ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଜନଗରରେ ଆମ୍ବେଦକର ଲୋହିଆ ବିଚାର ମଞ୍ଚ ପକ୍ଷରୁ “ସମ୍ବିଧାନ ଦିବସ” ପାଳିତ

ରାଜନଗରରେ ଆମ୍ବେଦକର ଲୋହିଆ ବିଚାର ମଞ୍ଚ ପକ୍ଷରୁ “ସମ୍ବିଧାନ ଦିବସ” ପାଳିତ

ରାଜନଗର-26.11.024 ନଭେମ୍ବର 26ତାରିଖକୁ ସାରାଦେଶରେ ସମ୍ଵିଧାନ ଦୀବସ ରୂପେ ପାଳନ କରାଯାଉଛି।ଆଜି ଏହି ଦିବସରେ ରାଜ୍ୟରେ ଥିବା 2250 ଅମୃତ ସରୋବର ବା ଜଳାଶୟ କୂଳରେ ସମ୍ବିଧାନର ମୁଖବନ୍ଧ ପଢିବାକୁ ମୋହନ ସରକାର ନିର୍ଦ୍ଦଶ ଦେଇଛନ୍ତି।ହେଲେ କେନ୍ଦ୍ରାପଡା ଜିଲ୍ଲା ରାଜନଗର ସଦର ମହକୂମାରେ ଆମ୍ଵେଦକର ଲୋହିଆ ବିଚାର ମଞ୍ଚ ପକ୍ଷରୁ ଆଜି ଜିଲ୍ଲା ବିଚାର ମଞ୍ଚର ମହିଳା ସଭାନେତ୍ରୀ ଶ୍ରୀମତୀ ପ୍ରମିଳା ସେଠି ଓ ବ୍ଲକର ଆମ୍ଵେଦକର ମହିଳା ବିକାଶ ଟ୍ରଷ୍ଟର ସଭାନେତ୍ରୀ ଶ୍ରୀମତୀ ସୀତା ସେଠୀଙ୍କ ମିଳିତ ସଂଯୋଜନାରେ ଆଜି ସମ୍ବିଧାନ ଦିବସ ପାଳନ ହୋଇଯାଇଛି।ହେଲେ ସରକାରଙ୍କ ଯୋଜନା ଅନୁଯାୟୀ ସମ୍ଵିଧାନର ମୁଖବନ୍ଧ ପଠନ ହୋଇନଥିଲେ ମଧ୍ୟ ବ୍ଲକ ଓ ତହସିଲ ହତା ମଧ୍ୟରେ ଥିବା ଡ. ଆମ୍ଵେଦକର ଓ ମହାତ୍ମା ଗାନ୍ଧିଙ୍କ ପ୍ରତି ମୂର୍ତ୍ତୀ ରେ ଅତିଥି ଓ କର୍ମକର୍ତ୍ତାମାନେ ପୁଷ୍ଫମାଲ୍ୟ ଅର୍ପଣ କରିଥିଲେ।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାଵେ ଵ୍ଲକ ଅଧ୍ୟକ୍ଷା ଶ୍ରୀମତୀ ପ୍ରତିଭା ପାତ୍ର,ସମ୍ମାନୀତ ଅତିଥି ତଥା ମୁଖ୍ୟ ବକ୍ତା ଭାଵେ ତହସିଲଦାର ଅଜୟ କୁମାର ମହାନ୍ତି ,ସଂଘର ଆଇନଜୀବୀ ଶ୍ରୀ ପ୍ରଦୀପ କୁମାର ଦାସ, ବ୍ଲକ ସମ୍ପାଦକ ବାବନ ଜେନା,ସରପଞ୍ଚ ଅଶୋକ କୁମାର ମହାନ୍ତି,ବିଜୟ କୁମାର ନାୟକ,କେନ୍ଦ୍ରାପଡା ବସ୍ତି ବାସିନ୍ଦା ଏକତା ମଞ୍ଚର ସଭାପତି ଶ୍ରୀ ପ୍ରଭାକର ନାୟକ ଓ ସମ୍ପାଦକ ଶ୍ରୀପପୁ ନାୟକ ,ରାଜନଗର ପଞ୍ଚାୟତର ନ୍ୟାଏଵ ସରପଞ୍ଚ ଶ୍ରୀ ବାଇଧର ସେଠି ଯୋଗ ଦେଇ ସମ୍ବିଧାନ ଉପରେ ମତ ରଖି ଥିଲେ।ଏହି କାର୍ଯ୍ୟକ୍ରମକୁ ସୀତା ସେଠି ଓ ପ୍ରମିଳା ସେଠି ପରିଚାଳନା କରିଥିଲେ।

କେନ୍ଦ୍ରାପଡ଼ା ରୁ ଜିଲ୍ଲା ପ୍ରତିନିଧି ସମୀର କୁମାର ପ୍ରଧାନ ଙ୍କ ରିପୋର୍ଟ ମସିହା ନିୟୁଜ!

Related posts

ରାଜ୍ୟର ସାମ୍ବାଦିକମାନଙ୍କୁ ସୁରକ୍ଷା ଓ ଆର୍ଥିକ ସହାୟତା ଦାବି କରି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ଯରେ ସ୍ମାରକପତ୍ର

Sunil Chandra Nayak

ଗଡସାହି-ବାଲିଆପାଳ ଗ୍ରାମପଞ୍ଚାୟତରେ ବନ୍ୟା ପ୍ରଭାବିତଙ୍କୁ ସାଂସଦଙ୍କ ଦ୍ୱାରା ରିଲିଫ୍ ବଣ୍ଟନ

Sunil Chandra Nayak

ନୂଆପଡା ମିନିଷ୍ଟାଡିୟମ ଠାରେ ୭୪ ତମ ଜିଲ୍ଲା ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!