ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୭୫ ତମ ସମ୍ବିଧାନ ଦିବସକୁ ଧୁମଧାମରେ ପାଳନ କଲେ କଲମପୁରବାସୀ 

୭୫ ତମ ସମ୍ବିଧାନ ଦିବସକୁ ଧୁମଧାମରେ ପାଳନ କଲେ କଲମପୁରବାସୀ 

କଲମପୁର-୨୭/୧୧(ମସିହା) କଲମପୁର ବ୍ଲକ ଅନୁସୂଚିତ ଜାତି ପରିଷଦ ଆନୁକୁଲ୍ୟରେ ୭୫ତମ ସମ୍ବିଧାନ ଦିବସ କଲମପୁର ମୁଖ୍ୟ ବଜାର ପ୍ରାଙ୍ଗଣରେ ମହା ଧୁମଧାମରେ ପାଳନ ହୋଇଯାଇଛି। କଲମପୁର ବ୍ଲକ ଅନୁସୂଚିତ ଜାତି ବିକାଶ ପରିଷଦର ସଭାପତି ବଳରାମ ଦୁର୍ଗାଙ୍କ ସଭାପତିତ୍ଵ ରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଅତିଥି ଭାବେ କଲମପୁର ତହସିଲଦାର ସ୍ମରଣିକା ତୁଳ, ମୁଖ୍ୟବକ୍ତା ଭାବେ ଆଦର୍ଶ ବିଦ୍ୟାଳୟର ଶିକ୍ଷକ ତ୍ରିନାଥ ବାଗ,ସମ୍ମାନୀୟ ଅତିଥି ଭାବେ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରିଣୀ ମଧୁସ୍ମିତା ନାଏକ, ଜିଲ୍ଲା ପରିଷଦ ସଭ୍ୟା ନିବେଦିତା ହଂସ ଓ ଦୁହିତା ମାଝୀ, ବ୍ଲକ ସହକାରୀ ଯନ୍ତ୍ରୀ ସନ୍ତୋଷ କୁମାର ବେହେରା, ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଶିକ୍ଷକ ସତ୍ୟ ନାରାୟଣ ରାଜପୁତ, ହାରାମାଲ ସରପଞ୍ଚ ସୁଶୀଳା ଦୁର୍ଗା, ଅଧ୍ୟାପକ ବିରଞ୍ଚି କୁମାର ମାଝୀ ଓ ମଙ୍ଗନିଆ ନିଆଲ୍, ସମାଜସେବୀ ଅରୁଣ ଜଗରିଆ ଓ ପ୍ରଶାନ୍ତ କୁମାର ମାଝୀ, କୋକସରା ବ୍ଲକ ସଭାପତି କୌଶିକ ଦୁରିଆ ପ୍ରମୁଖ ମଞ୍ଚାସିନ ହୋଇଥିଲେ। ପ୍ରଥମେ ବାବା ସାହେବ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତୀରେ ଅତିଥି ମାନେ ମାଲ୍ୟାର୍ପଣ ଓ ଦୀପ ପ୍ରଜଳନ କରିବା ପରେ ପଞ୍ଚଶିଲ ପଠନ ସହିତ ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା। ସମ୍ବିଧାନ ଦେଶର ସମସ୍ତ ନାଗରିକ ସହିତ ଜଳ,ବାୟୁ,ପଶୁ,ପକ୍ଷୀ,ବୃକ୍ଷଳତାକୁ ମଧ୍ୟ ବଞ୍ଚିବାକୁ ଅଧିକାର ଦେଇଛି, କିନ୍ତୁ କିଛି ଲୋକ ଉଦ୍ଦେଶ୍ୟ ମୂଳକ ଭାବେ ସମ୍ବିଧାନକୁ ଦୋଷ ଦେଇ, ସାମ୍ବିଧାନିକ ଅଧିକାର ପାଇବାରୁ ଦେଶବାସୀଙ୍କୁ ବଞ୍ଚିତ ରଖିଛନ୍ତି ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ। ଠିକ୍ ସେହିଭଳି ଆଦିବାସୀ,ହରିଜନ ମାନଙ୍କ ପ୍ରତି ଜାତି ଧର୍ମ ଭେଦଭାବ ଆଜି ମଧ୍ୟ ଦେଶର ମୂଳ ସମସ୍ୟା ହୋଇଛି ବୋଲି ବକ୍ତାମାନେ କ୍ଷୋଭ ପ୍ରକାଶ କରିବା ସହ ସମ୍ବିଧାନକୁ ସମସ୍ତେ ଅଧ୍ୟୟନ କରି ନିଜର ମୌଳିକ ଅଧିକାର ହାସଲ କରିବା ଓ ସମ୍ବିଧାନ ଦିବସ କୁ ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ଦେଶର ସମସ୍ତେ ପାଳନ କରିବା ଜରୁରୀ ବୋଲି କହିଥିଲେ। ମଞ୍ଚ ପରିଚାଳନା ସେନାପତି ନାଏକକରିଥିବା ବେଳେ ଅତିଥି ପରିଚୟ ପ୍ରଦାନ ବଳରାମ ଛତ୍ରିଆ ଓ ଧନ୍ୟବାଦ ଅର୍ପଣ ଚକ୍ରଧର ନାଏକ କରିଥିଲେ।ଏହି କାର୍ଯ୍ୟକ୍ରମରେ ଅଞ୍ଚଳର ଶତାଧିକ ସମ୍ବିଧାନ ପ୍ରେମୀ ସମେତ ସ୍କୁଲ କଲେଜ ର ଛାତ୍ର ଛାତ୍ରୀ ଉପସ୍ଥିତ ରହିଥିଲେ, କାର୍ଯ୍ୟକ୍ରମ ପରିଚାଳନାରେ କଲମପୁର ବ୍ଲକ ଅନୁସୂଚିତ ଜାତି ପରିଷଦର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ।

ପରମାନନ୍ଦ ଠାକୁର ଙ୍କ ରିପୋର୍ଟ୍ 

Related posts

ଡ଼ିଡ଼ିସିଏ ସୋରେନ’ର ଯୋଡ଼ା ସରକାରୀ ଘରେ-ସରକାରଙ୍କ ଲୁହାପଥର ନମୁନା ଗୁଣ୍ଡ ଠାବ

masiha

ଜଳେଶ୍ଵର ଆର.ଏମ୍.ସିରେ ବ୍ୟାପକ ଦୁର୍ନୀତି ? ଭିଜିଲାନ୍ସ ତଦନ୍ତ ଦାବୀ କଲେ ଚାଷୀ ଓ ବୁଦ୍ଧିଜୀବି

ନୂଆପଡ଼ା ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ 

Leave a Comment

error: Content is protected !!