ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡିସୈାଜା ସ୍କୁଲର ୬୬ତମ ବାର୍ଷିକୋତ୍ସବ 

ଡିସୈାଜା ସ୍କୁଲର ୬୬ତମ ବାର୍ଷିକୋତ୍ସବ 

ରାଉରକେଲା: ସେକ୍ଟର ୨ ସ୍ଥିତ ଡିସୈ।ଜା ସ୍କୁଲର ୬୬ତମ ବାର୍ଷିକୋତ୍ସବ ପାଳନ କରାଯାଇଛି। ବିଦ୍ୟାଳୟର ଅଧ୍ୟକ୍ଷ ଆଲେକଜାଣ୍ଡାର ଡିସୈାଜା, ନିର୍ଦ୍ଦେଶିକା ଆନାବୋଲା ଡିସୈାଜା, ମହାପ୍ରବନ୍ଧକ ସିଦ୍ଧାର୍ଥ ରଥ, ଅଧ୍ୟକ୍ଷା ଜୟୋତି ଗୁରୁୱରା, ସହ ଅଧ୍ୟକ୍ଷା ଜୟିତା ନାୟକ ପ୍ରମୁଖ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ଏହି ଅବସରରେ ମେଧାବୀ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ନର୍ସରୀ ଠାରୁ ଆରମ୍ଭ କରି ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ମାନେ ବିଭିନ୍ନ ନୃତ୍ୟ ଓ ନାଟକ ପରିବେଷଣ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନା ରେ ଶିକ୍ଷୟିତ୍ରୀ ତନୁଶ୍ରୀ ନିୟୋଗୀ ଓ ଅନ୍ୟମାନେ ସହଯୋଗ କରିଥିବାବେଳେ ଶେଷରେ ଜୟିତା ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ଛାତ୍ର ଛାତ୍ରୀଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ବେଶ୍ ମନମୁଗ୍ଧକର ହୋଇଥିଲା।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

 

Related posts

କୁରୁଗୁଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ସମନ୍ବିତ ଯୁବ ବିକାଶ କାର୍ଯ୍ୟକ୍ର ମଅନୁଷ୍ଠିତ

masiha

ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ୧୦୦ ବର୍ଷ ପୂର୍ତ୍ତି ଓ ବିଜୟ ଦଶମୀ ଉତ୍ସବ ଉପଲକ୍ଷେ ରାଇଘର ଖଣ୍ଡ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମ 

Sunil Chandra Nayak

ମଧୁବାବୁ ଭତ୍ତା ବଣ୍ଟନ କଲେ ଧର୍ମଗଡ ବିଧାୟକ ୧୭୦ ନୂତନ ହିତାଧିକାରୀ ପାଇଲେ ୩ ମାସ ର ଭତ୍ତା

Sunil Chandra Nayak

Leave a Comment

error: Content is protected !!