆସନ୍ତା କେଇ ଦିନ ଭିତରେ ଜଣାପଡ଼ିବ ବୋଲି ସୂଚନା ମିଳିଛି। ନବରଙ୍ଗପୁର ଜିଲ୍ଲାପାଳ ତଥା କ୍ରିଡାସଂଘର ସଭାପତି ଡ॰ ଶୁଭଙ୍କର ମହାପାତ୍ର, ଉପସଭାପତି ତଥା ଅରକ୍ଷୀ ଅଧିକ୍ଷକ ମିହିର କୁମାର ପଣ୍ଡା , ଜିଲ୍ଲା କ୍ରୀଡା ସଂଘର ସଂପାଦକ ପ୍ରହଲ୍ଲାଦ ତ୍ରିପାଠୀ, ଉପ ସଭାପତି ଏମ. ବାଲ କ୍ରିଷ୍ଣା ରାଓ, ତାରିକ ହାସାନ, ସହ ସମ୍ପାଦକ ମନୋଜ କୁମାର ପଟ୍ଟନାୟକ, କେ.ଟି.ଜିଲାନି, ଫୁଟବଲ ସମ୍ପାଦକ ମନୋହର ମହାନ୍ତି, କ୍ରିକେଟ ସମ୍ପାଦକ ଅଶୋକ ନାୟକ,ହକି ସମ୍ପାଦକ ଦୁର୍ଗା ମଲ୍ଲିକ, ଇଥେଲେଟିକ ସମ୍ପାଦକ ଜ୍ୟୋତି ପରିଛା, ଇଣ୍ଡର ସମ୍ପାଦକ ବୁନୁ ପଟ୍ଟନାୟକ, ମହିଳା କ୍ରୀଡା ସମ୍ପାଦିକା ଇ.ଚନ୍ଦନା ମଲ୍ଲିକ,ଭଲିବଲ ସମ୍ପାଦକ ଶ୍ରୀ ବୋଇକୁଣ୍ଠ, ଜିଲ୍ଲା କ୍ରୀଡା ସଂଘର ସଦସ୍ୟ ଶଶାଙ୍କ ଶେଖର ବେହେରା ପ୍ରମୁଖ ପରୀକ୍ଷାର୍ଥି ମାନଙ୍କୁ ଶୁଭେଛା ଜଣାଇଛନ୍ତି। ଏପରି ପରୀକ୍ଷା ଆୟୋଜନ କରିବା ଦ୍ୱାରା ଆଦିବାସୀ ଅଧ୍ୟୁଷିତ ନବରଙ୍ଗପୁର ଜିଲ୍ଲାରୁ ଅନ୍ତତଃ କେତେ ଜଣ ରେଫେରି ଅନ୍ୱେଷଣ ହୋଇପାରିବ ବୋଲି ଜିଲ୍ଲାର କ୍ରୀଡାବିତ୍ ମାନେ ମତ ପୋଷଣ କରିଛନ୍ତି। ଜିଲ୍ଲା କ୍ରୀଡା ସଂଘ ଆନୁକୂଲ୍ୟରେ ଉମରକୋଟ ସ୍ଥିତ ବିଜୁ ପଟ୍ଟନାୟକ ଷ୍ଟାଡିୟମ୍ ପରିସରରେ ଫୁଟବଲ ରେଫରୀ ଚୟନ ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା କ୍ରୀଡା ସଂଘ ତରଫରୁ ବରିଷ୍ଠ ରେଫେରୀ ଦୁର୍ଗା ମାଧବ ନାୟକ ଉକ୍ତ ପରୀକ୍ଷା ପରିଚାଳନା କରିଥିଲେ। ଉକ୍ତ ଚୟନ ପରୀକ୍ଷା ରେ ୨୬ ଜଣ ପୁରୁଷ ଏବଂ ୪ ଜଣ ମହିଳା କ୍ରୀଡାବିତ୍ ଯୋଗ ଦେଇ ପରୀକ୍ଷା ଦେଇଥିଲେ। ଉକ୍ତ ପରୀକ୍ଷାର ଫଳ ଆସନ୍ତା କେଇ ଦିନ ଭିତରେ ଜଣାପଡ଼ିବ ବୋଲି ସୂଚନା ମିଳିଛି। ନବରଙ୍ଗପୁର ଜିଲ୍ଲାପାଳ ତଥା କ୍ରିଡାସଂଘର ସଭାପତି ଡ॰ ଶୁଭଙ୍କର ମହାପାତ୍ର, ଉପସଭାପତି ତଥା ଅରକ୍ଷୀ ଅଧିକ୍ଷକ ମିହିର କୁମାର ପଣ୍ଡା , ଜିଲ୍ଲା କ୍ରୀଡା ସଂଘର ସଂପାଦକ ପ୍ରହଲ୍ଲାଦ ତ୍ରିପାଠୀ, ଉପ ସଭାପତି ଏମ. ବାଲ କ୍ରିଷ୍ଣା ରାଓ, ତାରିକ ହାସାନ, ସହ ସମ୍ପାଦକ ମନୋଜ କୁମାର ପଟ୍ଟନାୟକ, କେ.ଟି.ଜିଲାନି, ଫୁଟବଲ ସମ୍ପାଦକ ମନୋହର ମହାନ୍ତି, କ୍ରିକେଟ ସମ୍ପାଦକ ଅଶୋକ ନାୟକ,ହକି ସମ୍ପାଦକ ଦୁର୍ଗା ମଲ୍ଲିକ, ଇଥେଲେଟିକ ସମ୍ପାଦକ ଜ୍ୟୋତି ପରିଛା, ଇଣ୍ଡର ସମ୍ପାଦକ ବୁନୁ ପଟ୍ଟନାୟକ, ମହିଳା କ୍ରୀଡା ସମ୍ପାଦିକା ଇ.ଚନ୍ଦନା ମଲ୍ଲିକ,ଭଲିବଲ ସମ୍ପାଦକ ଶ୍ରୀ ବୋଇକୁଣ୍ଠ, ଜିଲ୍ଲା କ୍ରୀଡା ସଂଘର ସଦସ୍ୟ ଶଶାଙ୍କ ଶେଖର ବେହେରା ପ୍ରମୁଖ ପରୀକ୍ଷାର୍ଥି ମାନଙ୍କୁ ଶୁଭେଛା ଜଣାଇଛନ୍ତି। ଏପରି ପରୀକ୍ଷା ଆୟୋଜନ କରିବା ଦ୍ୱାରା ଆଦିବାସୀ ଅଧ୍ୟୁଷିତ ନବରଙ୍ଗପୁର ଜିଲ୍ଲାରୁ ଅନ୍ତତଃ କେତେ ଜଣ ରେଫେରି ଅନ୍ୱେଷଣ ହୋଇପାରିବ ବୋଲି ଜିଲ୍ଲାର କ୍ରୀଡାବିତ୍ ମାନେ ମତ ପୋଷଣ କରିଛନ୍ତି। ( ମ ନି ସ ) 

Related posts

ବିଦ୍ୟାଳୟ ନ ଯାଇ ଦରମା ପାଉଛନ୍ତି ଶିକ୍ଷୟତ୍ରୀ

ତେନ୍ତୁଳିଖୁଣ୍ଟି ବ୍ଲକ : ପଶୁ ଚିକିତ୍ସା ବିଭାଗରେ କର୍ମଚାରୀ ମରୁଡି ;ଗୃହ ପାଳିତ ତଥା ଦୁଗ୍ଧଚାଷୀ ପାଉ ନାହାଁନ୍ତି ଚିକିତ୍ସା ସୁବିଧା

Sunil Chandra Nayak

ଉତ୍କଳ ଆଲୁମିନାରେ ପୁଷ୍ପ ପ୍ରଦର୍ଶନୀ

masiha

Leave a Comment

error: Content is protected !!