ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶିଶୁ ମଙ୍ଗଳ ସମିତି କାର୍ଯ୍ୟାଳୟ ରେ ଆଦର୍ଶ ବିବାହ

ଶିଶୁ ମଙ୍ଗଳ ସମିତି କାର୍ଯ୍ୟାଳୟ ରେ ଆଦର୍ଶ ବିବାହ

କଳାହାଣ୍ଡି ଜିଲ୍ଲା ଶିଶୁ ମଙ୍ଗଳ ସମିତି କାର୍ଯ୍ୟାଳୟ ଠାରେ ଆଜି ଏକ ଆଦର୍ଶ ବିବାହ ଅନୁଷ୍ଠିତ ହୋଇ ଯାଇଅଛି । 

ସୂଚନା ଅନଯାୟୀ ,କେସିଙ୍ଗା ଥାନା ଅନ୍ତର୍ଗତ କର୍ମେଲ ଗ୍ରାମ ର ପ୍ରତାପ ମାଝୀ ଏବଂ ପିତାମ୍ବରି ମାଝୀ ଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ତାଙ୍କର ଏକ ପୁଅ ମଧ୍ୟ ଅଛି। ତେବେ ଝିଅ ର ବୟସ ୧୮ ବର୍ଷ ରୁ କମ୍ ହୋଇ ଥିବା କାରଣରୁ ଏଵଂ ଝିଅ ର ବାପା ଜଗତ ରାମ ମାଝୀ ଙ୍କ ଏତଲା କୁ ଆଧାର କରି ପୁଅ ନାମରେ ପୋସ୍କୋ ଆକ୍ଟ ଅନୁସାରେ ମାମଲା ରୁଜୁ ହୋଇଥିଲା ଏବଂ ସେ ପ୍ରାୟ ଏକ ବର୍ଷ ହେଲା ଜେଲ୍ ରେ ଥିଲେ।ତାଙ୍କଝିଅ ଏବଂ ତା ପୁଅକୁ ସିବ୍ଲୁସି କଳାହାଣ୍ଡି ସ୍ଵଧାର ଗୃହ ରେ ଥଇଥାନ ବ୍ୟବସ୍ଥା କରିଥିଲେ।

ଇତି ମଧ୍ୟରେ ମାନ୍ୟବର ବିଚାରପତି ପୋସ୍କୋ ପ୍ରତାପ କୁ ନିର୍ଦ୍ଦୋଷରେ ଖଲାସ କରିଅଛନ୍ତି।ଝିଅର ବୟସ ମଧ୍ୟ ଅଠର ବର୍ଷରୁ ଅଧିକ ହୋଇ ସାରିଅଛି।ତେଣୁ ତାଙ୍କ ଦୁହିଙ୍କ ସହ ତାଙ୍କ ପୁଅ ର ଭବିଷ୍ୟତ କୁ ଦୃଷ୍ଟି ରଖି ସିବ୍ଲୁସି ତରଫରୁ ଉଭୟ ପରିବାର ଙ୍କୁ ବୁଝାସୁଝା କରି ଦୂହିଙ୍କ ବିବାହ ସମ୍ପନ୍ନ କରା ଯାଇଅଛି ।

ଏହି ଅବସରରେ ଶିଶୁ ମଂଗଳ ସମତି, କଳାହାଣ୍ଡି ର ଅଧ୍ୟକ୍ଷ ରୁପେଶ କୁମାର ହୋତା, ସଦସ୍ୟ ସଞ୍ଜୟ କୁମାର, ଭାରତ ଭୂଷଣ ପଣ୍ଡା, ଅଶୋକ ରଞ୍ଜନ ଚୌଧୁରୀ, ମହିଳା ସଦସ୍ୟା ଶ୍ରୀମତୀ ବସନ୍ତ କୁମାରି ପଟ୍ଟନାୟକ, ସହାୟକ ନିଗମାନନ୍ଦ ସାହୁ, ସ୍ଵଧାର ଗୃହ ର କର୍ମକର୍ତା ଏବଂ କନ୍ୟା ଓ ବର ପକ୍ଷ ମାନଙ୍କ ସଂପର୍କୀୟ ମାନେ ଉପସ୍ଥିତ ଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ପାଠାଗାର ରେ ଭାଗବତ ଚର୍ଚ୍ଚା 

masiha

ଜିଲ୍ଲା ଆଇନସେବା ପ୍ରାଧିକରଣ ରୟଗଡା ଦ୍ବାରା ଆଇନ ସଚେତନତା କାର୍ଯ୍ୟକ୍ରମ 

masiha

ନାମ୍ପୋ ସରକାରୀ ଉଚ୍ଚ ବିଦ୍ୟାଳୟରୁ ଏନ୍.ସି.ସି ଉଚ୍ଛେଦକୁ ନେଇ ପୁରାତନ ଛାତ୍ରଙ୍କ ରାଷ୍ଟ୍ରପତି ଓ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ ପରେ ଏନ୍ ସି ସି ଅଧିକାରୀଙ୍କ ତଦନ୍ତ ଆରମ୍ଭ 

Leave a Comment

error: Content is protected !!